India vs Australia 2nd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ (IND vs AUS 1st Test) ରେ ଟିମ୍ ଇଣ୍ଡିଆ (Team India) କଙ୍ଗାରୁ ଦଳ (Kangaroo Team) କୁ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି । ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ଭାରତୀୟ ଦଳ ଫେବୃଆରୀ ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd Test) ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । 


COMMERCIAL BREAK
SCROLL TO CONTINUE READING

ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ (India vs Australia 2nd Test) ପୂର୍ବରୁ ଜଣେ ଖେଳାଳିଙ୍କୁ ସିରିଜ (India vs Australia Test Series) ରୁ ବାଦ୍ ଦିଆଯାଇଛି । ଏହି ଖେଳାଳିଙ୍କ ରିପ୍ଲେସମେଣ୍ଟ ମଧ୍ୟ ଘୋଷଣା କରାଯାଇଛି । ଏହି ଖେଳାଳି ଶୀଘ୍ର ଏହି ସିରିଜ୍ ପାଇଁ ଦଳରେ ଯୋଗଦେବେ । ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ସ୍ୱପସନ୍ (Mitchell Swepson) ଏହି ସିରିଜରୁ ବାହାର ହୋଇଛନ୍ତି । ମିଚେଲ ସ୍ୱପସନ୍ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଅଷ୍ଟ୍ରେଲିଆକୁ ଫେରିଛନ୍ତି ।


ମିଚେଲ ସ୍ୱପସନ (Mitchell Swepson)  ଙ୍କ ସ୍ଥାନରେ ମାଥ୍ୟୁ କୁହ୍ନେମ୍ୟାନ  (Matthew Kuhnemann) ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ମାଥ୍ୟୁ କୁହ୍ନେମ୍ୟାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି । ମିଚେଲ ସ୍ୱପସନ ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିୟ ଦଳର ଚୂଡ଼ାନ୍ତ ଏକାଦଶର ଅଂଶ ହୋଇନଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । 


ମିଚେଲ ସ୍ୱପସନ  (Mitchell Swepson) ବର୍ତ୍ତମାନ ତାଙ୍କ ଗର୍ଭବତୀ ପ୍ରେମିକା ଜେସଙ୍କ ସହ ରହିବାକୁ ବ୍ରିସବେନକୁ ଫେରିଛନ୍ତି । ଗତ ବର୍ଷ ଶ୍ରୀଲଙ୍କା ବିପକ୍ଷରେ ୨୬ ବର୍ଷିୟ ମାଥ୍ୟୁ କୁହ୍ନେମ୍ୟାନ (Matthew Kuhnemann) ନିଜର ODI ଡେବ୍ୟୁ କରିଥିଲେ । ମାଥ୍ୟୁ କୁହ୍ନେମ୍ୟାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୪ଟି ODI ଖେଳିଛନ୍ତି । ଏହି ମ୍ୟାଚଗୁଡିକରେ ମାଥ୍ୟୁ କୁହ୍ନେମ୍ୟାନ ୫.୦୨ ଇକୋନୋମି ରେଟରେ ୬ଟି ୱିକେଟ୍ ନେଇଛନ୍ତି । ମାଥ୍ୟୁ କୁହ୍ନେମ୍ୟାନ (Matthew Kuhnemann) ଏପର୍ଯ୍ୟନ୍ତ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୩୨ ୱିକେଟ୍ ନେଇଛନ୍ତି ।


ଅଧିକ ପଢ଼ନ୍ତୁ:-ଦୁଇ ପତ୍ନୀ ପୂର୍ବରୁ ଗର୍ଭବତୀ, ଏବେ ଗର୍ଲଫ୍ରେଣ୍ଡ ବି ହେବେ ମା'! ଏହି ପ୍ରସିଦ୍ଧ ୟୁଟ୍ୟୁବରଙ୍କ ଏକାସାଙ୍ଗରେ ହେବ ୪ଟି ସନ୍ତାନ?


ଅଧିକ ପଢ଼ନ୍ତୁ:-୬୨ ବର୍ଷ ଧରି ଶୋଇ ନାହାଁନ୍ତି ଏହି ବ୍ୟକ୍ତି, ଆଖି ବନ୍ଦ କଲେ ବି ଆସୁନି ନିଦ; ଜାଣନ୍ତୁ ଏହା ପଛର ଆଶ୍ଚର୍ଯ୍ୟଜନକ କାରଣ


ଅଧିକ ପଢ଼ନ୍ତୁ:-ନିଜ ପତ୍ନିଙ୍କ ବାନ୍ଧବୀଙ୍କ ପ୍ରେମରେ ପଡ଼ିଲେ ୟୁଟ୍ୟୁବର୍ ଅରମାନ୍ ମଲିକ, ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବାକୁ କଲେ ପ୍ରୟାସ,ଜାଣନ୍ତୁ କେମିତି ବଦଳିଲା ଭାଗ୍ୟ


 


ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆର ଟେଷ୍ଟ ଦଳ 


ପ୍ୟାଟ୍ କମିନ୍ସ (ଅଧିନାୟକ), ଡେଭିଡ ୱାର୍ଣ୍ଣର, ଜୋଶ ହାଜଲେଉଡ୍, ଉସମାନ ଖାୱାଜା, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁସାଗ୍ନେ, ଟ୍ରାଭିସ୍ ହେଡ୍, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି (ୱିକେଟକିପର), ମିଚେଲ ଷ୍ଟାର୍କ, ଟଡ ମର୍ଫି, ମ୍ୟାଟ ରେନ୍ସା, ପିଟର ହ୍ୟାଣ୍ଡସକମ୍ବ, ଲାନ୍ସ ମୋରିସ, ଆଷ୍ଟନ୍ ଅଗର , ମାଥ୍ୟୁ କୁନ୍ମାନ, ନାଥାନ୍ ଲିଅନ୍, ଜୋସ୍ ହାଜଲେଉଡ୍, ସ୍କଟ୍ ବୋଲାଣ୍ଡ ।