Midfielder Hardik Singh Injured: ସୋମବାର ହକି ବିଶ୍ୱକପ ୨୦୨୩ ଅଭିଯାନ ବେଳେ ଭାରତୀୟ ଦଳକୁ ଲାଗିଛି ବଡ ଝଟକା। ଆହତ ହେବା ପରେ ଆକ୍ରମଣକାରୀ ମିଡଫିଲ୍ଡର ହାର୍ଦ୍ଦିକ ସିଂହ ଦଳରୁ ବାଦ ପଡିଛନ୍ତି। ୱେଲ୍ସ ବିପକ୍ଷରେ ଭାରତୀୟ ଦଳର ଶେଷ ପୁଲ୍ ମୁକାବିଲାରୁ ତାଙ୍କୁ ବାଦ ଦିଆଯାଇଛି। ବାକି ଟୁର୍ନାମେଣ୍ଟ ପାଇଁ ମଧ୍ୟ ଭାରତୀୟ ଦଳରେ ହାର୍ଦ୍ଦିକ ସିଂହଙ୍କ ଉପଲବ୍ଧତା ନେଇ ଏବେ ପ୍ରଶ୍ନ ଉଠିଛି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହକି ବିଶ୍ୱକପରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ। ଦଳର ବିଜୟ ଅଭିଯାନରେ ସାମିଲ ହୋଇଥିଲେ ଆକ୍ରମଣକାରୀ ମିଡଫିଲ୍ଡର ହାର୍ଦ୍ଦିକ ସିଂହ। ସ୍ପେନ ଏବଂ ଇଂଲଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ହାର୍ଦ୍ଦିକ ସିଂହ ଭାରତୀୟ ଦଳ ଶ୍ରେଷ୍ଠ ଖେଳାଳି ରହିଥିଲେ। ହେଲେ ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ 0-0 ଡ୍ର ରହିଥିଲା। ଅନ୍ୟପଟେ ସ୍ପେନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ୨-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇ ନିଜର ଅଭିଯାନ ଆରମ୍ଭ କରିଥିଲେ। 


ଯଦି ହାର୍ଦ୍ଦିକ ସିଂହଙ୍କୁ ଟୁର୍ଣ୍ଣାମେଣ୍ଟରୁ ସମ୍ପୂର୍ଣ୍ଣ ରୂପେ ବାଦ ଦିଆଯାଏ, ତାହେଲେ ତାଙ୍କ ସ୍ଥାନରେ ରାଜକୁମାର ପାଲଙ୍କୁ ଦଳରେ ସ୍ଥାନ ମିଳପାରେ। ମିଡଫିଲ୍ଡର ରାଜକୁମାର ଏବଂ ଡିଫେଣ୍ଡର ଜୁଗରାଜ ସିଂହ ଗତ ମାସରେ ହକି ବିଶ୍ୱକପ ୨୦୨୩ ପାଇଁ ଦଳ ଘୋଷଣା କରାଯିବା ବେଳେ ହକି ଇଣ୍ଡିଆ ଦ୍ୱାରା ରିଜର୍ଭ ପ୍ଲେୟାର ତାଲିକାରେ ରହିଥିଲେ।


ଆନ୍ତର୍ଜାତୀୟ ହକି ମହାସଂଘ (International Hockey Federation) ଏଫଆଇଏଚ ଟୁର୍ନାମେଣ୍ଟ ନିୟମାବଳୀରେ (FIH Tournament Regulations) ଦର୍ଶାଯାଇଛି ଯେ ଯଦି ୧୮ ଜଣଙ୍କ ମଧ୍ୟରୁ ଜଣେ ଆହତ ଖେଳାଳିଙ୍କୁ ରିଜର୍ଭ ଦ୍ୱାରା ବଦଳାଯାଏ, ତାହେଲେ ଆହତ ଖେଳାଳି ସୁସ୍ଥ ହେଲେ ମଧ୍ୟ ସେହି ଟୁର୍ନାମେଣ୍ଟ ଖେଳିବାକୁ ଫେରି ପାରିବେ ନାହିଁ।


ମିଡଫିଲ୍ଡର ହାର୍ଦ୍ଦିକ ସିଂହ ଭାରତୀୟ ଦଳ ପାଇଁ ଜଣେ ଆକ୍ରମଣକାରୀ ଖେଳାଳୀ ଭାବେ ଉଭା ହୋଇଛନ୍ତି। ଗତ ୧୩ ଜାନୁଆରୀରେ ସ୍ପେନ ବିପକ୍ଷ ମ୍ୟାଚ୍‌ରେ  ଭାରତୀୟ ଦଳ ୨-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା। ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିବାକୁ ହାର୍ଦ୍ଦିକ ସିଂହ ତାଙ୍କର ଚମତ୍କାର ଏକକ ଉଦ୍ୟମ ସହିତ କୌଶଳ ପ୍ରଦର୍ଶନ କରିଥିଲେ। ରବିବାର ରାତିରେ ହାର୍ଦ୍ଦିକ ଏମଆରଆଇ କରିଥିଲେ।


ଜାନୁଆରୀ ୧୯ ତାରିଖରେ ଭୁବନେଶ୍ୱର ଠାରେ ଭାରତ ଦଳୀୟ ୱେଲ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ପୁଲ ଡି ବର୍ଗର ଶେଷ ଦୁଇଟି ମ୍ୟାଚ୍‌ରେ ଇଂଲଣ୍ଡ ସେହି ଦିନ ସ୍ପେନ ବିରୋଧ ଖେଳିବ। ସେହି ଦୁଇଟି ମ୍ୟାଚର ଫଳାଫଳ ସ୍ଥିର କରିବ ଯେ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ ପାଇଁ କିଏ ପୁଲ ଉପରେ ଶୀର୍ଷରେ ରହିବ।


ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ମଧ୍ୟରୁ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ଗୋଟିଏ ଲେଖାଁଏ ମ୍ୟାଚ୍‌ରେ ବିଜୟ ହୋଇଥିବା ବେଳେ ଏବଂ ଅନ୍ୟ ଗୋଟିଏ ମ୍ୟାଚ ଡ୍ର ରହିଛି। ହେଲେ ଇଂଲଣ୍ଡ ବର୍ତ୍ତମାନ ଭଲ ଗୋଲ ପାର୍ଥକ୍ୟରେ ଗ୍ରୁପ୍ ଡି ପୁଲ ଶୀର୍ଷରେ ରହିଛି।