IND vs NZ: ହାର୍ଦ୍ଦିକଙ୍କ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆହତ ହେଲେ ଆଉ ଦୁଇ ଖେଳାଳି
World Cup 2023: ଆଜି ଦଳ ନ୍ୟୁଜିଲାଣ୍ଡ (IND vs NZ) ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚ୍ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ (Dharamshala HPCA Stadium) ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ (Team India) ଲାଗିଛି ଦୁଇଟି ବଡ଼ ଝଟକା । ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ପରେ ଏବେ ଆହତ କାରଣରୁ ଦଳରୁ ବାଦ ପଡି଼ଛନ୍ତି ଦୁଇ ଖେଳାଳି।
IND vs NZ: ଚତ୍ମକାର ପ୍ରଦର୍ଶନ ଫଳରେ ଦିନିକିଆ ବିଶ୍ୱକପ ୨୦୨୩ର (World Cup 2023) ୪ଟି ମ୍ୟାଚ୍ ରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ତିଆ । ଆଜି ଦଳ ନ୍ୟୁଜିଲାଣ୍ଡ (IND vs NZ) ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚ୍ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ (Dharamshala HPCA Stadium) ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ (Team India) ଲାଗିଛି ଦୁଇଟି ବଡ଼ ଝଟକା । ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ପରେ ଏବେ ଆହତ କାରଣରୁ ଦଳରୁ ବାଦ ପଡି଼ଛନ୍ତି ଦୁଇ ଖେଳାଳି।
ସୂଚନା ଅନୁଯାୟୀ, ଆଇସିସି କ୍ରିକେଟ୍ ବିଶ୍ୱକପର (ICC world cup 2023) ୨୧ତମ ମ୍ୟାଚ୍ ରବିବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (IND vs NZ) ମଧ୍ୟରେ ଖେଳାଯିବ । ତେବେ ନ୍ୟୁଜିଲ୍ୟାଣ୍ଡ (IND vs NZ) ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ (Team India) ଲାଗିଛି ୨ଟି ବଡ଼ ଝଟକା। ଆହତ କାରଣରୁ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏହି ମ୍ୟାଚରୁ ବାଦ ପଡି଼ଥିବା ବେଳେ ତାଙ୍କ ସ୍ଥାନରେ ଦଳରେ ସାମିଲ ହେବାକୁ ଥିବା ଖେଳାଳି ମଧ୍ୟ ଆହତ ହୋଇଛନ୍ତି। ନେଟରେ ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଆହତ ହୋଇଥିବା ଜଣାପଡ଼ିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଭାରତର ଥ୍ରୋ ଡାଉନ୍ ବିଶେଷଜ୍ଞ ରଘୁଙ୍କ ସହ ଅଭ୍ୟାସ କରିବା ସମୟରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା। ଆଘାତ ଲାଗିବା ପରେ ସେ ଅଭ୍ୟାସ ବନ୍ଦ କରି ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପଟେ ୱିକେଟ୍ କିପର ଇଶାନ କିଶାନ (Ishan kishan) ମଧ୍ଯ ମହୁମାଛି କାମୁଡ଼ାରେ ଆହତ ହୋଇଛନ୍ତି। ଈଶାନ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ତାଙ୍କ ବେକ ପଛପଟୁକୁ ମହୁମାଛି କାମୁଡିଥିଲା, ଫଳରେ ସେ ଡ୍ରେସିଂ ରୁମ୍ ଚାଲିଯାଇଥିବା ବେଳେ ଆଉ ଅଭ୍ୟାସକୁ ଫେରିନଥିଲେ।। ତେବେ ଏହି ଦୁଇ ଖେଳାଳି ଆଜି ନ୍ୟୁଜିଲ୍ୟାଣ୍ଡ (IND vs NZ) ବିପକ୍ଷ ମ୍ୟାଚ୍ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
Also Read-IND vs NZ: ହାର୍ଦ୍ଦିକଙ୍କ ବଦଳରେ ଏହି ଖେଳାଳିଙ୍କୁ ଦଳରେ କରାଯାଉ ସାମିଲ: ଆକାଶ ଚୋପ୍ରା
ପ୍ରକାଶ ଥାଉ କି, ଏହା ପୂର୍ବରୁ ଭାରତ-ବାଂଲାଦେଶ (Ind vs Ban) ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଖେଳାଳି ନବମ ଓଭରରେ ବୋଲିଂ କରିବାକୁ ଆସିଥିଲେ । ତାଙ୍କର ତୃତୀୟ ବଲରେ ବ୍ୟାଟମ୍ୟାନ୍ ଚୌକା ମାରିଥିଲେ ତେବେ ଏହି ଚୌକାକୁ ଅଟକାଇବାକୁ ଯାଇ ହାର୍ଦ୍ଦିକ ତଳେ ଖସି ପଡ଼ି ଆହତ ହୋଇଥିଲେ ।