IND Vs ENG: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୨ ତାରିଖରେ ବିଶାଖାପାଟନମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଜିତିବା ପରେ ଇଂଲଣ୍ଡ ଦଳ ସିରିଜରେ ୧-୦ରେ ଆଗରେ ରହିଛି। ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଟିମ୍ କୁ ଲାଗିଛି ଏକ ବଡ଼ ଝଟକା। ଷ୍ଟାର ସ୍ପିନ୍ ବୋଲର ଜ୍ୟାକ୍ ଲିଚ୍ ବିଶାଖାପାଟନମ୍ ଟେଷ୍ଟରୁ ବାଦ ପଡିଛନ୍ତି। ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି କ୍ୟାପଟେନ ବେନ ଷ୍ଟୋକ୍ସ ।


COMMERCIAL BREAK
SCROLL TO CONTINUE READING

ଜ୍ୟାକ୍ ଲିଚ୍ ଆଣ୍ଠୁରେ ଆଘାତ ଲାଗିଛି:


ହାଇଦ୍ରାବାଦ ଟେଷ୍ଟରେ ଜ୍ୟାକ୍ ଲିଚ୍ ଜବରଦସ୍ତ ବୋଲିଂ କରିଥିଲେ। ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିବା ଜଣା ପଡ଼ିଛି। ଯେଉଁ କାରଣରୁ ଜ୍ୟାକ୍ ଲିଚ୍ ବିଶାଖାପାଟନମ୍ ଟେଷ୍ଟରେ ଖେଳୁଥିବା ମ୍ୟାଚରେ ଖେଳିବେ ନାହିଁ | ଷ୍ଟୋକ୍ସ କହିଛନ୍ତି ଯେ ବର୍ତ୍ତମାନ ଜ୍ୟାକ୍ ଲିଚ୍ ମେଡିକାଲ୍ ଟିମର ତତ୍ତ୍ୱାବଧାନରେ ଅଛନ୍ତି, ତାଙ୍କ ଆଘାତ ଅତ୍ୟନ୍ତ ଗମ୍ଭୀର ନୁହେଁ। ଜ୍ୟାକ୍ ଶୀଘ୍ର ଆମ ସହିତ ଯୋଗଦେବେ। ଜ୍ୟାକ୍ ଲିଚଙ୍କର ଆଣ୍ଠୁଗଣ୍ଠି ଜନିତ ସମସ୍ୟା  ଆଗରୁ ଥିଲା। ପ୍ରଥମ ମ୍ୟାଚ୍ ସମୟରେ ମଧ୍ୟ ତାଙ୍କୁ ଅଧିକ ବୋଲିଂ ଦିଆଯାଇ ନଥିଲା। ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଜ୍ୟାକ୍ ମାତ୍ର ୧୦ ଓଭର ବୋଲିଂ କରିଥିଲେ। ଏହି ସମୟରେ ସେ ଶ୍ରେୟାସ ଆୟରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।


ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପାଖରେ ଶୃଙ୍ଖଳାର ଅଭାବ ଯୋଗୁ ଦଳକୁ ପରାଜିତ ହେବାକୁ ପଡ଼ିଥିଲା। କିନ୍ତୁ ଏବେ ଦ୍ବିତୀୟ ଟେଷ୍ଟ୍‌(Second Test)ରେ ଭାରତୀୟ ଖେଳାଳିମାନଙ୍କୁ ସାମର୍ଥ୍ୟ ଅନୁସାରେ ଖେଳିବାକୁ ପଡ଼ିବ। ଏଥିପାଇଁ ସେ ଯୋଜନାବଦ୍ଧ ରଣକୌଶଳ ପ୍ରସ୍ତୁତି ଉପରେ ଜୋର୍‌ ଦେଇଛନ୍ତି। ଯେତେବେଳେ ବି ସୁଯୋଗ ଆସିବ ଆମକୁ ସ୍କୋର କରିବାକୁ ପଡ଼ିବ। ତେଣୁ ବ୍ୟାଟର୍‌ଙ୍କୁ ପିଚ୍‌ ବି‌ଶ୍ଲେଷଣ କରିବା ପରେ ସଟ୍‌ ଚୟନ କରିବାକୁ ହେବ।