BCCI On Indian Team Support Staff: ୨୦୧୩ ମସିହାରେ ଶେଷ ଆଇସିସି ଟ୍ରଫି ଜିତିଥିବା ଭାରତୀୟ ଦଳ (Team India) ଏହାପରେ ଆଇସିସି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲେ ମଧ୍ୟ ବିଜେତା ହେବାରେ ସଫଳ ହୋଇପାରିନାହିଁ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ (WTC Final) ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳର ଖେଳାଳିଙ୍କ ସହିତ ଦଳର ସପୋର୍ଟ ଷ୍ଟାଫ୍ (Indian Team Support Staff) ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ଏଥି ସହ ବିସିସିଆଇ (BCCI) ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ (WTC Final) ପରାଜୟ ପରେ ଦଳର ସହାୟକ କର୍ମଚାରୀଙ୍କୁ ଚେତାବନୀ ପଠାଇଛି । ବିଶ୍ୱ ଫାଇନାଲରେ ଭାରତୀୟ ଦଳର ପ୍ରଦର୍ଶନ ପରେ ଇନସାଇଡ୍ ସ୍ପୋର୍ଟସରେ ପ୍ରକାଶିତ ବିସିସିଆଇ ଅଧିକାରୀଙ୍କ ବୟାନ ଅନୁଯାୟୀ, ଏହି ପରାଜୟ ପରେ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର (Vikram Rathour) ଓ ବୋଲିଂ ପ୍ରଶିକ୍ଷକ ପାରାସ ମାମ୍ବ୍ରେଙ୍କ (Paras Mhambrey) ସ୍ଥିତି ନେଇ ଆଲୋଚନା କରାଯିବ ।


COMMERCIAL BREAK
SCROLL TO CONTINUE READING

ବିସିସିଆଇ ଅଧିକାରୀ କହିଛନ୍ତି ଯେ ଏହି ସବୁ ଜିନିଷ ଏତେ ସହଜ ନୁହେଁ । ଆମେ କହି ପାରିବୁ ନାହିଁ ଯେ ସବୁ ଜିନିଷ ଠିକ୍ ନଥିଲା । ଆମେ ଭାରତରେ ଜିତିବାରେ ସଫଳ ହେଲୁ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ପହଞ୍ଚିବା କୌଣସି ହାସ୍ୟାସ୍ପଦ ନୁହେଁ । କିନ୍ତୁ ବିଦେଶୀ ଗସ୍ତରେ ଆମର ପ୍ରଦର୍ଶନ ଆଶା ଅନୁଯାୟୀ ହୋଇନାହିଁ । ଏହି ସମୟରେ, ଆମେ ଦିନିକି ବିଶ୍ୱକପକୁ (ODI World Cup) ମଧ୍ୟ ମନେ ରଖିବା ଉଚିତ୍ ଯାହାକୁ ଆଉ ଚାରି ମାସ ବାକି ରହିଛି । ଆମେ ଚିନ୍ତା ନକରି କୌଣସି ପ୍ରତିକ୍ରିୟା ଦେଇପାରିବୁ ନାହିଁ । କିନ୍ତୁ ନିଶ୍ଚିତ ଭାବରେ ଏକ ଆଭ୍ୟନ୍ତରୀଣ ଆଲୋଚନା ହେବ ।


କ’ଣ ରହିଛି ରାହୁଲ ଦ୍ରାବିଡଙ୍କୁ ନେଇ ସ୍ଥିତି?
ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ପଦବୀ ବିଷୟରେ କହିବାକୁ ଗଲେ ସେ ୨୦୨୩ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଉଥିବାର ନଜର ଆସିବେ । ଏସିଆ କପ୍, ଟି-୨୦ ବିଶ୍ୱକପ୍ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟ ପରେ ମଧ୍ୟ ବୋର୍ଡ ତାଙ୍କ ଉପରେ ବିଶ୍ୱାସ ରଖିଛି । ଦିନିକିଆ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ଆଧାରରେ ଦ୍ରାବିଡଙ୍କ ସ୍ଥିତି ଉପରେ ଅଧିକ ଆଲୋଚନା କରାଯିବ ।


ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ବହୁତ ଖରାପ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଏହି ମ୍ୟାଚ୍ ପରେ ଟେଷ୍ଟ ଦଳରେ ଟିମ୍ ଇଣ୍ଡିଆର କିଛି ଖେଳାଳିଙ୍କ ସ୍ଥାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି । ଭାରତୀୟ ଟେଷ୍ଟ ଦଳରେ ମଧ୍ୟ ବଡ ପରିବର୍ତ୍ତନ ଦାବି କରାଯାଉଛି । ଏଥିରେ ଅନେକ ଯୁବ ଖେଳାଳି ଘରୋଇ କ୍ରିକେଟରେ ପ୍ରଦର୍ଶନ ସହିତ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ନିଜର ଦାବି ଉପସ୍ଥାପନ କରୁଛନ୍ତି । ଆମେ ଆପଣଙ୍କୁ ସେହି ଭାରତୀୟ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରେ ଭାରତୀୟ ଟେଷ୍ଟ ଦଳ ସହିତ ଖେଳିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି କୁହାଯାଉଛି ।


ଏହା ବି ପଢନ୍ତୁ: World Cup 2023 Schedule: ଲିକ୍ ହେଲା ବିଶ୍ୱକପ୍ ସିଡ୍ୟୁଲ୍! ୧୦ଟି ଦଳ ମଧ୍ୟରେ ଖେଳାଯିବ ୪୮ ଟି ମ୍ୟାଚ୍, ଦେଖନ୍ତୁ କେବେ ଓ କାହା ସହ ଖେଳିବ ଟିମ୍ ଇଣ୍ଡିଆ


ଏହା ବି ପଢନ୍ତୁ: WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟ ପରେ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ସବୁ ଖେଳାଳିଙ୍କ କ୍ୟାରିୟର!