India vs England 2nd T20: ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିବା ସହ ଏଜବାଷ୍ଟନ୍ ଟି-୨୦ ରେ ଇଂଲଣ୍ଡକୁ ୪୯ ରନରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ସାଉଥମ୍ପଟନର ପ୍ରଥମ ଟି-୨୦ ରେ ମଧ୍ୟ ଆୟୋଜକ ଦଳଙ୍କୁ ୫୦ ରନରେ ପରାସ୍ତ କରିଥିଲା । ଦ୍ୱିତୀୟ ଟି -୨୦ ବିଷୟରେ କହିବାକୁ ଗଲେ ଭାରତ ପ୍ରଥମେ ବ୍ୟାଟିଂ କରି ରବିନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୬ ରନ ବଳରେ ୧୭୦ ରନ୍ ସଂଗ୍ରହ କରିଥିଲା । ଡେବ୍ୟୁାଣ୍ଟ ଗ୍ଲାସନ୍ ଇଂଲଣ୍ଡ ପାଇଁ ତିନୋଟି ୱିକେଟ୍ ନେଇଥିବାବେଳେ, କ୍ରିସ୍ ଜୋର୍ଡାନ୍ ଚାରିଟି ୱିକେଟ୍ ନେଇଥିଲେ । 


COMMERCIAL BREAK
SCROLL TO CONTINUE READING

ଭାରତର ଟାର୍ଗେଟକୁ ପିଛାକରି ସମଗ୍ର ଇଂଲଣ୍ଡ ଦଳ ୧୨୧ ରନରେ ଅଲଆଉଟ୍  ହୋଇ ଯାଇଥିଲା । ଭୁବନେଶ୍ୱର କୁମାର ଭାରତ ପାଇଁ ସର୍ବାଧିକ ତିନିଟି ୱିକେଟ୍ ନେଇଥିବାବେଳେ ଜସପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଏହି ବିଜୟ ସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ୧୪ ତମ ମ୍ୟାଚ୍ ବିଜୟ ହାସଲ କରିଛି ।



ଭାରତ ତରଫରୁ ଭୁବନେଶ୍ୱର କୁମାର ଘାତକ ବୋଲିଂ କରିଥିଲେ । ସେ ୩ ଓଭରରେ ମାତ୍ର ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଜସପ୍ରୀତ ବୁମ୍ରା ୩ ଓଭରରେ ୧୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ୟୁଜଭେନ୍ଦ୍ର ଚହଲ ୨ ଓଭରରେ ୧୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷଲ ପଟେଲ ମଧ୍ୟ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।


ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା । ଏହି ସମୟରେ ରବିନ୍ଦ୍ର ଜାଡେଜା ଏକ ଦମଦାର ଇନିଂସ ଖେଳିଥିଲେ । ସେ ୨୯ ଟି ବଲରୁ ଅପରାଜିତ ୪୬ ରନ୍ କରିଥିଲେ । ଜାଡେଜାଙ୍କ ଇନିଂସରେ ୫ଟି ଚୌକା ମଧ୍ୟ ସାମିଲ ଥିଲା । ରୋହିତ ଶର୍ମା ୩୧ ରନ୍ କରିଥିଲେ । ସେ ୨୦ ଟି ବଲରେ ୩ ଟି ଚୌକା ଓ ୨ ଟି ଛକା ମାରିଥିଲେ । ୨୬ ରନ୍ ସ୍କୋର କରିବା ପରେ ଋଷଭ ପନ୍ତ ଆଉଟ୍ ହୋଇଥିଲେ । ପନ୍ତ ୧୫ ଟି ବଲରେ ସମ୍ମୁଖୀନ ହୋଇଥିଲେ ଓ ୪ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନ୍ ଓ ସୂର୍ଯ୍ୟକୁମାର ଯାଦବ ୧୫ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।