FIH Hockey World Cup: ହକି ମହାକୁମ୍ଭ ପାଇଁ ବାଜିସାରିଛି ବିଗୁଲ । ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଜନସାଧାରଣ ଉତ୍ସାହିତ ଅଛନ୍ତି। ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଅଫଲାଇନ ଟିକେଟ ଭୁବନେଶ୍ୱର କଳିଙ୍ଗ ଷ୍ଟା଼ଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଉପଲବ୍ଧ ହେଉଛି । ମନ ପସନ୍ଦର ଟିକେଟ ପାଇବା ପାଇଁ ଭୋର ୪ଟାରୁ ଲୋକେ ଲମ୍ବାଧାଡ଼ି ଲଗାଇଛନ୍ତି। ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦିନ ସାଢ଼େ ୧୧ଟା ରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ରାତି ୭ ଟା ଯାଏଁ ଟିକେଟ ବିକ୍ରି ହେବ। ତେଣୁକରି ଭୋର ୪ଟା ରୁ ଉଭୟ ପୁରୁଷ ଓ ମହିଳାଙ୍କ ଲମ୍ବା ଲାଇନ ଉଭୟ ଷ୍ଟାଡିୟମରେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଗତକାଲି ଏନେଇ ସୂଚନା ଦିଆଯାଇଥିଲା । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟ ଓ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ପାଇପାରିବେ। ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ (FIH Mens Hockey World cup) ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ସେହିପରି ଟିକେଟର ଦାମ ମଧ୍ୟ ଦର୍ଶକଙ୍କୁ ସୁହାଇଲା ଭଳି ରଖାଯାଇଛି । 


Also Read: FIFA World Cup 2022 Prize Money: ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା, ଫ୍ରାନ୍ସ ବି ହେଲା ମାଲାମାଲ


କଳିଙ୍ଗ ଷ୍ଟାଡିୟମ୍‌ ରେ ଟିକେଟର ଦାମ (Kalinga Stadium)
ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା 
ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ 
ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା 


ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଟିକେଟର ଦାମ୍ (Birsa Munda International Hockey Stadium)
ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦
ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦ 
ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି


Also Read: Lionel Messi Biography: କାରଖାନା କର୍ମଚାରୀଙ୍କ ପୁଅ, କିପରି ହେଲେ ବିଶ୍ୱ ଚାମ୍ପିଅନ୍; ପଢ଼ନ୍ତୁ ଲିଓନେଲ ମେସିଙ୍କ କାହାଣୀ


ଚଳିତ ହକି ବିଶ୍ବକପରେ (Hockey World Cup 2023) ଭାରତ ଜାନୁଆରୀ ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ। ସେହିପରି ୨୯ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ମୋଟ ୨୪ ଟି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଅବଶିଷ୍ଟ ୨୦ଟି ମ୍ୟାଚ୍ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ସିଟ୍ କଥା ଯଦି କହିବା ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବା ନେଇ ସୁବିଧା ଥିବା ବେଳେ କଳିଙ୍ଗ ଷ୍ଟାଡିୟମର କାପାସିଟି ରହିଛି ୧୫ ହଜାର।