Dinesh Karthik On Ishan Kishan Double Century: ବାଂଲାଦେଶ ବିପକ୍ଷ ତୃତୀୟ ଏକଦିବସୀୟ (India vs Bangldesh 3rd ODI) ରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଇଶାନ କିଶନ (Ishan Kishan) ଇତିହାସ ସୃଷ୍ଟି କରିଛନ୍ତି । ଏହା ସହ ସିନିୟର ଓପନର୍ ଶିଖର ଧାୱନ (Shikhar Dhawan) ଙ୍କ କ୍ୟାରିୟରର ଓଲଟା ଗଣନା ମଧ୍ୟ ଆରମ୍ଭ ହୋଇଛି ବୋଲି ମନେ କରାଯାଏ । ଶିଖର ଧାୱନ ଏହି ସିରିଜରେ ୭, ୮ ଏବଂ ୩ ରନର ଇଂନିସ ଖେଳି ଥିଲେ । ସେପଟେ ଟିମ୍ ଇଣ୍ଡିଆ (Team India) ଏହି ସିରିଜ (IND vs BAN ODI Series) ରେ ୨-୧ରେ ପରାସ୍ତ ହୋଇଛି । ନିୟମିତ ଅଧିନାୟକ ତଥା ଓପନର୍ ରୋହିତ ଶର୍ମା (Rohit Sharma) ଆହତ ହେବା ପରେ ଇଶାନ କିଶନଙ୍କୁ ଏକ ସୁଯୋଗ ମିଳିଥିଲା ​​। ଇଶାନ କିଶନ ଏହି ସୁଯୋଗକୁ ହାତ ଛଡ଼ା କରି ନଥିଲେ । ଏହି ମ୍ୟାଚରେ ସେ ଦମଦାର୍ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଟିମ୍ ଇଣ୍ଡିଆର ସିନିୟର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ (Dinesh Karthik) ମନେ କରନ୍ତି ଯେ, ଇଶାନ କିଶନ (Ishan Kishan) ଙ୍କ ଡବଲ ସେଞ୍ଚୁରୀ ଶିଖର ଧାୱନଙ୍କ ଚମତ୍କାର କ୍ୟାରିୟରର ଦୁଃଖଦ ଅନ୍ତ ହେବ । ଇଶାନ କିଶନ ଓ ଗିଲଙ୍କ ପରି ବର୍ତ୍ତମାନର ଯୁବ ଖେଳାଳି ମାନଙ୍କ ବିଷୟରେ ଦୀନେଶ କାର୍ତ୍ତିକ କହିଛନ୍ତି ଯେ, ଏହା ଶିଖର ଧାୱନଙ୍କ ଉଜ୍ଜ୍ୱଳ ODI କ୍ୟାରିୟରର ଅନ୍ତ ହୋଇପାରେ । ସେ ଆଗକୁ କହିଛନ୍ତି ଯେ, ଶ୍ରୀଲଙ୍କା ସିରିଜ୍ ପାଇଁ ଧାୱନ କେଉଁଠାରେ ଛିଡା ହୋଇଛନ୍ତି? ଏହା ଦେଖିବା ମଜାଦାର ହେବ କି ସେମାନେ କିପରି ଇଶାନ କିଶନଙ୍କୁ ପଛକୁ ଛାଡ଼ନ୍ତି ।


ଦୀନେଶ କାର୍ତ୍ତିକ (Dinesh Karthik) ଆହୁରି କହିଛନ୍ତି ଯେ, "ଶୁଭମାନ ଗିଲ ବହୁତ ଭଲ କାମ କରୁଛନ୍ତି । ଯଦି ରୋହିତ ଶର୍ମା ଉପଲବ୍ଧ ଅଛି ତେବେ ଯଦି କାହାର ପତା କାଟିବ, ତେବେ ସେ କେବଳ ଧାୱନ ହୋଇପାରେ । ଏହା ଏକ ଚତ୍ମକାର କ୍ୟାରିୟରର ଏକ ଦୁଃଖଦ ଅନ୍ତ ହୋଇପାରେ । କିନ୍ତୁ ନୂତନ ଚୟନକର୍ତ୍ତାଙ୍କ ପାଇଁ କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।"


ଏହା ବି ପଢ଼ନ୍ତୁ:-ମଙ୍ଗଳ ଯିବା ରାସ୍ତାରେ ସେକ୍ସ ବନ୍ଦ କରିବାକୁ NASA କଲା ଖାସ୍ ପ୍ଲାନ୍! ନାଲି ଗ୍ରହକୁ ଯାତ୍ରା କରିବାକୁ ଲାଗିବ ଦେଢ଼ ବର୍ଷ


ଏହା ବି ପଢ଼ନ୍ତୁ:-କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଲେ ବିରାଟ କୋହଲି, ଜାଣନ୍ତୁ କ'ଣ କହିଲେ


ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୩୦ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ସଂପୂର୍ଣ୍ଣ ତାଲିକା


୨୦୨୩ ମସିହାରେ ଭାରତରେ ହେବାକୁ ଥିବା ODI ବିଶ୍ୱକପ ପାଇଁ ଦୀନେଶ କାର୍ତ୍ତିକ କହିଛନ୍ତି ଯେ, "ଶିଖର ଧାୱନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ପାଇଁ ସଂଘର୍ଷ କରିବାକୁ ପଡିପାରେ । କୌତୁହଳର ବିଷୟ ହେଉଛି ଯଦି ଶୁଭମାନ ଗିଲ ଦଳର ଏକ ଅଂଶ ହୋଇଥାନ୍ତେ, ସେ ବୋଧହୁଏ ଓପେନିଂ କରିଥାନ୍ତେ, କାରଣ ସେ କିଛି ସମୟ ପାଇଁ ଆତ୍ମବିଶ୍ୱାସରେ ଏହା କରିଆସୁଥିଲେ । ଇଶାନ କିଶନଙ୍କୁ ଏକ ସୁଯୋଗ ଦିଆଯାଇଥିଲା । ସେ ଏହାକୁ ହାତ ଛଡ଼ା କରି ନଥିଲେ ଓ ଏହାର ସଠିକ୍ ଫାଇଦା ଉଠାଇ ଥିଲେ ।"