Team India, Indian Cricket Team: ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ (India vs Australia ODI Series) ଖେଳୁଛି । ଟିମ୍ ଇଣ୍ଡିଆ (Team India) ର ଜଣେ ମାରାତ୍ମକ ଦ୍ରୁତ ବୋଲର (Indian Fast Bowler) ଏହି ସିରିଜରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଏହି ଖେଳାଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ଖେଳାଳି ବର୍ତ୍ତମାନ ଅନ୍ୟ ଦେଶରେ ଖେଳୁଥିବାର ନଜରକୁ ଆସିବ । ଏହି ଖେଳାଳି ଗତ ବର୍ଷ ଏସିଆ କପ୍ ୨୦୨୨ (Asia Cup 2022) ଓ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ପରି ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଅଂଶ ହୋଇଥିଲେ । କିନ୍ତୁ ଏଥର ସେ ଦଳରୁ ବାହାର ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଙ୍କ ପରାମର୍ଶରେ ପ୍ରତିଭାଶାଳୀ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ (Arshdeep Singh) ଇଂଲଣ୍ଡର ଆଗାମୀ କାଉଣ୍ଟି ସିଜନରେ କାଉଣ୍ଟି ଚାମ୍ପିଅନସିପ (County Championship) ର ପାଞ୍ଚଟି ମ୍ୟାଚ୍‌ରେ କେଣ୍ଟ ଦଳ (Kent Team) ପାଇଁ ଖେଳିବେ । କେଣ୍ଟ କାଉଣ୍ଟି ଦଳ ଏହାର ୱେବସାଇଟରେ ଏହି ଘୋଷଣା କରିଛି । ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, କେଣ୍ଟ କ୍ରିକେଟକୁ ଏହା ଘୋଷଣା କରି ଖୁସି ହେଉଛି କି ଭାରତର ଅନ୍ତର୍ଜାତୀୟ ବୋଲର ଅର୍ଶଦୀପ ସିଂ ଜୁନ୍ ଓ ଜୁଲାଇ ମଧ୍ୟରେ କାଉଣ୍ଟି ଚାମ୍ପିଅନସିପର ପାଞ୍ଚଟି ମ୍ୟାଚରେ ଦଳର ପ୍ରତିନିଧିତ୍ୱ କରିବାକୁ  ଉପଲବ୍ଧ ହେବେ । ତାଙ୍କର ଉପଲବ୍ଧି ତଥାପି ଆବଶ୍ୟକୀୟ ଅନୁମୋଦନ ଅଧୀନରେ ରହିବ ।


ଅର୍ଶଦୀପ ସିଂ (Arshdeep Singh) କହିଛନ୍ତି ଯେ, ସେ ନାଲି ବଲର ଖେଳରେ ନିଜର ଦକ୍ଷତା ବୃଦ୍ଧି ପାଇଁ କାଉଣ୍ଟିରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ମୁଁ ଇଂଲଣ୍ଡରେ ରେଡ-ବଲ କ୍ରିକେଟ୍ ଖେଳିବାକୁ ଅପେକ୍ଷା କରିଛି । ପ୍ରଥମ ଶ୍ରେଣୀ ଖେଳରେ ମୋର ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି । ମୁଁ କେଣ୍ଟର ସଦସ୍ୟ ଓ ସମର୍ଥକଙ୍କ ସାମ୍ନାରେ ନିଜର କୌଶଳ ପ୍ରଦର୍ଶନ କରିବାକୁ ଅପେକ୍ଷା କରିଛି । ରାହୁଲ ଦ୍ରାବିଡ ମୋତେ କହି ସାରିଛନ୍ତି ଯେ ଏହି କ୍ଲବର ଇତିହାସ ଚମତ୍କାର ଅଟେ ।


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରିରୁ ଥରିବ କଙ୍ଗାରୁ ଦଳ, ନାମ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି ସ୍ମିଥ୍!


ଅଧିକ ପଢ଼ନ୍ତୁ-ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ


ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅର୍ଶଦୀପ ସିଂ (Arshdeep Singh) ନିଜର ODI ଡେବ୍ୟୁ କରିଥିଲେ । ସେ ସୀମିତ ଓଭରରେ ଭାରତ ପାଇଁ ମୋଟ ୨୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ୨୯ଟି ମ୍ୟାଚରେ ଅର୍ଶଦୀପ ସିଂ ମୋଟ ୪୧ଟି ୱିକେଟ୍ ନେଇଛନ୍ତି । ସେ ପ୍ରଥମ ଶ୍ରେଣୀ ୭ଟି ମ୍ୟାଚରେ ୨୩.୮୪ ଏଭେରେଜରେ ୨୫ ୱିକେଟ୍ ନେଇଛନ୍ତି । ସେ କେଣ୍ଟ କାଉଣ୍ଟି ଦଳରେ ଯୋଗ ଦେଇଥିବା ଚତୁର୍ଥ ଭାରତୀୟ ଖେଳାଳି । ଏହାପୂର୍ବରୁ କୁଁୱର ଶ୍ୟାମସେରା ସିଂ, ଦ୍ରାବିଡ ଏବଂ ନବଦୀପ ସୈନି ଏହି ଦଳର ପ୍ରତିନିଧିତ୍ୱ କରିଛନ୍ତି ।