Imran Khan Arrested: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛନ୍ତି । ପୂର୍ବତନ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ଇମ୍ରାନ ଖାନଙ୍କ ଦୀର୍ଘ ଦିନର ରାଜନିତୀରେ ସଂଘର୍ଷ ପରେ ପିଟିଆଇ ଦଳ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ​​ବହୁମତ ହାସଲ କରିଥିଲେ । ଏହି ନିର୍ବାଚନରେ ​​ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (PTI) ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା ଓ ଇମ୍ରାନ ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ଏସବୁ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କମେଣ୍ଟ୍ରିଟର ସୁନୀଲ ଗାଭାସ୍କର ବହୁ ଦିନ ପୂର୍ବରୁ ଇମ୍ରାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଘୋଷଣା କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଆନ୍ତର୍ଜାତୀୟ କ୍ରିକେଟ୍ କୁ ବିଦାୟ ଦେବା ପରେ ସୁନୀଲ ଗାଭାସ୍କର କ୍ରମାଗତ ଭାବରେ ଜଣେ କମେଣ୍ଟ୍ରିଟର ଭାବରେ କାର୍ଯ୍ୟ କରୁଛନ୍ତି । ଥରେ ସେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ଉପରେ କମେଣ୍ଟ୍ରି କରୁଥିଲେ । ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ରମିଜ ରାଜା ମଧ୍ୟ ତାଙ୍କ ସହ କମେଣ୍ଟ୍ରି କରୁଥିଲେ । ଏହି ସମୟରେ, ରମଜ ରାଜା ଇମ୍ରାନ ଖାନଙ୍କ ମିମିକିରି କରି ତାଙ୍କ ଶୌଳୀରେ କହିବା ଆରମ୍ଭ କରିଥିଲେ । ସେତେବେଳେ କ’ଣ ଥିଲା, ସୁନୀଲ ଗାଭାସ୍କର ସ୍ନେହରେ ରାମିଜଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଆପଣ ଯାହାଙ୍କ ମିମିକିରି କରୁଛନ୍ତି, ସେ ଆଗାମୀ ସମୟରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଯାହା ସତ ମଧ୍ୟ ହୋଇଥିଲା ।



ଉଲ୍ଲେଖନୀୟ କଥା ହେଉଛି, ୧୯୯୨ ମସିହାରେ ପାକିସ୍ତାନ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିଥିଲା ଓ ଇମ୍ରାନ ଖାନ ଦଳର ଅଧିନାୟକ ଥିଲେ । ଭାରତୀୟ ମାଟିରେ ପ୍ରଥମ ଥର ପାଇଁ ପାକିସ୍ତାନ ଏହି ବିଶ୍ୱକପ ଜିତିଥିଲା । ସେବେଠାରୁ ପାକିସ୍ତାନ କୌଣସି ବିଶ୍ୱକପ ଟାଇଟଲ ଜିତି ନାହିଁ । ଏହା ପରେ ଇମ୍ରାନ କ୍ରିକେଟକୁ ବିଦାୟ ଦେଇ ରାଜନୀତିରେ ଯୋଗ ଦେଇଥିଲେ । ସେବେଠାରୁ ସେ ପାକିସ୍ତାନ ରାଜନୀତିରେ ନିରନ୍ତର ସକ୍ରିୟ ରହିଆସିଛନ୍ତି ।


ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (NAB) ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟରୁ ଗିରଫ କରିଛି । ଅଲକାଦିର ଟ୍ରଷ୍ଟ ମାମଲାରେ ପିଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି । ପିଟିଆଇ ଦ୍ୱାରା ପ୍ରକାଶିତ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଇମ୍ରାନଙ୍କୁ ରେଞ୍ଜର୍ସ ଘେରି ରହିଛନ୍ତି । ସେମାନେ ଇମ୍ରାନଙ୍କୁ ଏକ କଳା କାରରେ ବସାଉଛନ୍ତି ।


ଇମ୍ରାନ ଖାନ ନିଜ ବିରୋଧରେ ଦାଖଲ ହୋଇଥିବା ଅନେକ ଏଫଆଇଆର ବିରୋଧରେ ଜାମିନ ପାଇଁ କୋର୍ଟରେ ପହଞ୍ଚିଥିଲେ । କିନ୍ତୁ ସେ କୋର୍ଟରୁ ଜାମିନ ପାଇବା ପୂର୍ବରୁ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲେ । ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ନାବ ଅଧିକାରୀଙ୍କ ଗିରଫଦାରୀ ୱାରେଣ୍ଟ ମଧ୍ୟ ରହିଛି ।


ଏହାବି ଦେଖନ୍ତୁ: Imran Khan Arrested Video: ଇମ୍ରାନ ଖାନଙ୍କୁ ଗିରଫ କରି ଘୋଷାଡ଼ି ନେଇଗଲେ ପାକିସ୍ତାନୀ ରେଞ୍ଜର୍ସ; ଦେଖନ୍ତୁ ଭିଡିଓ