Asia Cup 2022, ନୂଆଦିଲ୍ଲୀ: ବୁଧବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ହଂକଂ ମଧ୍ୟରେ ମ୍ୟାଚ ଖେଳାଯାଇଛି। ଟୁର୍ଣ୍ଣମେଣ୍ଟର ଚତୁର୍ଥ ମ୍ୟାଚକୁ ୪୦ ରନରେ ଜିତି ଭାରତ ସୁପର ୪ରେ ପ୍ରବେଶର କରିଛି। ଅନ୍ୟପଟେ ଭାରତ ବିପକ୍ଷ ମ୍ୟାଚ ବେଳେ ହଂକଂର ବ୍ୟାଟର କିଞ୍ଚିତ ଶାହା ଏଭଳି କିଛି କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମ୍ୟାଚ ଶେଷ ହେବା ମାତ୍ରେ ୨୬ ବର୍ଷିୟ କିଞ୍ଚିତ ତାଙ୍କ ପ୍ରେମିକାକୁ ପ୍ରୋପୋଜ କରିଛନ୍ତି। ଆଉ ତାଙ୍କ ପ୍ରେମିକା ଏଭିଳି ଅକଳ୍ପନୀୟ ବିବାହ ପ୍ରସ୍ତାବ ପାଇ ଆତ୍ମହରା ହୋଇପଡିଥିଲେ।  


COMMERCIAL BREAK
SCROLL TO CONTINUE READING

Asia Cup 2022ରେ ଟିମ ଇଣ୍ଡିଆକୁ ହଂକଂ ହରାଉ କି ନ ହରାଉ, କିନ୍ତୁ ଏହି ମ୍ୟାଚ ବେଳେ ଜଣେ କଂକଂ ବ୍ୟାଟର ତାଙ୍କ ଜୀବନ ସାଥୀ ପାଇଛନ୍ତି। ବ୍ୟାଟର କିଞ୍ଚିତ ଶାହାଙ୍କ ପାଇଁ ସର୍ବଦା ଏକ ଅଭୁଲା ସ୍ମୃତି ହୋଇ ରହିବ। ଭାରତ ବିପକ୍ଷ ମ୍ୟାଚ ପରେ କିଞ୍ଚିତ ଅନକ୍ୟାମେରା ତାଙ୍କ ପ୍ରେମିକାରୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଆଉ ସେ ଏଥିରେ ସହମତି ମଧ୍ୟ ଦେଇଛନ୍ତି। ତେବେ କିଞ୍ଚିତ ଯେଉଁଭଳି ଭାବେ ହଠାତ ତାଙ୍କ ପ୍ରେମିକା ନିକଟରେ ପହଞ୍ଚିଥିଲେ ଓ ଆଣ୍ଠୁମାଡି ପ୍ରୋପୋଜ କରିଥିଲେ ତାହା ବହୁତ ରୋମାଣ୍ଟିକ୍ ଥିଲା। ପ୍ରଥମେ କିଞ୍ଚିତଙ୍କ ପ୍ରେମିକା ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ସେ କଦାପି ମଧ୍ୟ ଭାବିନଥିବେ ଯେ କ୍ରିକେଟ ଗ୍ୟାଲେରୀରେ କିଏ ଜଣେ ଏମିତି ପ୍ରପୋଜ କରିବେ। ତେବେ କିଞ୍ଚିତଙ୍କ ପ୍ରୋପୋଜର ରୋମାଣ୍ଟିକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  


Also Read: FIFA lifts ban on AIFF: ଖୁସି ଖବର! ଦୁଲୁକିବ କଳିଙ୍ଗ ଷ୍ଟାଡିୟମ, ଭାରତରେ ହିଁ ହେବ ବିଶ୍ୱକପ୍


ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରି ହଂକଂ ଆଗରେ ୧୯୩ ରନର ଟାର୍ଗେଟ ରଖିଥିଲା। ୨୬ ବର୍ଷିୟ କିଞ୍ଚିତ ଶାହା ନଂ-୪ରେ ବ୍ୟଟିଂ କରିବାକୁ ଆସିଥିଲେ। ସେ ୨୮ ବଲରେ ୩୦ ରନ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ଗୋଟିଏ ଛକା ରହିଛି। ସେ ଭୁବନେଶ୍ୱର କୁମାରଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ। ବାମହାତୀ ବ୍ୟାଟର କିଞ୍ଚିତ ମୋଟ ୧୦ଟି ଦିନିକିଆ ଓ ୪୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ମୁମ୍ୱାଇରେ ୧୯୯୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୪ରେ କିଞ୍ଚିତ ପପୁଆ ନ୍ୟୁ ଗୁଇନିଆ ବିପକ୍ଷରେ ଦିନିକିଆ ଓ ସେହି ବର୍ଷ ନେପାଳ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ।



ହଂକଂ, ଏସିଆ କପ- ୨୦୨୨ର ଓପନିଂ ମ୍ୟାଚରେ ହିଁ ଭାରତ ବିପକ୍ଷରେ ପରାସ୍ତ ହୋଇଛି। ଦୁବାଇରେ ଖେଳାଯାଉଥିବା ଏସିଆ କପର ଚତୁର୍ଥ ମ୍ୟାଚରେ ହଂକଂକୁ ୪୦ ରନରେ ଟିମ୍ ଇଣ୍ଡିଆ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ସୁପର-୪ରେ ନିଜର ସ୍ଥାନ ପକ୍କା କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ପାଇଁ ୧୯୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ହଂକଂ ଦଳ ୫ ୱିକେଟ୍ ହରାଇ ମାତ୍ର ୧୫୨ ରନ୍ ସ୍କୋର କରିଥିଲେ। ଭାରତ ପାଇଁ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଅପରାଜିତ କ୍ରମଶଂ ୫୯ ଓ ୬୮ ରନ୍ କରିଛନ୍ତି।