Badminton Asia team championships 2024: ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ମହିଳା ଦଳ
Badminton Asia team championships: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଭାରତୀୟ ମହିଳା ଦଳ । ଶାହା ଆଲମରେ ଚାଲିଥିବା ଏସୀୟ ଦଳଗତ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଁଞ୍ଚିଛି ।
Badminton Asia team championships 2024: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଭାରତୀୟ ମହିଳା ଦଳ । ଶାହା ଆଲମରେ ଚାଲିଥିବା ଏସୀୟ ଦଳଗତ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଁଞ୍ଚିଛି ।
ଖବର ଅନୁଯାୟୀ, ହଂକଂଙ୍କୁ କ୍ବାର୍ଟରଫାଇନାଲ୍ରେ ପରାସ୍ତ କରି ପଦକ ନିଶ୍ଚିତ କରିଥିବା ଭାରତୀୟ ଦଳ, ଶନିବାର ଆଉ ପାଦେ ଆଗେଇ ଥିଲା । ସେମିଫାଇନାଲ୍ରେ ଜାପାନ୍ଙ୍କୁ ୩-୨ରେ ପରାସ୍ତ କରି ଭାରତ ଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିଛି ।ଶନିବାର ଯୁଗଳ ଯୋଡ଼ି ତ୍ରିଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ସହିତ ପରବର୍ତ୍ତୀ ସମୟରେ ଅସ୍ମିତା ଚାଲିହା ଓ ଅନମୋଲ ଖାର୍ବ ଭାରତ ପାଇଁ ମ୍ୟାଚ୍ ଜିତିଥିଲେ। ପ୍ରତ୍ୟାବର୍ତ୍ତନ ପରେ ଲଗାତାର ମ୍ୟାଚ୍ ଜିତି ଆସୁଥିବା ପିଭି ସିନ୍ଧୁ କିନ୍ତୁ ସେମିଫାଇନାଲ୍ରେ ପରାଜିତ ହୋଇଥିଲେ। ପ୍ରଥମ ମ୍ୟାଚ୍ରେ ସିନ୍ଧୁ ୧୩-୨୧, ୨୦-୨୨ରେ ଆୟା ଓହୋରିଙ୍କଠୁ ହାରି ଯାଇଥିଲେ। ଦ୍ବିତୀୟ ମ୍ୟାଚ୍ରେ ତ୍ରିଷା ଓ ଗାୟତ୍ରୀଙ୍କ ଯୋଡ଼ି ୨୧-୧୭, ୧୬-୨୧, ୨୨-୨୦ରେ ନାମି ମାତ୍ସୁୟାମା ଓ ଚିହାରୁ ସିଦାଙ୍କ ଯୋଡ଼ିକୁ ହରାଇ ସ୍ଥିତି ୧-୧ କରିଥିଲେ। ୩ୟ ମ୍ୟାଚରେ ଅସ୍ମିତା ଚଲିହା ୨-୦ରେ ୨୧-୧୭ ଓ ୨୧-୧୪ରେ ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଅସ୍ମିତା ମ୍ୟାଚକୁ ସହଜରେ ଜିତିବାରେ ସଫଳ ହୋଇଥିଲେ।
୪ର୍ଥ ମ୍ୟାଚ୍ ରେ ଅଶ୍ବିନୀ ପୋନପ୍ପା- ପି.ଭି ସିନ୍ଧୁ ୧୪-୨୧ ଓ ୧୧-୨୧ରେ ରିନା ମିୟାଉରା-ଆୟୋକା ସାକୁରାମୋଟୋ ଯୋଡ଼ିଙ୍କଠାରୁ ପରାଜିତ ହୋଇଥିଲେ। ମ୍ୟାଚ୍ ୨-୨ ବରାବର ସ୍ଥିତିରେ ରହିଥିଲା। ନିର୍ଣ୍ଣାୟକ ମ୍ୟାଚରେ ଅନମୋଲ ଖାବ୍ରା ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଥିଲେ। ୧୭ ବର୍ଷୀୟା ଅନ୍ମୋଲ ପ୍ରଥମ ଗେମ୍କୁ ୧୪-୨୧ ଓ ଦ୍ବିତୀୟ ଗେମ୍କୁ ୧୮-୨୧ରେ ଜିତି ନେଇଥିଲେ । ପ୍ରକାଶ ଥାଉ କି, ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଦୁଇ ଥର ୨୦୧୬ ଓ ୨୦୨୦ରେ କେବଳ କାଂସ୍ୟ ପଦକ ପାଇଥିଲା।