India vs Australia 1st ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy 2023) ଟେଷ୍ଟ ସିରିଜ ଶେଷ ହୋଇଛି । ଏହି ସିରିଜ (IND vs AUS Test Series) ର ଶେଷ ମ୍ୟାଚ୍ ଡ୍ରୋ ହୋଇଛି । ଫଳରେ ଭାରତୀୟ ଦଳ ଏହି ଟେଷ୍ଟ ସିରିଜକୁ ୨-୧ରେ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ମାର୍ଚ୍ଚ ୧୭ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ (IND vs AUS ODI Series) ପାଇଁ ପ୍ରସ୍ତୁତ ହେଉଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍ (IND vs AUS 1st ODI Match) ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ । ଏହି ସମୟରେ ଶିବ ସୁନ୍ଦର ଦାସଙ୍କ ନେତୃତ୍ୱରେ ବିସିସିଆଇ (BCCI) ଚୟନ କମିଟିର ଏକ ଜରୁରୀ ବୈଠକ ଡକାଯାଇଛି । ଏହି ବୈଠକର ମୁଖ୍ୟ ଏଜେଣ୍ଡା ହେଉଛି ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରୁ ବାଦ ପଡିଥିବା ଶ୍ରେୟସ୍ ଆୟର (Shreyas Iyer) ଙ୍କ ସ୍ଥାନ କିଏ ନେବେ । ଶ୍ରେୟସ୍ ଆୟରଙ୍କ ବଦଳି ଭାବରେ ଅନେକ ନାମ ସାମ୍ନାକୁ ଆସୁଛି । କିନ୍ତୁ ଇନ୍ସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ୍ (Sanju Samson) ODI ସିରିଜ୍ ପାଇଁ କଲ୍ ପାଇବାର ସମ୍ଭାବନା ଅଛି । ତାଙ୍କୁ ଦଳରେ ସାମିଲ କରାଯାଇପାରେ । ପ୍ରାରମ୍ଭରେ ତାଙ୍କୁ ଟିମ୍ ଇଣ୍ଡିଆର ସ୍କ୍ୱାର୍ଡରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା ।


COMMERCIAL BREAK
SCROLL TO CONTINUE READING

ଶ୍ରେୟସ ଆୟର (Shreyas Iyer) ପିଠି ଯନ୍ତ୍ରଣା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଓ  ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବଞ୍ଚିତ ହୋଇଥିଲେ । ତେବେ ଏନସିଏରେ ୧୫ ଦିନ ରିହ୍ୟାବ ପରେ ତାଙ୍କୁ ଦିଲ୍ଲୀର ଦ୍ୱିତୀୟ ଟେଷ୍ଟ ପାଇଁ ଡକାଯାଇଥିଲା । ଏହା ପରେ ସେ ପୁଣି ଥରେ ଚତୁର୍ଥ ଟେଷ୍ଟରେ ପିଠି ଯନ୍ତ୍ରଣା ଅନୁଭବ କରିଥିବାର ଅଭିଯୋଗ କରିଥିଲେ । ତେଣୁ ଆଇପିଏଲ୍ ୨୦୨୩ (IPL 2023) ରେ ତାଙ୍କ ଭାଗ୍ୟ ମଧ୍ୟ ଅନ୍ଧାରରେ ରହିଛି । ଶ୍ରେୟସ୍ ଆୟର ରିହ୍ୟାବ୍ ପାଇଁ NCA କୁ ଯିବେ ।


ସଞ୍ଜୁ ସାମସନ  (Sanju Samson) ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ODI ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚରେ ୬୬.୦୦ ଏଭେରେଜରେ ୧୦ଟି ଇନିଂସରେ ୩୩୦ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଦୁଇ ଅର୍ଦ୍ଧଶତକ ସହିତ ୮୬ ରନର ଏକ ଅପରାଜିତ ଇନିଂସ ଅନ୍ତର୍ଭୁକ୍ତ ରହିଛି । ୨୫ ନଭେମ୍ବର ୨୦୨୨ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ତାଙ୍କୁ ସୁଯୋଗ ଦିଆଯାଇଥିଲା ଯେଉଁଥିରେ ସେ ୩୬ ରନ୍ ସଂଗ୍ରହ କରିଥିଲେ । ଗତ ବର୍ଷ ତାଙ୍କର ୭୧.୦୦ ଏଭେରେଜ୍ ଥିଲା । ତେବେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି ।


ଅଧିକ ପଢ଼ନ୍ତୁ-ଶେଷ ବଲରେ ବିଜୟ ଓ ଟାଇ ମଧ୍ୟରେ ଫସିଥିଲା ନ୍ୟୁଜିଲ୍ୟାଣ୍ଡ, ରୋମାଞ୍ଚକର ମ୍ୟାଚରେ ଏମିତି ପଲଟିଲା ବାଜି; ଦେଖନ୍ତୁ ଭିଡିଓ


ଅଧିକ ପଢ଼ନ୍ତୁ-ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବିରାଟ କୋହଲିଙ୍କ ବନ୍ଧୁ ଭାରତକୁ ଦେଲେ ଏହି ଖାସ୍ ଗିଫ୍ଟ


ଅଧିକ ପଢ଼ନ୍ତୁ-କର୍ମଚାରୀଙ୍କ ପାଇଁ ଖୁସି ଖବର: ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ଏତେ ଟଙ୍କା


 


ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଦିନିକିଆ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ । ପ୍ରଥମ ODI ପାଇଁ ରୋହିତ ଶର୍ମା ଉପଲବ୍ଧ ରହିବେ ନାହିଁ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ସମ୍ଭାଳିବେ ।