Happy Birthday Shubman Gill: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଶୁଭମାନ ଗିଲ (Shubman Gill) ଶୁକ୍ରବାର ଦିନ ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏସିଆ କପ୍ ଯୋଗୁଁ ବର୍ତ୍ତମାନ ଖେଳାଳି ଶ୍ରୀଲଙ୍କାରେ ଅଛନ୍ତି । ପଞ୍ଜାବର ଫାଜିଲ୍କାରେ ଜନ୍ମଗ୍ରହଣ କରିଥିବା ଗିଲଙ୍କର ପିଲାଦିନରୁ ହିଁ କ୍ରିକେଟ୍ ପ୍ରତି ବେଶ ଦୁର୍ବଳତା ରହିଥିଲା । କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିପାରିଛନ୍ତି ଏହି ଯୁବ କ୍ରିକେଟର । ୨୦୧୯ ମସିହାରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଗିଲଙ୍କ ନାମରେ ରହିଛି ଅନେକ ବଡ଼ ରେକର୍ଡ ।


COMMERCIAL BREAK
SCROLL TO CONTINUE READING

ଶୁଭମାନ ଗିଲ ରେକର୍ଡ


ଦ୍ୱିଶତକ ହାସଲ କରିଥିବା କନିଷ୍ଠ ଖେଳାଳି


ଚଳିତ ବର୍ଷ ଆରମ୍ଭରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଶୁଭମାନ ଦ୍ୱିଶତକ ହାସଲ କରିଥିଲେ । ଏହି ରେକର୍ଡ଼ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଗିଲ ୨୩ ବର୍ଷ ବୟସରେ ଏହି ସଫଳତା ହାସଲ କରି ଇଶାନ କିଶନଙ୍କୁ ପଛରେ ପକାଇଛନ୍ତି । ଇଶାନ କିଶନଙ୍କୁ ୨୪ ବର୍ଷ ବୟସରେ ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ।


ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା କନିଷ୍ଠ ଖେଳାଳି​


ଚଳିତ ବର୍ଷ ଗିଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ନିଜର ପ୍ରଥମ ଟି -20 ଶତକ ହାସଲ କରିଥିଲେ । ଏହି ରେକର୍ଡ଼ ପରେ ସେ ସମସ୍ତ ଫର୍ମାଟରେ ଶତକ ହାସଲ କରିଥିବା ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି।


T20 ରେ ସବୁଠୁ କନିଷ୍ଠ ଶତକ ହାସଲ କରିଥିବା ଖେଳାଳି


ସେହିପରି ଚଳିତ ବର୍ଷ ଶୁଭମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ନିଜର ପ୍ରଥମ ଟି -୨୦ ଶତକ ହାସଲ କରିଥିଲେ । ଯାହା ପରେ ସେ ଏହି ଫର୍ମାଟରେ ଏକ ଶତକ ହାସଲ କରିଥିବା ସର୍ବକନିଷ୍ଠ ଖେଳାଳି ଭାବେ ରେକର୍ଡ଼ କରିଛନ୍ତି । ଏହା ବ୍ୟତୀତ ସେ ଆଇପିଏଲରେ ମଧ୍ୟ ଏକ ଶତକ ହାସଲ କରିଛନ୍ତି।


୧୫୦୦ ରନ୍ ହାସଲ କରିଥିବା ଦ୍ରୁତତମ ଖେଳାଳି


ଏସିଆ କପ ୨୦୨୩ରେ ନେପାଳ ବିପକ୍ଷ ମ୍ୟାଚରେ ସେ ୬୨ଟି ବଲରେ ୬୭ ରନ୍ ହାସଲ କରିଥିଲେ । ଯାହା ପରେ ଶୁଭମାନ ଗିଲ ODIରେ ୧୫୦୦ ରନ୍ ହାସଲ କରିଥିବା ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।


Also Read-Weather Forcast: ଶ୍ରୀଲଙ୍କାରେ ଛେଚୁଛି ବର୍ଷା, ଭାରତ-ପାକ ମ୍ୟାଚ ଉପରେ ଛାଇପାରେ କଳା ବାଦଲ; ବାତିଲ ହେଲେ କାହା ସପକ୍ଷରେ ଯିବ ଫଳାଫଳ


ଆଇପିଏଲର ସବୁଠାରୁ କନିଷ୍ଠ ଅରେଞ୍ଜ କ୍ୟାପ୍ ବିଜେତା


ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଶୁଭମାନ୍ ସର୍ବ କନିଷ୍ଠ ଅରେଞ୍ଜ କ୍ୟାପ୍ ୱିନର ଅଟନ୍ତି ।  ଆଇପିଏଲ୍ ୨୦୨୩ରେ ସେ ୮୫୧ ରନ୍ ସହିତ ମାତ୍ର ୨୩ ବର୍ଷ ବୟସରେ ଋତୁରାଜ ଗାଇକୱାଡଙ୍କୁ ପଛରେ ପକାଇ ଏହି ରେକର୍ଡ ହାସଲ କରିଛନ୍ତି । ଋତୁରାଜ ୨୦୨୧ ମସିହାରେ ଅରେଞ୍ଜ କ୍ୟାପ୍ ୱିନର ଜିତିଥିବା ସର୍ବକନିଷ୍ଠ ଖେଳାଳି ଅଟନ୍ତି।


​Also Read-Bharat vs India: ଦେଶର ନାମ ପରିବର୍ତ୍ତନ ହେଲେ କ’ଣ ହେବ ‘ଇଣ୍ଡିଆ’ ଲାଗିଥିବା ରାଜନୈତିକ ଦଳର ଅବସ୍ଥା