Happy Birthday Rishabh Pant, ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୱିକେଟ କିପର ତଥ ବ୍ୟାଟର ଋଷଭ ପନ୍ତ ମଙ୍ଗଳବାର ତାଙ୍କର ୨୫ତମ ଜନ୍ମ ଦିନ ପାଳନ କରୁଛନ୍ତି। ଟି-୨୦ ବିଶ୍ୱକପ ପୂର୍ବରୁ ସେ ଭାରତ ମାଟିରେ ନିଜର ଜନ୍ମଦିନ ପାଳିବେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କର ଜନ୍ମଦିନ ଅବସରରେ ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ଶେଷ ଟି-୨୦ ଖେଳବ। ଋଷଭ ମଧ୍ୟ ଦଳର ସମ୍ଭାବ୍ୟ ଏକାଦଶରେ ଅଛନ୍ତି। ତେବେ ମଙ୍ଗଳବାରର ବିଜୟ ତାଙ୍କ ପାଇଁ ଏକ ସ୍ମରଣୀୟ ସ୍ମୃତି ହୋଇ ରହିବ। ସେପଟେ ଭାରତର ଷ୍ଟାର କ୍ରିକେଟରଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରେମିକା ଇଶା ଓ ପୂର୍ବତନ ପ୍ରେମିକା ଉର୍ବଶୀ ରୌତେଲା ନିଆରା ଢଙ୍ଗରେ ପନ୍ତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଋଷଭଙ୍କ ପାଇଁ ପୂର୍ବତନ କ୍ରିକେଟର ଯୁବରାଜ ଏକ ହୃୟସ୍ପର୍ଷୀ ଫୋଟ ସେୟାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର (ଅକ୍ଟୋବର ୪) ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ୨୫ବର୍ଷ ବୟସ ହୋଇଛି। ପ୍ରଶଂସକଙ୍କ ସମେତ ଅନେକ କ୍ରୀଡା ବ୍ୟକ୍ତିତ୍ୱ ମଧ୍ୟ ତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ପ୍ରେମିକା ଇଶା ନେଗୀ ଯେଉଁ ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି, ତାହା କ୍ରିକେଟରଙ୍କ ପାଇଁ ବହୁତ ଖାସ୍ ହେବ। ଇଶା ଓ ପନ୍ତ ଦୀର୍ଘ ଦିନରୁ ଡେଟ୍ କରୁଛନ୍ତି। ଗତ ମାସରେ ଇଶାଙ୍କ ଜନ୍ମଦିନ ଯାଇଛି। କିନ୍ତୁ ନିଜ ପ୍ରେମିକର ଜନ୍ମଦିନକୁ ସ୍ପେଶିଆଲ କରିବାକୁ ଇଶା କିଛି ନିଆର ଟ୍ରାଏ କରିଛନ୍ତି। ସେ ଋଷଭଙ୍କ ପାଇଁ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ପନ୍ତଙ୍କ ଭିନ୍ନ ଭିନ୍ନ ଫଟୋକୁ ଯୋଡିଛନ୍ତି, ଆଉ ସେଥିରେ ମାଇ ଲଭ ବୋଲି ମଧ୍ୟ ଲେଖଛନ୍ତି।


Also Read: IND vs SA T20I: ବାଜିରେ ଆଜିର ଅନ୍ତିମ ମ୍ୟାଚ, Team Indiaରୁ ବାଦ୍ ପଡିଲେ ଦୁଇ ସୁପରଷ୍ଟାର୍


ଇଶାଙ୍କ ପରି ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ଋଷଭଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ତାଙ୍କର ଷ୍ଟାଇଲ ଟିକେ ହଟକେ ରହିଛି। ବଲିଉଡ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ କ୍ୟାପସନ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା'। କିନ୍ତୁ ତାଙ୍କ ପୋଷ୍ଟର କୌଣସି ସ୍ଥାନରେ ସେ ଋଷଭ ପନ୍ତଙ୍କ ନାମ ଉଲ୍ଲେଖ କରିନାହାଁନ୍ତି। କିନ୍ତୁ କିଛି ସମୟ ପାଇଁ ଉର୍ବଶୀ ଏବଂ ପନ୍ତଙ୍କ ମଧ୍ୟରେ ଯାହା ଘଟିଛି, ତହାକୁ ପ୍ରଶଂସକମାନେ ଏହି ଭିଡିଓ ସହ ପନ୍ତଙ୍କୁ ଯୋଡି ଦେଖୁଛନ୍ତି। ଭିଡିଓରେ ଉର୍ବଶୀ ରୌତେଲା ଏକ ନାଲି ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କର ଘାତକ ଷ୍ଟାଇଲରେ 'ଫ୍ଲାଇଙ୍ଗ କିସ୍' ଦେଇଛନ୍ତି।


 



ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଟ୍ୱିଟରରେ ଋଶଭ ପନ୍ତଙ୍କୁ ୨୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଋଷଭଙ୍କ ସହ ଏକ ପୁରଣା ଫଟୋ ସେୟାର କରି ସେ ଲଖିଛନ୍ତି, "ତୁମର କେଶ ପରି ତୁମ କ୍ୟାରିୟର ମଧ୍ୟ ଲାମ୍ବା ଏବଂ ଘନ ହେଉ ବୋଲି କାମନା କରୁଛି। ଆଶା କରୁଛି ଏହି ଦିନ ଏବଂ ବର୍ଷ ସ୍ମରଣୀୟ ହୋଇ ରହିବ। ବିଶ୍ୱକପ ପାଇଁ ଭଗବାନ ଆଶୀର୍ବାଦ କରନ୍ତୁ। ଜନ୍ମଦିନର ଶୁଭେଚ୍ଛା!"