IPL 2024: ଆଇପିଏଲ ୨୦୨୪ ତାରିଖ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ମଧ୍ଯରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ଚଳିତ ବର୍ଷ ଖେଳା ଯିବାକୁ ଥିବା ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି ।  କାରଣ ଏହି ବର୍ଷ ଅନେକ ଦଳ ନିଜ ଅଧିନାୟକ ପରିବର୍ତ୍ତନ କରିଛନ୍ତି ।  ଚଳିତ ସିଜନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦଳର ଅଧିନାୟକ ବଦଳିବା ନେଇ ସମ୍ଭାବନା ରହିଛି ।  ତେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟାନ୍ସ ଭଳି ଅନ୍ୟ ୪ଟି ଦଳ ମଧ୍ଯ ନିଜ ଅଧିନାୟକ ପରିବର୍ତ୍ତନ କରିପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଛଡ଼ାଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନୂତନ ଅଧିନାୟକ କରିଛି।ଏହା ପରେ ମୁମ୍ବାଇ ସହ ହାର୍ଦ୍ଦିକଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଶିକାର ହେବାକୁ ପଡ଼ିଥିଲା । ସେହିପରି ହାର୍ଦ୍ଦିକ ଗୁଜୁରାଟ ଟାଇଟାନ୍ସ ଛାଡିବା ପରେ ଫ୍ରାଞ୍ଚାଇଜ୍ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲଙ୍କୁ ଗୁଜୁରାଟର ନୂତନ ଅଧିନାୟକ କରିଥିଲା।


ମୁମ୍ବାଇ ଓ ଗୁଜୁରାଟ ପରେ ଅନ୍ୟ ୪ଟି ଫ୍ରାଞ୍ଚାଇଜ୍ ର ଅଧିନାୟକ ମଧ୍ଯ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା କାରଣରୁ ଆଇପିଏଲ ୨୦୨୩ରୁ ବାଦ ପଡ଼ିଥିଲେ। ଫଳରେ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ ୱାର୍ନରଙ୍କୁ ଦିଲ୍ଲୀ ଅଧିନାୟକ ଦାୟିତ୍ବ ଦେଇଥିଲା । ତେବେ ପନ୍ତ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ ଚଳିତ ସିଜନରେ ସେ ଆଇପିଏଲକୁ କମବ୍ୟାକ୍ କରିପାରନ୍ତି ବୋଲି କୁହାଯାଇଛି । ଯଦି ଏପରି ହୁଏ ତାହାଲେ ଚଳିତ ସିଜରେ ପୁଣି ଥରେ ପନ୍ତଙ୍କ ଅଧିନାୟିକତ୍ବ ଦେଖିବାକୁ ମିଳିବ । ଅନ୍ୟପଟେ, କୋଲକାତା ନାଇଟ୍ସ ରାଇଡର୍ସର ମଧ୍ଯ ଅଧିନାୟକ ମଧ୍ଯ ବଦଳିପାରନ୍ତି । ଗତ ସିଜନରେ ଶ୍ରେୟସ୍ ଆୟର ଆହତ ହେବା କାରଣରୁ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା। କୁହାଯାଇଛି ଯେ, ଶ୍ରେୟସ୍ ଚଳିତ ସିଜନରେ ଆଇପିଏଲକୁ କମବ୍ୟାକ୍ କରିପାରନ୍ତି ।


Also Read- IPL 2024: CSK ପାଇଁ ବଢିଲା ଟେନସନ୍, ଆଙ୍ଗୁଠି ସର୍ଜରୀ ପାଇଁ ପ୍ରଥମ କିଛିଟା ମ୍ୟାଚ୍ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି


ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ର ମଧ୍ଯ କ୍ୟାପଟେନ୍ ବଦଳିପାରନ୍ତି । ଗତ ସିଜନରେ କେବଳ ୯ଟି ମ୍ୟାଚ୍ ଖେଳିଥିବା ଲକ୍ଷ୍ନୌର ଅଧିନାୟକ କେ.ଏଲ୍ ରାହୁଲ ଆହତ କାରଣରୁ ଆଇପିଏଲ୍ ରୁ ବାଦ ପଡ଼ିଥିଲେ ।  ଏହା ପରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା, ତେବେ ଚଳିତ ସିଜନରେ ରାହୁଲ ଦଳକୁ ଫେରିବା ନେଇ ସମ୍ଭାବନା ଥିବାରୁ ଅଧିନାୟକ ଦାୟିତ୍ବ ପୁର୍ନବାର ତାଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ମଧ୍ଯ ନିଜର ଅଧିନାୟକ ବଦଳାଇଛି। ଆଡେନ ମାକ୍ରମଙ୍କୁ ଅଧିନାୟକତ୍ୱ ପଦରୁ ହଟାଇ ଦଳ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସଙ୍କୁ ଏହି ଦାୟିତ୍ବ ଦେଇଛି।