World Cup 2023 Final: ଭାରତକୁ ହରାଇ ପୁଣି ଥରେ ବିଶ୍ବ ଚାମ୍ପିୟନ୍ ହୋଇଛି ଅଷ୍ଟ୍ରେଲିଆ (India vs Australia) । ରବିବାର ଅନୁଷ୍ଠିତ ବିଶ୍ବକପ ଫାଇନାଲରେ (World Cup 2023 Final) ଷଷ୍ଠ ଥର ପାଇଁ ଟାଇଟେଲ ହାତେଇଛି କଙ୍ଗାରୁ ଦଳ । ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଭାରତୀୟ ଦଳ (Team India) ୨୪୦ରେ ଅଟକି ଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୪୩ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।


COMMERCIAL BREAK
SCROLL TO CONTINUE READING

ଅଷ୍ଟ୍ରେଲିଆ ଜିତିବା ପରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ସେଲିବ୍ରେସନ୍ ଆରମ୍ଭ ହୋଇଥିଲା । ଗୋଟିଏ ପଟେ କଙ୍ଗାରୁ ଦଳ ସେଲିବ୍ରେସନ୍ କରୁଥିବା ବେଳେ ଅନ୍ୟପଟେ ନୀରବ ହୋଇଯାଇଥିଲା ଟିମ୍ ଇଣ୍ତିଆ (Team India) । କିଛି ଖେଳାଳି ପଡ଼ିଆରେ ବସିଯାଇଥିବା ବେଳେ, କେହି କେହି ଆକାଶକୁ ଦେଖିବା ଆରମ୍ଭ କରିଥିଲେ, ଆଉ କେହି କ୍ୟାପ୍ ରେ ମୁହଁ ଲୁଚାଇଥିଲେ । ଏସବୁ ଭିତରେ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଦୁଇଟି ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟ ଖେଳାଳି ନିଜ କୋହ ସମ୍ଭାଳି ନପାରି କାନ୍ଦିପକାଉଥିବା ଦେଖିବାକୁ ମିଳିଛି ।


ମ୍ୟାକ୍ସୱେଲ ରନ୍ ଶେଷ କରିବା ମାତ୍ରେ ରୋହିତ ଶର୍ମା (Rohit Sharma) ପାଭିଲିୟନ ଆଡକୁ ଚାଲିଯାଇଥିଲେ। ପ୍ରଥମେ ରୋହିତଙ୍କ ମୁହଁ ଲାଲ ପଡ଼ିଯାଇଥିଲା ବହୁ ସମୟ ଲୁହକୁ ନିୟନ୍ତ୍ରଣ କରିବା ପରେ ସେ ଆଉ ନିଜ କୋହ ସମ୍ଭାଳି ପାରିନଥିଲେ । ଫଳରେ ପଡ଼ିଆ ଛାଡିବା ସମୟରେ ରୋହିତ କାନ୍ଦିବା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।



ଅନ୍ୟପଟେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ (Mohammed Siraj) ପିଚ୍‌ରେ କାନ୍ଦିବାକୁ ଦେଖିବାକୁ ମିଳିଛି। ତାଙ୍କ ଲୁହ ଥମିବାର ନାଁ ନେଉନଥିଲା ସେ ସମୟରେ ଜସପ୍ରୀତ ବୁମରା, କେ.ଏଲ ରାହୁଲ ଓ କୁଲଦୀପ ତାଙ୍କୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା ।  



ପ୍ରକାଶ ଥାଉ କି, ବିଶ୍ୱକପ୍ ୨୦୨୩ରେ ୧୦ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା ଭାରତ ​​। ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୨୪୦ ରନ୍ ର ଚାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ସହଜରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।


Also Read-World Cup Final: ଫାଇନାଲରେ କଙ୍ଗାରୁ ଟିମ୍ ଛଡ଼ାଇନେଲା ଟ୍ରଫି, ପୂରା ଟୁର୍ଣ୍ଣାମେଣ୍ଟରେ ଏମାନେ ହେଲେ ସବୁଠୁ ଶ୍ରେଷ୍ଠ