Hardik Pandya On India vs Australia 1st ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Australia ODI Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ (IND vs AUS 1st ODI Match) ରେ ରୋହିତ ଶର୍ମା (Rohit Sharma) ଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦଳର ଅଧିନାୟକତ୍ୱ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ଏହି ମ୍ୟାଚ୍କୁ ୫ ୱିକେଟରେ ଜିତିଛି । ଏହି ମ୍ୟାଚର ବିଜୟ ପରେ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଖୁସି ଦେଖାଦେଇଛନ୍ତି ଓ ଦଳର ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ୱିକେଟରେ ଜିତିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) କେ.ଏଲ୍ ରାହୁଲ (KL Rahul) ଓ ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ପ୍ରଶଂସା କରିଛନ୍ତି । ଉଭୟଙ୍କ ପ୍ରଶଂସା କରି ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ସେମାନଙ୍କ ବ୍ୟାଟିଂ ଶାନ୍ତିଦାୟକ ଥିଲା । ଖରାପ ଫର୍ମ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଚତୁର୍ଥ ଟେଷ୍ଟରୁ ବାଦ ପଡିଥିବା କେଏଲ ରାହୁଲ ଏହି ମ୍ୟାଚରେ ଅପରାଜିତ ୭୫ ଓ ରବିନ୍ଦ୍ର ଜାଡେଜା ଅପରାଜିତ ୪୫ ରନର ଇନିଂସ ଖେଳିଥିଲେ ।


କାର୍ଯ୍ୟକାରୀ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) କହିଛନ୍ତି ଯେ, "ଆମ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି । ଜାଡୁ (ଜାଡେଜା) ଆଠ ମାସ ପରେ ଫେରି ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁଁ ମୋର ବୋଲିଂ ଓ ବ୍ୟାଟିଂକୁ ଉପଭୋଗ କଲି । କିନ୍ତୁ ଜାଡୁ ଓ ରାହୁଲଙ୍କ ବ୍ୟାଟିଂ ଶାନ୍ତି ପ୍ରଦାନ କରିଥିଲା । ଆମେ ଉଭୟ ଇନିଂସରେ ଚାପରେ ରହିଥିଲୁ କିନ୍ତୁ ଆମେ ଧୈର୍ଯ୍ୟ ହରାଇ ନ ଥିଲୁ ଓ କଠିନ ପରିସ୍ଥିତିରୁ ବାହାରି ଆସିଥିଲୁ । ଫର୍ମ ହାସଲ କରିବା ପରେ ଆମେ ଏହାକୁ ହରାଇ ନାହୁଁ ।" 


ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ଭାବେ ଚୟନ ହୋଇଥିବା ରବିନ୍ଦ୍ର ଜାଡେଜା (Ravindra Jadeja) କହିଛନ୍ତି ଯେ, ଆଣ୍ଠୁ ଅପରେସନ୍ ଯୋଗୁଁ ଆଠ ମାସ ପରେ ଫେରିବା ପରେ ସେ ଫର୍ମାଟ ସହିତ ଖାପ ଖୁଆଇବାକୁ ଚେଷ୍ଟା କରୁଥିଲେ ଓ ଏହି ପ୍ରଦର୍ଶନ ବୋନସ ପରି ଥିଲା । ମୁଁ ଟେଷ୍ଟ କ୍ରିକେଟ୍ ଖେଳିଥିଲି ଓ ଦୀର୍ଘ ଦିନ ପରେ ମୁଁ ODI ରେ ପ୍ରତ୍ୟାବର୍ତ୍ତନ କଲି । ମୁଁ ଭଲ ବୋଲିଂ କରିବାକୁ ଚେଷ୍ଟା କରୁଥିଲି ।


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ କ୍ୟାରିୟର ହେଲା ଶେଷ! BCCI ହଠାତ୍ ଦଳରୁ କଲା ବାହାର


ଅଧିକ ପଢ଼ନ୍ତୁ-ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା! ସରକାର ନେଲେ ଏହି ବଡ଼ ପଦକ୍ଷେ


ସେପଟେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ (Steve Smith) କହିଛନ୍ତି ଯେ, ଏହି ୱିକେଟରେ ୨୬୦-୨୭୦ ରନ୍ ସ୍କୋର କରାଯିବାର ଆବଶ୍ୟକତା ଥିଲା । ଆମେ ଏଭଳି ପ୍ରଦର୍ଶନ ଆଶା କରିନାହୁଁ । ଭାରତ ଭଲ ବୋଲିଂ କରିଥିଲା । ଯଦି ଆମେ ୨୫୦ ରନ୍ ସ୍କୋର କରିଥାନ୍ତେ, ତେବେ ଆମେ ମ୍ୟାଚ୍‌ରେ ରହିଥାନ୍ତେ । ଦ୍ରୁତ ବୋଲରମାନେ ୱିକେଟ୍ ଠାରୁ ବହୁତ ସାହାଯ୍ୟ ପାଇଥିଲେ ।