Hardik Pandya Divorce: କ୍ରିକେଟ ପ୍ରେମୀଙ୍କ ଅନୁଯାୟୀ ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଫ୍ଲପ୍ ପ୍ରମାଣିତ ହୋଇଛନ୍ତି। ତାଙ୍କ ଦଳ MI ପଏଣ୍ଟ ଟେବୁଲରେ ସବୁଠୁ ଶେଷ ସ୍ଥାନରେ ରହିଥିଲା। ଏବେ ଅନୁମାନ କରାଯାଉଛି ଯେ କ୍ରିକେଟ୍ ପଡ଼ିଆରେ ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ମଧ୍ୟ ବିପଦରେ ରହିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଛାଡପତ୍ର ହେବାକୁ ଯାଉଛନ୍ତି। ଅନେକ କାରଣ ଅଛି ଯେଉଁଥିପାଇଁ ସେମାନଙ୍କ ଅଲଗା ହେବାର ଖବର ଏବେ ଚର୍ଚ୍ଚାରେ ରହିଛି।


COMMERCIAL BREAK
SCROLL TO CONTINUE READING

ଛାଡପତ୍ର ଖବର କାହିଁକି ଚର୍ଚ୍ଚାରେ ?


ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ଙ୍କ ଅଲଗା ହେବାର ପ୍ରଥମ ପ୍ରମାଣ ହେଉଛି ଯେ ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 'ପାଣ୍ଡ୍ୟା' ସର୍ ନେମ୍ ହଟାଇ ଦେଇଛନ୍ତି ଏବଂ ହାର୍ଦ୍ଦିକଙ୍କ ସହ ପୋଷ୍ଟ ହୋଇଥିବା ଅନେକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଡିଲିଟ୍ କରାଯାଇଛି। ସେମାନଙ୍କ ଛାଡପତ୍ର ଖବର ଆସିବାର ଦ୍ୱିତୀୟ ବଡ଼ କାରଣ ହେଉଛି ଦୁହେଁ ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ପରସ୍ପର ସହ କୌଣସି ଫଟୋ ବା ଭିଡିଓ ସେୟାର କରିନାହାଁନ୍ତି। ମାର୍ଚ୍ଚ ୪ରେ ମଧ୍ୟ ନତାଶାଙ୍କ ଜନ୍ମଦିନ ଥିଲା, କିନ୍ତୁ ହାର୍ଦ୍ଦିକ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି ପୋଷ୍ଟ କରିନଥିଲେ।


 



ଆପିଏଲରେ ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକଙ୍କୁ ଅନେକ ପ୍ରକାରର ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଥିଲା। ପୁଣି ଏବ ଲୋକମାନେ ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କ ପାଇଁ ଅନେକ ଅପମାନଜନକ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। କେହି କେହି କହୁଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କୁ ଧୋକା ଦେଇଛନ୍ତି, ତାଙ୍କ ସହ ପ୍ରତାରଣା କରିଛନ୍ତି ଏବଂ ତାଙ୍କୁ ଲଣ୍ଡନରେ ଅନ୍ୟ ଜଣେ ଝିଅଙ୍କ ସହିତ ଦେଖିବାକୁ ମିଳିଛି।


ବିବାହ କେବେ ହୋଇଥିଲା?


ପ୍ରାୟ ୭ ବର୍ଷ ପୂର୍ବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ପରସ୍ପର ପରସ୍ପରଙ୍କୁ ଭେଟିଥିଲେ। ବହୁ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ, ସେମାନେ ମେ ୩୧, ୨୦୨୦ରେ କୋର୍ଟ ବିବାହ କରିଥିଲେ। ହାର୍ଦ୍ଦିକ ଏବଂ ତାଙ୍କ ସାଥୀ ପୂର୍ବରୁ କହିଥିଲେ ଯେ ନତାଶା ଗର୍ଭବତୀ ଥିଲେ ଏବଂ ଜୁଲାଇ ୨୦୨୦ ରେ ସେମାନେ ଏକ ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ତାଙ୍କ ପୁଅର ନାମ ଅଗସ୍ତ୍ୟା।