ନୂଆଦିଲ୍ଲୀ: ICC On New Cricket Rules: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବୁଧବାର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ୱକପ୍ 2022 (T20 World Cup 2022) ରେ ଅଂଶଗ୍ରହଣକାରୀ ଦଳମାନଙ୍କୁ ମ୍ୟାଚ୍ ସମୟରେ ନୂତନ ନିୟମ ମନେ ରଖିବାକୁ କହିଛି । ଟି-20 କ୍ରିକେଟର ରୋମାଞ୍ଚକର ଖେଳକୁ ଦୃଷ୍ଟିରେ ରଖି ନିର୍ଣ୍ଣାୟକ ମୂହୁର୍ତ୍ତ ବିଜୟ ଓ ପରାଜୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଇସିସି ନିକଟ ଅତୀତରେ ଖେଳ ସ୍ଥିତିରେ ଅନେକ ପରିବର୍ତ୍ତନ ଘୋଷଣା କରିଥିଲା । ଯାହା ଅକ୍ଟୋବର ୧ରୁ ଲାଗୁ ହୋଇଥିଲା ଓ କେତେକ ଅଷ୍ଟ୍ରେଲିଆରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିପାରେ । ଆଇସିସି ବୁଧବାର ନିଜ ୱେବସାଇଟରେ ଦଳମାନଙ୍କୁ ସାବଧାନ କରି କହିଛି ଯେ, "ଛୋଟ ବ୍ୟବଧାନରେ ଏହି ପରିବର୍ତ୍ତନଗୁଡିକ (ଖେଳ ସ୍ଥିତିରେ) ଅଷ୍ଟ୍ରେଲିଆରେ ହେବାକୁ ଥିବା ମ୍ୟାଚରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ହୋଇପାରେ ।"


COMMERCIAL BREAK
SCROLL TO CONTINUE READING

ବୈଶ୍ୱିକ କ୍ରିକେଟ୍ ଗଭର୍ଣ୍ଣିଂ ବଡି କହିଛି ଯେ, ଦଳ, ସପୋର୍ଟ ଷ୍ଟାଫ୍ ଏବଂ ଖେଳାଳିମାନେ ପାଞ୍ଚଟି ପ୍ରମୁଖ ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯାହା ନିମ୍ନଲିଖିତ ଅଟେ...


୧. ନନ୍-ଷ୍ଟ୍ରାଇକର କ୍ରିଜରେ ରହିବା ଆବଶ୍ୟକ, ନଚେତ୍ ମାନକେଡିଙ୍ଗର ବିପଦ ରହିବ ।


୨. କୌଣସି ବୋଲର ଲାଳ ବ୍ୟବହାର କରିପାରିବେ ନାହିଁ ।


୩. ନୂତନ ବ୍ୟାଟ୍ସମ୍ୟାନଙ୍କୁ ୨ ମିନିଟ୍ ମଧ୍ୟରେ ହିଁ ଷ୍ଟ୍ରାଇକ୍ ନେବାକୁ ପଡ଼ିବ ।


୪. ଦଳଗୁଡିକକୁ ପିଚରୁ ବାହାର ଯାଉଥିବା ବଲ ଉପରେ ରନ୍ ମିଳିବ ନାହିଁ ।


୫. ଫିଲ୍ଡରର ଅନୁପଯୁକ୍ତ ଆଚରଣ ଉପରେ ୫ ରନର ପେନାଲ୍ଟି ଲାଗିବ ।


ଆପଣଙ୍କ ସୂଚନା ପାଇଁ ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ତେବେ, ପ୍ରଥମେ କ୍ୱାଲିଫାଇଙ୍ଗ୍ ରାଉଣ୍ଡ ଆରମ୍ଭ ହେବ ଓ ତା’ପରେ ଅକ୍ଟୋବର ୨୨ରୁ ମୁଖ୍ୟ ଇଭେଣ୍ଟ ଯଥା ସୁପର-୧୨ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।


ଅଧିକ ପଢ଼ନ୍ତୁ:-LIVE ମ୍ୟାଚରେ ମୁହାଁମୁହାଁ ହେଲେ ୨ ଭାରତୀୟ କ୍ରିକେଟର, ଅମ୍ପାୟାରଙ୍କୁ କରିବାକୁ ପଡ଼ିଲା ହସ୍ତକ୍ଷେପ; ଦେଖନ୍ତୁ ଭିଡିଓ


ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ପୁଣିଥରେ ମିଳିଲାନି ଚୂଡ଼ାନ୍ତ ଏକାଦଶରେ ସ୍ଥାନ, ଟି-20 ବିଶ୍ୱକପକୁ ନେଇ କ’ଣ ଚାହୁଁଛି BCCI?


ଅଧିକ ପଢ଼ନ୍ତୁ:-5Gକୁ ନେଇ ବଡ଼ ନିଷ୍ପତ୍ତି, ୧୦ ହଜାରରୁ ଅଧିକ ମୂଲ୍ୟର ଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ


ସେପଟେ ଟି-20 ବିଶ୍ୱକପ (T20 World Cup 2022) ପୂର୍ବରୁ ଆଜି ଅର୍ଥାତ ଅକ୍ଟୋବର ୧୩ରେ ପର୍ଥରେ ଭାରତୀୟ ଦଳର ଅଭ୍ୟାସ ମ୍ୟାଚ୍ ଚାଲିଛି । କୌତୁହଳର ବିଷୟ ଏହା ଯେ ଲଗାତର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବିରାଟ କୋହଲିଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳିବା ପାଇଁ ସ୍ଥାନ ମିଳି ନାହିଁ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ-ଏକାଦଶ ବିପକ୍ଷରେ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ଭାରତୀୟ ଦଳର କମାଣ ରୋହିତ ଶର୍ମା (Rohit Sharma) ଙ୍କ ବଦଳରେ କେଏଲ୍ ରାହୁଲ (KL Rahul) ଙ୍କୁ ହସ୍ତାନ୍ତର କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି । ବିସିସିଆଇ ଗୁରୁବାର ଅଭ୍ୟାସ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଖେଳୁଥିବା ଚୂଡ଼ାନ୍ତ ଏକାଦଶ ଖେଳାଳିଙ୍କ ତାଲିକାକୁ ରିଲିଜ କରିଛି । ଏଥିରେ ରୋହିତ ଶର୍ମାଙ୍କୁ ଓପନର୍ ଭାବରେ ସାମିଲ କରାଯାଇଥିବାବେଳେ କେଏଲ୍ ରାହୁଲ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଅଭ୍ୟାସ ମ୍ୟାଚରେ ଭଲ ଅର୍ଦ୍ଧଶତକ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।