ICC Test rankings: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଦିନ ଏକ ଛୋଟ ଭୁଲ କରିଥିଲା । ଯାହା ଭାରତ ପାଇଁ ଏକ ବଡ଼ ଖୁସି ଆଣିଦେଇଥିଲା। ମଙ୍ଗଳବାର ଦିନ ଅପରାହ୍ନରେ ଲଟେଷ୍ଟ ରେକିଂ ପ୍ରକାଶ ପାଇଥିଲା । ଆଇସିସି ଅଫିସିଆଲ ଓ୍ୱେବସାଇଟରେ ଦ୍ୱିପ୍ରହର ପ୍ରାୟ ୧.୩୦ ମିନିଟରେ ଭାରତ ଶୀର୍ଷ ତାଲିକାରେ ରହିଥିବା ନେଇ ପ୍ରକାଶ କରିଥିଲା । ଏହି ମାନ୍ୟତା ତାଲିକାରେ ଭାରତ ପ୍ରାୟ ଦେଢ ଘଣ୍ଟା ଧରି ଏହି ଶୀର୍ଷ ସ୍ଥାନରେ ଭାରତ ରହିଥିଲା । ତେବେ ପାଖାପାଖି ୪ଟା ସମୟରେ ଭାରତକୁ ଦ୍ୱିତୀୟ ସ୍ଥାନକୁ ଖସାଇ ଦିଆଯାଇଥିଲା ଓ ପରେ ଅଷ୍ଟ୍ରେଲିଆକୁ ଶୀର୍ଷ ମାନ୍ୟତା ପ୍ରଦାନ କରାଯାଇଥିଲା । 


COMMERCIAL BREAK
SCROLL TO CONTINUE READING

ଆଇସିସିର ଓ୍ୱେବସାଇଟ ଅନୁସାରେ ସକାଳ ପ୍ରାୟ ସାଢେ ୮ଟା ସମୟରେ ଅଷ୍ଟ୍ରେଲିଆ ଏକ ନମ୍ବର ଟିମ ରହିଥିଲା । ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆକୁ ଶୀର୍ଷ ମାନ୍ୟତା ମିଳିଥିଲା । ତେବେ ମାନ୍ୟତା ତାଲିକାରେ ପରବର୍ତ୍ତି ସମୟରେ ତୃଟି ବିଚ୍ୟୁତି ହୋଇଥିଲା। ଏହାକୁ ନେଇ ଯଦିଓ ଆଇସିସି ଅଧିକାରୀଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ, କିନ୍ତୁ ଏହି ତ୍ରୁଟିକୁ ନେଇ ସୋସିଆଲ ମିଡ଼ିଆରେ କ୍ରିକେଟ ପ୍ରଶଂସକ ଜୋରଦାର ସମାଲୋଚନା କରିବାରେ ଲାଗି ପଡ଼ିଛନ୍ତି । 



ଉଭୟ ଦଳ ମଧ୍ୟରେ ରହିଛି ଏତିକି ପଏଣ୍ଟର ପାର୍ଥକ୍ୟ
ଅଷ୍ଟ୍ରେଲିଆ କ୍ରିକେଟ ଦଳ ଟେଷ୍ଟ ମାନ୍ୟତାରେ ବିଗତ କିଛି ଦିନ ଧରି ଶୀର୍ଷ ସ୍ଥାନରେ ରହି ଆସିଛି । ତେବେ ସଦ୍ୟ ପ୍ରାପ୍ତ ମାନ୍ୟତା ଅନୁଯାୟୀ ଦଳ ୧୨୬ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି । ଏହା ସହିତ ୧୧୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଭାରତ ରହିଥିଲା । ଅର୍ଥାତ ଉଭୟ ଦଳ ମଧ୍ୟରେ ମାତ୍ର ୧୧ ପଏଣ୍ଟର ପାର୍ଥକ୍ୟ ରହିଥିଲା। ୧୦୭ ପଏଣ୍ଟ ସହିତ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଥିଲା। ଭାରତ ଏବେ ଟି୨୦ ମାନ୍ୟତା ତାଲିକାରେ ଶୀର୍ଷ ଓ ଦିନିକିଆ ମାନ୍ୟତା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏବେ ଦିନିକିଆରେ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ରହିଛି। ଆଇସିସି ଟିମ ଦ୍ୱାରା ମାନ୍ୟତା ପାଇଁ ପ୍ରତିଟି ସିରିଜରେ ଅପଡେଟ କରିଥାଏ। ୧୫ ଜାନୁଆରୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ ଶେଷ ହୋଇଛି। ଆଗକୁ ରହିଛି ଟେଷ୍ଟ ସିରିଜ। ଏହି ଟେଷ୍ଟ ସିରିଜ ଶେଷ ହେବା ପରେ ସିରିଜ ମାନ୍ୟତା ତାଲିକା ଅପଡେଟ ହେବ। ୧ ଅକ୍ଟୋବରରେ ଆଇସିସି ମାନ୍ୟତା ତାଲିକା ଅପଡେଟ କରିଥାଏ। 


ଶୀର୍ଷକୁ କିପରି ଫେରିବ ଭାରତ?
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ଫେବୃଆରୀରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ୪ ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜରୁ ଭାରତ ୨-୦, ୩-୧, ୩-୦ କିମ୍ବା ୪-୦ରେ ବିଜୟ ହାସଲ କରେ ତେବେ ଭାରତ ଶୀର୍ଷ ସ୍ଥାନକୁ ଫେରିବାର ସମ୍ଭାବନା ରହିଛି। ସେହିପରି ଦଳ ବ୍ୟତୀତ ମହିଳା ଖେଳାଳିଙ୍କ ପାଇଁ ମାନ୍ୟତା ପ୍ରତ୍ୟେକ ମଙ୍ଗଳବାର ଏବଂ ପୁରୁଷ ଖେଳାଳିଙ୍କ ପାଇଁ ପ୍ରତି ବୁଧବାର ଅପଡେଟ୍ ହୋଇଥାଏ। ସେଦିନ ଖେଳାଯାଇଥିବା ମ୍ୟାଚଗୁଡିକର ତଥ୍ୟ ଏଥିରେ ଅନ୍ତର୍ଭୂକ୍ତ କରେ ନାହିଁ। ଜାନୁଆରୀ ୧୮ ତାରିଖ ବୁଧବାର। ଏହି ଦିନ ସମସ୍ତ ଖେଳାଳିଙ୍କ ମାନ୍ୟତା ଅପଡେଟ୍ ହେବ। ଯେଉଁଥିରେ ଜାନୁଆରୀ ୧୫ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେରେ ଶତକ ହାସଲ କରିଥିବା ବିରାଟ କୋହଲି ଏବଂ ୱିକେଟ୍ ନେଇଥିବା କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ଉପକୃତ ହୋଇପାରିବେ।


ସୁର୍ଯ୍ୟକୁମାର ଯାଦବ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ତିନିଟି ଫର୍ମାଟର ଆଇସିସି ପ୍ଲେୟାର ମାନ୍ୟତାରେ ନମ୍ବର -୧ ରେ ଅଛନ୍ତି। ସେ ଟି -୨୦ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଶୀର୍ଷରେ ଅଛନ୍ତି। ଏଥି ସହିତ ଆହତ କାରଣରୁ ଟିମ୍ ଇଣ୍ଡିଆରୁ ବାହାରିଥିବା ରବିନ୍ଦ୍ର ଜାଡେଜା ଟେଷ୍ଟରେ No.୧ ନମ୍ବର ଅଲରାଉଣ୍ଡର ଅଟନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ ନମ୍ବର ଟେଷ୍ଟ ଅଲରାଉଣ୍ଡର ଅଟନ୍ତି। ଏମାନଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ୩ ନମ୍ବର ଅଲରାଉଣ୍ଡର ଅଟନ୍ତି । ଏଥି ସହିତ ଜସପ୍ରୀତ ବୁମରା ୩ ନମ୍ବର ଏବଂ ରବିଚନ୍ଦ୍ରନ ଅଶ୍ୱିନ୍ ୪ ନମ୍ବର ମାନ୍ୟତାପ୍ରାପ୍ତ ଟେଷ୍ଟ ବୋଲର ଅଟନ୍ତି । ଏହି ଖେଳାଳିଙ୍କ ବ୍ୟତୀତ କୌଣସି ଭାରତୀୟ କୌଣସି ଫର୍ମାଟର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନୁହଁନ୍ତି ।