Tamim Iqbal retirement from T20Is: ଆଉ ଜଣେ ଷ୍ଟାର ବ୍ୟାଟର ଅନ୍ତର୍ଜାତୀୟ T20 ଫର୍ମାଟରୁ ଅବସର ନେଇଛନ୍ତି। ଶନିବାର ବାଂଲାଦେଶ ଷ୍ଟାର ଓପନର ତାମିମ ଇକବାଲ T20Iରୁ ଅବସର ଘୋଷଣା କରିଛନ୍ତି। Guyanaରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରଜକୁ ୩-୦ରେ ଜିତିବା ପରେ ତାମିମ ଏହି ଘୋଷଣା କରିଛନ୍ତି। ବାଂଲାଦେଶ ଚାରିଟି ୱିକେଟରେ ମ୍ୟାଚ୍ ଜିତିଥିବା ବେଳେ ତମିମ୍ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଥିଲେ। 


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ବାଂଲାଦେଶ ଓପନର ତାମିମ ଇକବାଲ ନିଜ ଅଫିସିଆଲ୍ ଫେସବୁକ୍ ପେଜରେ ବଙ୍ଗଳାରେ ଏକ ପୋଷ୍ଟ କରି କହିଛନ୍ତି, "ଆଜିଠାରୁ ମୋତେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିବା ବିବେଚନା କର। ସମସ୍ତଙ୍କୁ ଧନ୍ୟବାଦ।" ଚଳିତ ବର୍ଷ ଜାନୁୟାରୀରୁ ସେ ଏକ ଲମ୍ବା ବିରତି ନେବା ପରେ ସେ ଟିମକୁ ଫେରିଥିଲେ। କିନ୍ତୁ ଏହି ସମୟରେ ତାମିମ୍ ଘରୋଇ ମ୍ୟାଚ ଖେଳିଥିଲେ। ଟି-୨୦ ଫର୍ମାଟ୍ ଖେଳିବା ନେଇ ଗତ କିଛି ସପ୍ତାହ ମଧ୍ୟରେ କଳ୍ପନା ଜଳ୍ପନା ଜାରି ରହିଥିଲା। ପୂର୍ବରୁ ଇକବାଲ କହିଥିଲେ ଯେ, ସେ ଟି-୨୦ରୁ ଛଅ ମାସ ବିରତି ନେବାକୁ ଯାଉଛନ୍ତି।


Also Read: ଏହି ସିଙ୍ଗରଙ୍କୁ ହୋଇପାରେ ୫୦ ବର୍ଷ ଜେଲ, ଭାଣିଜୀ ସହ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ


ଚଳିତ ବର୍ଷ ଜାନୁଆରୀ ୨୭ରେ ତାମିମ କହିଥିଲେ ଯେ, ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଟେଷ୍ଟ ଏବଂ ଦିନିକିଆ ଉପରେ ରହିବ। "ଆମେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୩ ଏବଂ ୨୦୨୩ ବିଶ୍ୱକପ୍ ଯୋଗ୍ୟତା ପାଇଁ ପ୍ରସ୍ତୁତ ହେଉଛୁ। ମୁଁ ଆସନ୍ତା ଛଅ ମାସ ମଧ୍ୟରେ ଟି-୨୦ ବିଷୟରେ ଚିନ୍ତା କରିବି ନାହିଁ। ମୁଁ ଆଶା କରୁଛି ଯେଉଁମାନେ ଖେଳୁଛନ୍ତି ସେମାନେ ଭଲ ପ୍ରଦର୍ଶନ କରିବେ, ଦଳ ଟି-୨୦ରେ ମୋତେ ଆବଶ୍ୟକ କରିବ ନାହିଁ। ଯଦି ଦଳ କିମ୍ବା କ୍ରିକେଟ୍ ବୋର୍ଡ ମୋତେ ଆବଶ୍ୟକ କରେ ଏବଂ ମୁଁ ପ୍ରସ୍ତୁତ, ତେବେ ମୁଁ ଏହା ବିଷୟରେ ଚିନ୍ତା କରିବି" ବୋଲି ସେ କହିଛନ୍ତି।


 



ଗତବର୍ଷର ମଧ୍ୟଭାଗରୁ ୟୁଏଇରେ ହୋଇଥିବା ଥିବା ଟି-୨୦ ବିଶ୍ୱକପରୁ ସ୍ୱେଚ୍ଛାକୃତ ଭାବେ ତାମିମ ନିଜକୁ ଏହି ଫର୍ମାଟରୁ ଦୂରେଇ ରଖିଥିଲେ। ଏପରି କରି ସେ ସୋମିୟା ସାର୍କ ଏବଂ ମହମ୍ମଦ ନାଏମଙ୍କୁ ଓପନର୍ ଭାବରେ ସୁଯୋଗ ଦେଇଥିଲେ। ଯଦିଓ ଉଭୟ ବେଟର ବିଫଳ ହୋଇଥିଲେ ଏବଂ ପରେ ଟି-୨୦ ଦଳରୁ ଓହରି ଯାଇଥିଲେ। ମାର୍ଚ୍ଚ ୨୦୨୦ରେ ତାମିମ ଶେଷ ଥର ପାଇଁ ଟି-୨୦ ଖେଳିଥିଲେ। ସେ ଜିମ୍ବାୱେ ବିପକ୍ଷରେ ୩୩ଟି ବଲରୁ ୪୧ରନ୍ କରିଥିଲେ। ତାମିମ ପୂର୍ବରୁ ପାକିସ୍ତାନ ବିପକ୍ଷ ଟି-୨୦ ସିରିଜରେ ୫୩ଟି ବଲରୁ ୬୫ ରନ୍ କରିଥିବା ବେଳେ ତାଙ୍କୁ ସମାଲୋଚନା କରାଯାଇଥିଲା।


Also Read: Coronavirus Update: ରାଜ୍ୟରେ ଖସିଲା, ଦେଶରେ ବଢ଼ିଲା ଦୈନିକ ମାମଲା


 


ବାଂଲାଦେଶ କ୍ରମାଗତ ପାଞ୍ଚଟି ଦିନିକିଆ ସିରିଜ ବିଜୟ ହୋଇଛି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ ଶେଷ ହୋଇଛି। ଏହାକୁ ଦଳ ୩-୦ରେ ଜିତି ନେଇଛି। ତାମିମ ୨୦୦୭ରୁ ୨୦୧୮ ପର୍ଯ୍ୟନ୍ତ ବାଂଲାଦେଶର ଅନ୍ତର୍ଜାତୀୟ ଟି-୨୦ ଦଳରେ ନିୟମିତ ରହି ଦଳ ପାଇଁ ୮୪ଟି ସମ୍ଭାବ୍ୟ ମ୍ୟାଚ ମଧ୍ୟରୁ ୭୫ଟି ଖେଳିଥିଲେ। ସେ ବାଂଲାଦେଶର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଶତକ ସହ ମ୍ୟାଚ ଫିନିସ କରିଛନ୍ତି। ସେ ୨୪.୬୫ ହାରାହାରି ସହ ୧୭୦୧ ରନ କରି ବାଂଲାଦେଶର ତୃତୀୟ ସର୍ବାଧିକ ରନ୍ ସ୍କୋରର ପାଲଟିଛନ୍ତି। ଅବସର ପରେ ଘରୋଇ ଟି-୨୦ରେ ତାମିମ ଖେଳିବାର ସମ୍ଭାବନା ରହିଛି। ସେ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ସିଜନରେ ଖେଳିବାରେ ବିପିଏଲରେ ସର୍ବକାଳୀନ ଅଗ୍ରଣୀ ରନ୍ ସ୍କୋରର ଅଟନ୍ତି।