India vs Australia 1st Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ (IND vs AUS 1st Test) ନାଗପୁରରେ ୯ ଫେବୃଆରୀରୁ ୧୩ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ୍ (Nagpur Test) ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଆଘାତ ଯୋଗୁଁ ଏକ ବଡ଼ ମ୍ୟାଚ୍ ୱିନର ଖେଳାଳି ଏହି ମ୍ୟାଚରେ ବାହାର ହୋଇପାରନ୍ତି । ଏହି ଖେଳାଳି ଉଭୟ ବଲ ଓ ବ୍ୟାଟ୍ ମାଧ୍ୟମରେ ମ୍ୟାଚ୍ ପରିବର୍ତ୍ତନ କରିବା ପାଇଁ ଜଣାଶୁଣା । ଆଘାତ ଯୋଗୁଁ ଏହି ଖେଳାଳି କିଛି ସମୟ ପାଇଁ ପଡ଼ିଆରୁ ବାହାର ଚାଲିଆସୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରୁନ ଗ୍ରୀନ (Cameron Green) ଏବେ ମଧ୍ୟ ତାଙ୍କ ଆଘାତରୁ ମୁକ୍ତି ପାଇନାହାଁନ୍ତି । ତେଣୁ ତାଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇପାରେ । ଆପଣଙ୍କୁ କହି ରଖୁଛୁ ଯେ, ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନ୍ରିକ୍ ନର୍କିଆ (Enrique Norkia) ର ଦ୍ରୁତ ବଲ୍ ସିଧା କ୍ୟାମେରନ୍ ଗ୍ରୀନ୍ ର ଗ୍ଲୋଭସକୁ ବାଜି ଥିଲା । ଏହି ଆଘାତ ଯୋଗୁଁ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା । ଅଷ୍ଟ୍ରେଲିଆ ଦଳର ଉପ-ଅଧିନାୟକ ଷ୍ଟିଭ ସ୍ମିଥ (Steve Smith) କାମେରୁନ ଗ୍ରୀନଙ୍କ ଆଘାତ ଉପରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି, ଯେଉଁଥିରୁ ଅନୁମାନ କରାଯାଇପାରେ ଯେ ସେ ପ୍ରଥମ ମ୍ୟାଚରୁ ବାହାର ହୋଇପାରନ୍ତି ।


କ୍ୟାମେରନ୍ ଗ୍ରୀନଙ୍କ (Cameron Green) ଆଘାତ ବିଷୟରେ ଏକ ଅପଡେଟ୍ ପ୍ରଦାନ କରି ଷ୍ଟିଭ୍ ସ୍ମିଥ୍ (Steve Smith) କହିଛନ୍ତି ଯେ, "ମୁଁ ଭାବୁନାହିଁ ଯେ ସେ ପ୍ରଥମ ଟେଷ୍ଟ ଖେଳି ପାରିବେ, ମୁଁ ଭାବୁନାହିଁ ଯେ ସେ ଏପର୍ଯ୍ୟନ୍ତ ଦ୍ରୁତ ବୋଲରଙ୍କ ସାମ୍ନା କରିଛନ୍ତି । ତେଣୁ ମୁଁ କହିବାକୁ ସାହସ ରଖେ ସେ ଖେଳିବେ ନାହିଁ କିନ୍ତୁ କିଏ ଜାଣେ । ମୁଁ ନିଶ୍ଚିତ ନୁହେଁ ଆମେ ଅପେକ୍ଷା କରି ଦେଖିବା ।"


ନିକଟ ଅତୀତରେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ (Andrew McDonald) କ୍ୟାମେରନ୍ ଗ୍ରୀନ (Cameron Green) ବିଷୟରେ କହିଛନ୍ତି ଯେ, ଯଦି କାମେରନ୍ ବୋଲିଂ କରିବାକୁ ଫିଟ୍ ନୁହଁନ୍ତି, ତେବେ ତାଙ୍କୁ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବରେ ସୁଯୋଗ ଦିଆଯାଇପାରେ । କିନ୍ତୁ ଯଦି ସେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳୁଥିବା ଏକାଦଶରେ ସ୍ଥାନ ପାଇବାକୁ ଅସମର୍ଥ ତେବେ ମ୍ୟାଟ୍ ରେନ୍ସା ଓ ପିଟର ହ୍ୟାଣ୍ଡସକମ୍ବଙ୍କ ପରି ଖେଳାଳିଙ୍କ ଦିଗରେ ଦେଖାଯାଇପାରେ ।


ଅଧିକ ପଢ଼ନ୍ତୁ:-ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ


ଅଧିକ ପଢ଼ନ୍ତୁ:-ଧୋନିଙ୍କ ରାଜନୀତିର ଶିକାର ହୋଇଥିଲେ ଏସବୁ ଖେଳାଳି!


ଅଷ୍ଟ୍ରେଲିଆ ଦଳ


ପ୍ୟାଟ୍ କମିନ୍ସ (ଅଧିନାୟକ), ଆଷ୍ଟନ୍ ଅଗର, ସ୍କଟ୍ ବୋଲାଣ୍ଡ, ଆଲେକ୍ସ କ୍ୟାରି, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ପିଟର ହ୍ୟାଣ୍ଡସକମ୍ବ, ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ଲାନ୍ସ ମୋରିସ୍, ଟଡ୍ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ , ମିଚେଲ ସ୍ୱେପସନ, ଡେଭିଡ ୱାର୍ନର 


ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ଆର ଅଶ୍ୱିନ, ଅକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶୀରଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ