Hardik Pandya On Suryakumar Yadav Batting: ଧୁରନ୍ଧର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs Sri Lanka T20 Series) ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଶନିବାର ରାଜକୋଟରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚ (IND vs SL 3rd T20 Match) ରେ ଟିମ୍ ଇଣ୍ଡିଆ (Team India) ୯୧ ରନରେ ଜିତିଛି । ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଛି । ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଦଳ ୧୬.୪ ଓଭରରେ ୧୩୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ପରେ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ପୋରକ ବ୍ୟାଟିଂ ପାଇଁ ଜଣାଶୁଣା ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ପ୍ରଶଂସା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ନେତୃତ୍ୱରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଛି । ଏହି ମ୍ୟାଚ୍ ରାଜକୋଟରେ ଥିବା ଏସସିଏ ଷ୍ଟାଡିୟମରେ ଖେଳାଯାଇଥିଲା । ସୂର୍ଯ୍ୟକୁମାର ଯାଦବ (Suryakumar Yadav) ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ । ସେ ୫୧ ବଲରେ ଅପରାଜିତ ୧୧୨ ରନର ଇନିଂସରେ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବ  ତାଙ୍କର ଏହି ଇନିଂସରେ ୭ଟି ଚକା ଓ ୯ଟି ଛକା ମାରିଥିଲେ । ଶୁଭମାନ ଗିଲ ୪୬ ରନ କରିଛନ୍ତି । ସେହିପରି ରାହୁଲ ତ୍ରିପାଠୀ ୩୫ ରନର ଦ୍ରୁତ ଇଂନିସ ଖେଳିଛନ୍ତି ।  ଅନ୍ୟପଟେ ଅକ୍ସର ପଟେଲ ୯ ବଲରେ ୨୧ ରନର ଅପରାଜିତ ଇଂନିସ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଚୟନ କରାଯାଇଥିଲା । ସେପଟେ ଭାରତ ତରଫରୁ ଦ୍ରୁତ ବୋଲର ଅର୍ଶଦୀପ ସିଂ ୩ ୱିକେଟ୍ ନେଇଥିଲେ ।


ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, "ମୁଁ ଭାବୁଛି ସେ (ସୂର୍ଯ୍ୟକୁମାର ଯାଦବ) ପ୍ରତ୍ୟେକ ଇନିଂସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଯେଉଁଭଳି ସୁର୍ଯ୍ୟକୁମାର ବ୍ୟାଟିଂ କରୁଛନ୍ତି, ସେ କେବଳ ଆମକୁ କହୁଛନ୍ତି ଯେ ବ୍ୟାଟିଂ କରିବା କେତେ ସହଜ । ଯଦି ମୁଁ ତାଙ୍କ ବୋଲିଂ କରିଥା’ନ୍ତି, ତେବେ ତାଙ୍କ ବ୍ୟାଟିଂ ଦେଖି ମୁଁ ନିରାଶ ହୋଇଥା’ନ୍ତି ।"


ଅଧିକ ପଢ଼ନ୍ତୁ:-ଚଳନ୍ତା ଫ୍ଲାଇଟ ଭିତରେ ଯାତ୍ରୀଙ୍କ ମଧ୍ୟରେ ହେଲା 'WWE' ଫାଇଟ୍! ଦେଖନ୍ତୁ ଭିଡିଓ


ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟବାଣୀ ହେଲା ସତ, ଯାହା କହିଥିଲେ ତାହା କଲେ; ଜାଣନ୍ତୁ ପୁରା ଘଟଣା


ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଖୁଲାସା, ଏହି ୩ ଖେଳାଳିଙ୍କୁ ଦେଲେ ସିରିଜ୍ ଜିତିବାର ଶ୍ରେୟ


 


ହାର୍ଦ୍ଦିକ ପାଣ୍ଡ୍ୟା ଆହୁରି କହିଛନ୍ତି ଯେ, "ମୁଁ ରାହୁଲ ତ୍ରିପାଠୀଙ୍କ ବିଷୟରେ ଏକ ବିଶେଷ ଉଲ୍ଲେଖ କରିବାକୁ ଚାହୁଁଛି । ବଲ୍ ଟିକେ ଅସୁବିଧା ସୃଷ୍ଟି କରୁଥିଲା କିନ୍ତୁ ସେ ଗଜବର ଉଦ୍ଦେଶ୍ୟ ଦେଖାଇଛନ୍ତି । ତା’ପରେ ସୂର୍ଯ୍ୟ ତାଙ୍କ କାର୍ଯ୍ୟ କରିଛନ୍ତି । ଆପଣ ସେମାନଙ୍କୁ କିଛି କହିବାର ଆବଶ୍ୟକତା ନାହିଁ । ସେମାନେ ଜାଣନ୍ତି କଣ କରିବାକୁ ହେବ । ଯଦି ଏପରି ପରିସ୍ଥିତି ଆସେ,  ଯେଉଁଠାରେ ସେ ଅନିଶ୍ଚିତ, ଆମେ ପରସ୍ପର ସହ କଥା ହେଉ କିନ୍ତୁ ପ୍ରାୟତଃ ନୁହେଁ, ସେମାନେ କ'ଣ କରିବେ ଜାଣନ୍ତି ।"


ସେ ଅକ୍ସର ପଟେଲଙ୍କ ବିଷୟରେ କହିଛନ୍ତି ଯେ, "ଅକ୍ସର ଯେଉଁଭଳି ଖେଳୁଛନ୍ତି, ଏଥିରୁ ଜଣାପଡୁଛି ଯେ ସେ ଦଳ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଆଗକୁ ଯାଇ ସେ ଦଳ ପାଇଁ ବହୁତ ଭଲ କାମ କରିବେ । ଏକ ଗ୍ରୁପ ଭାବରେ ମୁଁ ମୋର ସମସ୍ତ ଖେଳାଳିଙ୍କୁ ସମର୍ଥନ କରିବାକୁ ଚାହୁଁଛି । ସେମାନଙ୍କୁ ଭରସା ଦେଇଥାଉ ।"