Mrinank singh: କ୍ରିକେଟରୁ କନ୍ ମ୍ୟାନ୍, ବନ୍ଧା ହେଲେ କ୍ରିକେଟର ମୃଣାଙ୍କ ସିଂହ
Mrinank singh: ଭାରତୀୟ କ୍ରିକେଟ ଟିମର ଅଣ୍ଡର-୧୯ ଟିମର ପୂର୍ବତନ ଖେଳାଳି ମୃଣାଙ୍କ ସିଂହଙ୍କୁ (Mrinank singh) ଦିଲ୍ଲୀ ପୁଲିସ ଠକାମି ଏବଂ ଜାଲିଆତି ମାମଲାରେ ଗିରଫ କରିଛି। ଅଭିଯୁକ୍ତ ମୃଣାଙ୍କ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ଖେଳୁଥିଲେ ଏଥି ସହ ସେ ଆଇପିଏଲରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ଖେଳିଥିବା ସୂଚନା ରହିଛି।
Mrinank singh: ଭାରତୀୟ କ୍ରିକେଟ ଟିମର ଅଣ୍ଡର-୧୯ ଟିମର ପୂର୍ବତନ ଖେଳାଳି ମୃଣାଙ୍କ ସିଂହଙ୍କୁ (Mrinank singh) ଦିଲ୍ଲୀ ପୁଲିସ ଠକାମି ଏବଂ ଜାଲିଆତି ମାମଲାରେ ଗିରଫ କରିଛି। ଅଭିଯୁକ୍ତ ମୃଣାଙ୍କ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ଖେଳୁଥିଲେ ଏଥି ସହ ସେ ଆଇପିଏଲରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ଖେଳିଥିବା ସୂଚନା ରହିଛି। ତେବେ ମୃଣାଙ୍କ ନିଜକୁ କର୍ଣ୍ଣାଟକର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(Assistant commissioner of police Karnataka) ବୋଲି ନିଜର ପରିଚୟ ଦେଇ ଫାଇଭ୍ ଷ୍ଟାର ହୋଟେଲରେ ଅନେକ ଦିନ ଧରି ମାଗଣାରେ ରହିଥିବା କହିଛି ପୋଲିସ୍।
କେବଳ ଏତିକି ନୁହେଁ କ୍ରିକେଟ ଟିମର କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(Rishabh pant) ହୋଇଛନ୍ତି ତାଙ୍କ ଠକେଇର ଶୀକାର। ମୃଣାଙ୍କ ଋଷଭଙ୍କୁ ଠକି ତାଙ୍କଠାରୁ ୧.୬୩ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏଥି ସହ ସେ ଅନେକ ମଡେଲ, ଅନେକ ହୋଟେଲ(Hotel) ଏବଂ ଅନେକ ବିତ୍ତଶାଳୀ ଲୋକଙ୍କୁ ମଧ୍ୟ ଠକି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ୨୦୨୦ ମସିହାରୁ ୨୦୨୧ ମସିହା ମଧ୍ୟରେ ମୃଣାଙ୍କ କ୍ରିକେଟର ଋଷଭ ପନ୍ତଙ୍କୁ ମଧ୍ୟ ୧.୬୩ କୋଟି ଟଙ୍କା ଠକିଥିଲେ। ସେହିପରି, ଅନେକ କ୍ୟାବ୍ ଡ୍ରାଇଭର୍, ଯୁବତୀ, ବାର୍, ରେସ୍ତୋରାଁକୁ ମଧ୍ୟ ସେ ଠକିଛନ୍ତି। ତାଜ୍ ପାଲେସ୍(Taj Palace) ସମେତ ଏକାଧିକ ବିଳାସମୟ ହୋଟେଲ୍ଗୁଡ଼ିକୁ ଠକିଥିବା ଅଭିଯୋଗରେ ମଙ୍ଗଳବାର ଦିନ ଦିଲ୍ଲୀ ପୁଲିସ ମୃଣାଙ୍କଙ୍କୁ ଗିରଫ କରିଛି।