Supreme Court On BCCI: ବିସିସିଆଇ (BCCI)କୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ବିସିସିଆଇର କାର୍ଯ୍ୟକଳାପ ଏକ ବ୍ୟବସାୟିକ ପ୍ରକୃତିର ହୋଇଥିବା ବେଳେ ଏହାକୁ କର୍ମଚାରୀ ରାଜ୍ୟ ବୀମା (ESI) ଅଧିନିୟମ ଅନୁଯାୟୀ ଏକ 'ଦୋକାନ' କୁହାଯାଇପାରେ।


COMMERCIAL BREAK
SCROLL TO CONTINUE READING

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ESI ଅଧିନିୟମ କେନ୍ଦ୍ର ଦ୍ବାରା ତିଆରି ହୋଇଥିବା ଏକ କଲ୍ୟାଣକାରୀ ଆଇନ ଅଟେ। ଏହି ଆଇନରେ ବ୍ୟବହୃତ ଶବ୍ଦ ଗୁଡ଼ିକର ସଂକୀର୍ଣ୍ଣ ଅର୍ଥ ବାହାର କରାଯିବା ଉଚିତ ନୁହେଁ, କାରଣ ଏହା ଅଧୀନରେ ଥିବା ପ୍ରତିଷ୍ଠାନ ଗୁଡିକର କର୍ମଚାରୀ ମାନଙ୍କୁ ତାଙ୍କ ଜୀବନ, ​​ସ୍ୱାସ୍ଥ୍ୟ ଆଦି ସହ ଜଡିତ ବିପଦ ପାଇଁ ବୀମା ପ୍ରଦାନ କରିଥାଏ। 


ଜଷ୍ଟିସ୍ ଏମଆର ଶାହା ଓ ପିଏସ ନରସିହ୍ମାଙ୍କ ଏକ ଖଣ୍ଡପୀଠ ଦର୍ଶାଇଛି ଯେ, ESI ନ୍ୟାଯାଳୟ ଓ ଉଚ୍ଚନ୍ୟାୟାଳୟ ESI ଅଧିନିୟମ ଅନୁଯାୟୀ ବିସିସିଆଇକୁ 'ଦୋକାନ' କହି କିଛି ଭୁଲ କରି ନାହାଁନ୍ତି। 


ଖଣ୍ଡପୀଠ କହିଛନ୍ତି ଯେ, ବିସିସିଆଇର ବ୍ୟବସ୍ଥିତ କାର୍ଯ୍ୟକଳାପ ବିଶେଷ କରି ତାଙ୍କ ଦ୍ବାରା କ୍ରିକେଟ ମ୍ୟାଚ ଟିକେଟ ବିକ୍ରି, ମନୋରଞ୍ଜନ ଯୋଗାଇବା, ସେବା ପାଇଁ ମୂଲ୍ୟ ଧାର୍ଯ୍ୟ କରିବା,  ଆନ୍ତର୍ଜାତୀୟ ଭ୍ରମଣ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗରୁ ଆୟ କରିବା ଆଦିକୁ ଧ୍ୟାନରେ ରଖି ଉଚ୍ଚନ୍ୟାୟାଳୟ ଉଚିତ ନିସ୍କର୍ଷ ବାହାର କରିଛନ୍ତି। ଉଚ୍ଚନ୍ୟାୟାଳୟ କହିଛି ଯେ, ବିସିସିଆଇର କାର୍ଯ୍ୟକଳାପ ଆର୍ଥିକ, ବାଣିଜ୍ୟିକ ଗତିବିଧିକୁ ପୂର୍ଣ୍ଣ ରୂପ ଦେଉଛି ଏବଂ ସେଥିପାଇଁ ତାକୁ ESI ଅଧିନୀୟମର ଅନିଯାୟୀ ଦୋକାନ କହିଲେ କିଛି ଭୁଲ ହେବନାହିଁ। 


ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ୧୯୭୮ ମସିହା ସେପ୍ଟେମ୍ବର ୧୮ ତାରିଖର ଅଧିସୂଚନା ଅନୁଯାୟୀ, ବିସିସିଆଇକୁ 'ଦୋକାନ' କୁହାଯାଇ ପାରିବ। କଣ ESI ଆକ୍ଟର ଧାରା ବିସିସିଆଇ ଉପରେ ଲାଗୁ ହେବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ? ବମ୍ବେ ହାଇକୋର୍ଟ କହିଥିଲେ ଯେ, କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ ୧୯୪୮ର ଧାରା ୧(୫) ଅନୁଯାୟୀ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିଲା ଅଧିସୂଚନା। ଏହି ଅଧିସୂଚନା ଅନୁଯାୟୀ, ବିସିସିଆଇ 'ଦୋକାନ' ଅର୍ଥର ପରିସୀମା ମଧ୍ୟରେ ଆସୁଛି।



ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ 'ଦୋକାନ' ଶବ୍ଦକୁ ପାରମ୍ପାରିକ ଅର୍ଥରେ ବ୍ୟାଖ୍ୟା କରାଯିବା ଉଚିତ ନୁହେଁ କାରଣ ଏହା ESI ଆକ୍ଟର ଉଦ୍ଦେଶ୍ୟକୁ ପୂରଣ କରିବ ନାହିଁ। ସେ କହିଛନ୍ତି ଯେ, ESI ଆକ୍ଟର ଉଦ୍ଦେଶ୍ୟ ପୂରଣ କରିବା ପାଇଁ 'ଦୋକାନ' ଶବ୍ଦକୁ ବ୍ୟାପକ ଅର୍ଥରେ ବୁଝାଯିବା ଉଚିତ୍। ବିସିସିଆଇ ନିଜର ମୁଖ୍ୟ କାର୍ଯ୍ୟକଳାପ ହେଉଛି କ୍ରିକେଟ୍ ଏବଂ ଖେଳକୁ ପ୍ରୋତ୍ସାହିତ କରିବା, ଆଫିଡେଭିଟ୍‌ରେ ଏହା କହିବା କୌଣସି ଅର୍ଥ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।