Asia Cup 2023: ନୂଆଦିଲ୍ଲୀ: ଏସିଆ କପ ଆୟୋଜନକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନ ନିରୁପଣ ହୋଇ ପାରୁନାହିଁ। କିନ୍ତୁ ପାକିସ୍ତାନ ହାତରେ ରହିଛି ଆୟୋଜନର ଦାୟିତ୍ୱ। ସେପଟେ କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହା ସିଧାସଳଖ ମନା କରିଦେଇଛନ୍ତି। ସ୍ଥାନକୁ ନେଇ ବିବାଦ ଜାରି ରହିଥିବା ବେଳେ ଭାରତୀୟ ଦଳକୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ। ଏହା ସହିତ ପାକିସ୍ତାନ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ତାରିଖ ସାମ୍ନାକୁ ଆସିଯାଇଛି। 


COMMERCIAL BREAK
SCROLL TO CONTINUE READING

ଭାରତୀୟ କ୍ରିକେଟ ବୋର୍ଡ ଶୁକ୍ରବାର ପୁରୁଷ କ୍ରିକେଟର ଦଳ ନୁହେଁ ବରଂ ମହିଳା କ୍ରିକେଟ ଦଳ ଘୋଷଣା କରିଛି। ବିସିସିଆଇ ୧୪ ଜଣିଆ ମହିଳା ଦଳ ଘୋଷଣା କରିଛି। ଏହି ଦଳର ସୂଚୀ ମଧ୍ୟ ଜାରି କରିଦେଇଛି। ଟ୍ୱିଟ ଜରିଆରେ ବିସିସିଆଇ ଏହି ସୂଚନା ଦେଇଛି। ଘୋଷଣା ହୋଇଥିବା ମହିଳା ଦଳର ଅଧିନାୟକ ଭାବେ ଶ୍ୱେତା ସେରାଓ୍ୱତଙ୍କୁ ନିଯୁକ୍ତି ପ୍ରଦାନ ଦିଆଯାଇଛି। ହଂକଂର ଟିନ୍ କ୍ୱାଙ୍ଗ୍ ରୋଡ୍ ମନୋରଞ୍ଜନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍ ୧୨ ରୁ ଆରମ୍ଭ ହୋଇଥିବାବେଳେ ଭାରତୀୟ ମହିଳା ଏ ଦଳ ଜୁନ୍ ୧୩ ରେ ପ୍ରଥମ ମ୍ୟାଚ୍ ଖେଳିବ। ଭାରତର ପ୍ରଥମ ମ୍ୟାଚ୍ ହଂକଂ ଏ ବିପକ୍ଷରେ ହେବ। ପରବର୍ତ୍ତୀ ମ୍ୟାଚ୍ ଦଳ ଥାଇଲ୍ୟାଣ୍ଡ ଏ ବିପକ୍ଷରେ ଖେଳିବ। ସେହିପରି ପାକିସ୍ତାନ ଏ ବିପକ୍ଷରେ ଭାରତ ଜୁନ ୧୭ ତାରିଖରେ ଖେଳାଯିବ। 


ଇଣ୍ଡିଆ ଏ ଟିମର ସ୍କ୍ୱାର୍ଡ 
ଶ୍ୱେତା ସେହରାୱତ (ଅଧିନାୟକ), ସୌମ୍ୟା ତିୱାରୀ, ତ୍ରିଶା ଗୋଙ୍ଗଡି, ମୁସ୍କାନ ମଲିକ, ଶ୍ରେୟଙ୍କା ପାଟିଲ, କାନିକା ଅହୁଜା, ଉମା କ୍ଷେତ୍ରି (ୱିକେଟ୍ କିପର), ମମତା ମାଡିୱାଲା (ୱିକେଟ୍ କିପର), ତିତାସ ସାନ୍ଧୁ, ୟଶଶ୍ରୀ ଏସ, କଶଓ୍ୱି ଗୌତମ, ପାର୍ଶଓ୍ୱୀ ଚୋପଡ଼ା, ମନ୍ନତ କଶ୍ୟପ, ବି ଅନୁଷା


ଏହି ଦିନ ଖେଳାଯିବ ଫାଇନାଲ ମ୍ୟାଚ
ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ। ଦୁଇଟି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଛନ୍ତି। ଗ୍ରୁପ ଏରେ ଭାରତ, ପାକିସ୍ତାନ, ହଂକଂ ଓ ଥାଇଲାଣ୍ଡ ରହିଛନ୍ତି। ସେହିପରି ଗ୍ରୁପ ବିରେ ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଓ ୟୁଏଇରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଫାଇନାଲ ମ୍ୟାଚ ୨୧ ତାରିଖରେ ଖେଳାଯିବ। 


ସେପଟେ ଚଳିତ ବର୍ଷର ଏସିଆ କପର ଆୟୋଜନକୁ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ ଓ ପିସିବି ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ । ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ ଝଟକା ଦେବା ପାଇଁ ବିସିସିଆଇ ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି । ପାକିସ୍ତାନ ବିନା ଏସିଆ କପ୍ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଏହାପୂର୍ବରୁ, ବିସିସିଆଇ PCB ର ହାଇବ୍ରିଡ୍ ମଡେଲକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲା ​​। 


ବାସ୍ତବରେ ଏ ବର୍ଷ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଖରେ ଏସିଆ କପ୍ ଆୟୋଜନ କରିବାର ଅଧିକାର ରହିଛି । ଏହି ପ୍ରସଙ୍ଗକୁ ନେଇ ପୂରା ବିବାଦ ଆରମ୍ଭ ହୋଇଛି । ପାକିସ୍ତାନ ସହିତ ସୁରକ୍ଷା ସମସ୍ୟା ଯୋଗୁଁ ବିସିସିଆଇ ନିଜ ଟିମ୍ ପଠାଇବାକୁ ମନା କରିଦେଇଛି । ଏହା ପରେ ହାଇବ୍ରିଡ୍ ମଡେଲ୍ ନେଇ ପିସିବି ଭାରତକୁ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ପରିଚାଳନା କରିବାର ବିକଳ୍ପ ଦେଇଥିଲା। କିନ୍ତୁ ବିସିସିଆଇ ମଧ୍ୟ ଏହି ମଡେଲକୁ ପ୍ରତ୍ୟାଖ୍ୟାନ କରିଛି ।


ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ଏସିଆ କପରେ ଅଂଶଗ୍ରହଣ କରୁଥିବା ବାକି ଦଳ ପାକିସ୍ତାନ ବିନା ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏସିଆ କ୍ରିକେଟ୍ ପରିଷଦ ପ୍ରସ୍ତୁତି ଚଳାଇଛି । ଯଦି ପାକିସ୍ତାନ ଏଥିରେ ଭାଗ ନେବାକୁ ଚାହିଁବ, ତେବେ ତାକୁ କେବଳ ଶ୍ରୀଲଙ୍କାରେ ଯାଇ ଖେଳିବାକୁ ପଡ଼ିବ । ଯଦି ପାକିସ୍ତାନ ଏହି ବିକଳ୍ପକୁ ଗ୍ରହଣ ନକରେ, ତେବେ ଏସିଆ କପ୍‌ରୁ ତାକୁ ଦୂରେଇ ରହିବାକୁ ପଡ଼ିବ ।


ବିଶ୍ୱକପ୍‌ ପର୍ଯ୍ୟନ୍ତ ପହଞ୍ଚିଛି ବିବାଦ
ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ ଏସିଆ କପ୍ ବିବାଦ ପହଞ୍ଚିଛି । ପାକିସ୍ତାନରୁ ଲଗାତାର ଧମକ ଆସୁଛି ଯେ ଯଦି ଭାରତ ତା' ମାଟିରେ ଏସିଆ କପ୍ ଖେଳିବ ନାହିଁ, ତେବେ ସେ ବିଶ୍ୱକପକୁ ବୟକଟ କରିପାରେ । ତେବେ ଆଇସିସି ଅଧ୍ୟକ୍ଷଙ୍କ ତରଫରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏଭଳି ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି PCB ଏହି ବିକଳ୍ପ ବାଛିବ, ତେବେ ICC ତରଫରୁ ପାକିସ୍ତାନକୁ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ ।


ବିଶ୍ୱକପ ଖେଳିବା ନେଇ ପିସିବି ମୁଖ୍ୟ ନଜାମ ସେଠୀଙ୍କ ମନୋଭାବ ମଧ୍ୟ ନରମ ହୋଇଛି । ପିସିବି ମୁଖ୍ୟ ବର୍ତ୍ତମାନ ସମଗ୍ର ପ୍ରସଙ୍ଗକୁ ପାକିସ୍ତାନ ସରକାରଙ୍କ ଉପରେ ଛାଡିଛନ୍ତି । ନଜମ ସେଠୀ କହିଛନ୍ତି ଯେ ଯଦି ପାକିସ୍ତାନ ସରକାର ଅନୁମତି ଦିଅନ୍ତି, ତା’ହେଲେ ତାଙ୍କ ଦଳ ଭାରତ ଯାଇ ବିଶ୍ୱକପ୍‌ ଖେଳିବ ।


Also Read: WTC Final 2023: ଚୂଡ଼ାନ୍ତ ଏକାଦଶ ଚୟନ କରି ଭାରତୀୟ ଦଳକୁ ଏଭଳି ଝଟକା ଦେଲେ ହରଭଜନ


Also Read: WTC Final 2023 IND vs AUS: ଭାରତ ପାଇଁ ଏହି ୩ ଖେଳାଳି ପାଲଟିବେ ଟ୍ରମ୍ପ କାର୍ଡ !


Also Read: ରାଜ୍ୟବାସୀଙ୍କୁ ବଡ଼ ଉପହାର; ମିଳିଲା ମାଗଣା ବିଦ୍ୟୁତ୍ ସେବା !