ମୁମ୍ବାଇ: ICC ତାର ବାର୍ଷିକ ରାଙ୍କିଙ୍ଗ୍ ଜାରି କରିଛି। ଟିମ୍ ଇଣ୍ଡିଆ ଗୋଟିଏ ଫର୍ମାଟରେ ନିଜର ଦବଦବା ଜାହିର କରିଥିବା ବେଳେ ଅନ୍ୟ ଦୁଇଟିରେ ନୈରଶ୍ୟଜନକ ସ୍ଥାନରେ ରହିଛି। ସବୁ ଫର୍ମାଟରେ ପାକିସ୍ଥାନ, ଭାରତଠୁ ତଳେ ରହିଛି। ଭାରତ ୨୦୨୧-୨୨ ସିଜନରେ ବିଶ୍ୱର ଏକ ନମ୍ବର T20  ଦଳ ଭାବେ ସମାପ୍ତ କରିଛି। ଘରୋଇ ଗ୍ରାଉଣ୍ଡରେ ଏହାର ଲଗାତାର ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ଦଳ ଏହି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ICC) ବାର୍ଷିକ ମାନ୍ୟତାରେ ଦଳ ଏକ ନମ୍ବର ସ୍ଥାନରେ ରହିଛି।


COMMERCIAL BREAK
SCROLL TO CONTINUE READING

ICC ର T20  ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ (Team India) ନମ୍ବର ୱାନ୍ ସ୍ଥାନ ହାସଲ କରିଛି। ୨୭୦ ପଏଣ୍ଟ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ୨୬୫ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟରେ ରହିଛି । ୨୬୧ ପଏଣ୍ଟ ସହ ତୃତୀୟରେ ପାକିସ୍ତାନ ଓ ଚତୁର୍ଥରେ ଦକ୍ଷିଣ ଆଫ୍ରିକା ଏବଂ ପଞ୍ଚମରେ ଟିମ୍ ଅଷ୍ଟ୍ରେଲିଆ ଅଛି। ICC ଦିନିକିଆ ଫର୍ମାଟରେ ୧୨୫ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟରେ ଇଂଲଣ୍ଡ, ତୃତୀୟରେ ଅଷ୍ଟ୍ରେଲିଆ (Austalia) ରହିଛି। ୧୦୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଭାରତ ଅଛି । ୧୦୨ ପଏଣ୍ଟ ସହ ପାକିସ୍ତାନ (Pakistan) ପଞ୍ଚମ ସ୍ଥାନରେ ରହିଛି । 


Also Read: IPL 2022 Playoffs: ଗୁଜରାଟ ପରେ ଲାଇନରେ ଏହି ତିନୋଟି ଟିମ୍


ଗତ କିଛି ଦିନ ହେଲା ଟେଷ୍ଟ କ୍ରିକେଟ (Test Cricket) ରେ ଅଷ୍ଟ୍ରେଲିଆର ଦବଦବା ଦେଖିବାକୁ ମିଳିଛି । ୧୨୮ ପଏଣ୍ଟ ସହ ରାଙ୍କିଙ୍ଗର ଟପରେ କଙ୍ଗାରୁ ଦଳ ରହିଛି। ୧୧୯ ପଏଣ୍ଟ ସହ ଟିମ୍ ଇଣ୍ଡିଆ ଦ୍ୱିତୀୟରେ, ୧୧୧ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ତୃତୀୟରେ ଓ ୧୧୦ ପଏଣ୍ଟ ସହ ଚତୁର୍ଥରେ ଦକ୍ଷିଣ ଆଫ୍ରିକା ଥିବାବେଳେ ପଞ୍ଚମରେ ପାକିସ୍ତାନ ଅଛି। ଇଂଲଣ୍ଡ ମାତ୍ର ୮୮ ରେଟିଂ ପଏଣ୍ଟ ରହିଛି। ଏହା ୧୯୯୫ ପରଠାରୁ ସର୍ବନିମ୍ନ। ଜାନୁଆରୀରେ ଆଶେସ ସିରିଜରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୪-୦ରେ ପରାସ୍ତ କରିଥିଲା। ଫଳରେ ଇଂଲଣ୍ଡ (England) ପଏଣ୍ଟ ହ୍ରାସ ପାଇଛି।