COMMERCIAL BREAK
SCROLL TO CONTINUE READING

Australian Womens Cricket Team Celebrates Holi: ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ତଥା ଶେଷ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦ ଠାରେ ପହଞ୍ଚିଛି। ମାର୍ଚ୍ଚ ୯ ତାରିଖ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଇଥିବା ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଖେଳାଳୀ ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ। ଏହା ବ୍ୟତୀତ ଚଳିତ ବର୍ଷ ଅନୁଷ୍ଠିତ ମହିଳା ପ୍ରମିୟର ଲିଗ ମୁକାବିଲାରେ ଅଂଶଗ୍ରହଣ କରୁଥିବା ଖେଳାଳୀ ମଧ୍ୟ ରଙ୍ଗ ହୋଲି ପାଳନର ଫଟୋ ସେୟାର କରିଛନ୍ତି।


କ୍ରିକେଟର ଆଲିସ୍ ପେରି ରଙ୍ଗର ପର୍ବ ହୋଲିକୁ ପୂର୍ଣ୍ଣ ଉପଭୋଗ କରିଥିଲେ। ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ସେହି ଫଟୋ ସେୟାର କରିଛି। ଆଲିସ ପେରି ଆରସିବି ଦଳର ଜଣେ ସଦସ୍ୟ।


ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳୀ ମଧ୍ୟ ରଙ୍ଗର ପର୍ବ ହୋଲି ପାଳନ କରିଥିଲେ। ଏହା ବ୍ୟତୀତ ସେମାନେ ହୋଲି ଅବସରରେ ସୁରକ୍ଷା କର୍ମୀ ଏବଂ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଖେଳାଳି ଟିମ୍ ବସ୍ ଭିତରେ ହୋଲି ପାଳନ କରିବା ବେଳେ ବହୁତ ମଜା କରିଥିଲେ। ଯାହାର ଫଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ ଠାରେ ଖେଳାଯିବ।


ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥିଲା ଭାରତୀୟ ଦଳ। ମଙ୍ଗଳବାର ଅଭ୍ୟାସ ସାରିବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ହୋଟେଲ ଫେରୁଥିବା ବେଳେ ବସ ଭିତରେ ଜବରଦସ୍ତ ହୋଲି ପାଳନ କରିଛି ଭାରତୀୟ କ୍ରିକେଟ ଦଳ। ଓପନର୍ ଶୁଭମନ ଗିଲ ଏହାର ଭିଡିଓ ପୋଷ୍ଟ କରିଥିଲେ।


ଶୁଭମନ ଗିଲ (Shubman Gill) ଯେଉଁ ଭିଡ଼ିଓ ସେୟାର କରିଛନ୍ତି, ସେଥିରେ ଦେଖିବାକୁ ମିଳିଛି ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ତାଙ୍କ ପଛରେ ନାଚୁଛନ୍ତି। ତାଙ୍କ ପଛରେ ଅଧିନାୟକ ରୋହିତ ଶର୍ମା (Rohit Sharma) ମଧ୍ୟ ନଜର ଆସିଥିଲେ। ଯିଏ ଗିଲ ଭିଡିଓ ତିଆରି କରୁଥିବା ଦେଖି ଉଭୟଙ୍କୁ ଉତ୍ସାହିତ କରିଥିଲେ। ବାକି ଦଳର ଖେଳାଳି ମଧ୍ୟ ବସ୍‌ ଭିତରେ ପରସ୍ପର ଉପରେ ଅବିର ଫିଙ୍ଗିଥିବାର ନଜର ଆସିଥିଲେ।


ଟିମ୍ ବସ୍ ଭିତରେ ହୋଲି ଖେଳିବା ପରେ ଭାରତୀୟ କ୍ରିକେଟ ଦଳର ଖେଳାଳି, ହୋଟେଲ ଠାରେ ହୋଲି ମଧ୍ୟ ଖେଳିଥିଲେ। ସମସ୍ତେ ଶୁଖିଲା ରଙ୍ଗ ସହିତ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା। ଡ୍ରେସିଂ ରୁମ ଠାରେ ହୋଲି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ (Surya Kumar Yadav) ଏବଂ ଇଶାନ କିଶନଙ୍କ (Ishan Kishan) ଫଟୋ ମଧ୍ୟ ସାମ୍ନାକୁ ଆସିଛି।