BCCI Contract 2023-24: କିଛି ଦିନ ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା କେନ୍ଦ୍ରୀୟ କଣ୍ଟ୍ରାକ୍ଟ ୨୦୨୩-୨୪ରୁ ଯୁବ ୱିକେଟ୍ କିପର ଇଶାନ କିଷନ ଓ ଶ୍ରେୟସ ଆୟରଙ୍କୁ ବାଦ୍ ଦିଆଯାଇଛି । ଏହି ଦୁଇ ଖେଳାଳି ନିକଟରେ ଘରୋଇ କ୍ରିକେଟ୍ ଖେଳିବାରୁ ନିଜକୁ ଦୂରେଇ ରଖିଥିଲେ ଯାହା ଫଳରେ ବିସିସିଆଇ କ୍ଷୁବ୍ଧ ହୋଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅନେକ ଭେଟେରାନ୍ ଖେଳାଳି ଏହି ପ୍ରସଙ୍ଗରେ ନିଜ ମତ ଦେଇସାରିଥିବା ବେଳେ ଶନିବାର ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏନେଇ ମତ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଧର୍ମଶାଳା ଟେଷ୍ଟରେ ଭାରତର ବିଜୟ ପରେ ରାହୁଲ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜ ମତ ଦେଇଛନ୍ତି। ଏନେଇ ପ୍ରଶ୍ନ ପଚରା ଯିବାରୁ ରାହୁଲ କହିଛନ୍ତି, ‘ଆମେ ଏହି ନିଷ୍ପତ୍ତି ନେଉନାହୁଁ। ମୋର ଓ ଅଧିନାୟକ ରୋହିତ ଶର୍ମାଙ୍କ କାମ କେବଳ ପ୍ଲେଇଙ୍ଗ ଇଲେଭନ୍ ବାଛିବା’ । ସେ ଆଉ ମଧ୍ଯ କହିଛନ୍ତି, ‘ବିସିସିଆଇ କେଉଁ ଖେଳାଳିଙ୍କ ସହ ଚୁକ୍ତି କରିବାକୁ ଯାଉଛନ୍ତି ତାହା ମଧ୍ୟ ଆମେ ଜାଣି ନ ଥାଉ। ଏନେଇ ଆମେ ପରେ ଜାଣୁ । ଇଶାନ ଓ ଆୟର ଚୟନ ପୁଲ୍ ର ଅଂଶ ଅଟନ୍ତି। ଯଦି ଉଭୟ ଭଲ ପ୍ରଦର୍ଶନ କରନ୍ତି, ତେବେ ସେମାନେ ନିଶ୍ଚିତ ଭାବେ ପୁନର୍ବାର ଭାରତୀୟ ଦଳରେ ସାମିଲ ହେବେ । ଖେଳାଳିମାନେ ସେମାନଙ୍କର ପ୍ରଦର୍ଶନରେ ଚୟନକର୍ତ୍ତାଙ୍କୁ ଏପରି ପ୍ରଭାବିତ କରିବା ଉଚିତ୍ ଯାହା ଫଳରେ ତାଙ୍କୁ ଦଳରେ ନେବାକୁ ସେମାନେ ବାଧ୍ୟ ହେବେ’ । ତେବେ ରାହୁଲ ନିଜ ବୟାନରେ ସ୍ପଷ୍ଟ କରିଛନ୍ତି ଯେ, ଇଶାନ କିଶନ ଓ ଆୟରଙ୍କ ସହ ବିସିସିଆଇ କରିଥିବା କେନ୍ଦ୍ରୀୟ କଣ୍ଟ୍ରାକରେ ତାଙ୍କର କୌଣସି ଭୂମିକା ନାହିଁ। ବିସିସିଆଇ କେନ୍ଦ୍ରୀୟ କଣ୍ଟ୍ରାକରୁ ଉଭୟ ଖେଳାଳି ବାଦ ପଡ଼ିବା ପରେ ସୋସିଆଲ ମିଡିଆ ପ୍ରଶଂସକମାନେ ଦ୍ରାବିଡଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।



ପ୍ରକାଶ ଥାଉ କି, ଉଭୟ ଇଶାନ ଓ ଶ୍ରେୟସଙ୍କ ଆଭିମୁଖ୍ୟରେ ବୋର୍ଡ ଖୁସି ନୁହେଁ ବୋଲି ଗତ କିଛି ଦିନ ଧରି ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା। ଏଥି ସହିତ କେନ୍ଦ୍ରୀୟ ଚୁକ୍ତିରୁ ସେମାନେ ଓହରିଯିବା ମଧ୍ୟ ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଇଶାନ କିଶନ ଦଳରେ ଥିବା ସତ୍ତ୍ୱେ ନିଜ ନାମ ପ୍ରତ୍ୟାହାର କରିଥିବା ବେଳେ ଶ୍ରେୟସ ଆୟର ଏହି ସମୟରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟଖେଳିବା ପରେ ବାଦ୍ ପଡ଼ିଥିଲେ। ରୋହିତ ଶର୍ମା ଓ ବିରାଟ କୋହଲି ଏ ପ୍ଲସ୍ ଗ୍ରେଡରେ ରହିଥିବା ବେଳେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଚୁକ୍ତିରୁ ବାଦ୍ ଦିଆଯାଇଛି। ସେହିପରି କେଏଲ ରାହୁଲ ପୂର୍ବରୁ ବି-ଗ୍ରେଡରେ ଥିବାବେଳେ ଏବେ ଏ ଗ୍ରେଡକୁ ଆସିଛନ୍ତି ।