Gukesh D: ଚେସ୍ ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ୧୭ ବର୍ଷିୀୟ ଗ୍ରାଣ୍ତମାଷ୍ଟର ଗୁକେଶ ଡ଼ୋମାରାଜୁ (Gukesh D) । ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ସେ ସମ୍ମାନଜନକ କ୍ୟାଣ୍ତିଡ଼େଟ୍ସ ଟୁର୍ଣ୍ଣାମେଣ୍ଟ ବିଜୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ଏହି ବିଜୟ ସହ ୱାର୍ଲ୍ଡ ଚାମ୍ପଅନସିପରେ (World Chess Championship) ନିଜ ସ୍ଥାନ ପକ୍କା କରିଛନ୍ତି ଗୁକେଶ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, କାନାଡାର ଟୋରୋଣ୍ଟୋରେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ (Toronto Chess Candidates) ଆୟୋଜିତ ହୋଇଥିଲା। ରାଉଣ୍ତ ୧୩ରେ ଗୁକେଶ ଫ୍ରାନ୍ସରେ ଅଲିରେଜୋ ଫଇରୌଜାଙ୍କୁ ହରାଇ ୧୪ ରାଉଣ୍ତକୁ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଶେଷ ରାଉଣ୍ଡରେ ଆମେରିକାର ହିକାରୁ ନାକାମାରୁଙ୍କୁ ପରାସ୍ତ କରି ଟାଇଟଲ୍ ବିଜୟୀ ହୋଇଛନ୍ତି ଗୁକେଶ ଡ଼ୋମାରାଜୁ ।



ଏହି ବିଜୟ ସହ ଗୁକେଶ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ବିଜୟୀ ହେବାରେ ଭାରତର ଦ୍ୱିତୀୟ ଚେସ୍ ତାରକା ହୋଇପାରିଛନ୍ତି। ଗୁକେଶ ଙ୍କ ପୂର୍ବରୁ ବିଶ୍ୱନାଥନ ଆନନ୍ଦ କ୍ୟାଣ୍ଡିଡେଟ୍ସ ଚେସ୍ ବିଜେତା ହୋଇଥିଲେ। ପ୍ରକାଶ ଥାଉ କି, ଚଳିତ ବର୍ଷ ଶେଷରେ ୱାଲ୍ଡ ଚାମ୍ପିଅନସିପ୍ ମୁକାବିଲା ହେବ। ଏହି ମୁକାବିଲାରେ ଗୁକେଶ ଡିଫେଣ୍ଡିଂ ଚାମ୍ପିଅନ ଚୀନର ଡିଙ୍ଗ ଲିନେରଙ୍କୁ ଭେଟିବେ। 


Also Read- Virat Kohli: RCBର ପରାଜୟ ସତ୍ତ୍ବେ ବିରାଟଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ଼