Ind vs Eng 2nd T20I : ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ ଇଣ୍ଡିଆ ୫୦ ରନରେ ପ୍ରଥମ ମ୍ୟାଚ ଜିତିଛି। ଯାହା ପରେ ଆଗାମୀ ମ୍ୟାଚ ପାଇଁ ସମ୍ଭାବ୍ୟ ଏକାଦଶକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଦ୍ୱିତୀୟ ମ୍ୟାଚରେ କୌଣସି ଖେଳାଳିଙ୍କ ପରିବର୍ତ୍ତନ ହୋଇ ନ ପାରେ ବୋଲି ପୂର୍ବତନ ପେସର ଜାହିର ଖାନ ଆକଳନ କରିଛନ୍ତି। ଫଳରେ ବିରାଟ କୋହଲି, ଋଷଭ ପନ୍ତ, ରବିଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରାଙ୍କୁ ଗ୍ୟାଲେରିରେ ବସିବାକୁ ପଡିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। ଏହାରି ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ଭେଟେରାନ କ୍ରିକେଟର କପିଲ ଦେବ ଏକ ବଡ ବୟାନ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପୂର୍ବତନ କ୍ୟାପଟେନ ବିରାଟ କୋହଲି ଭାରତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବର୍ଷେ ପୂର୍ବରୁ କେହି ଆକଳନ ମଧ୍ୟ କରିନଥିବେ ଯେ, ବିରାଟ କୋହଲିଙ୍କୁ କୌଣସି ଫର୍ମାଟରେ ସ୍ଥାନ ମିଳିନପାରେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି। ଗତ ତିନି ବର୍ଷ ମଧ୍ୟରେ ବିରାଟ କୋହଲି କୌଣସି ଫର୍ମାଟରେ ଶତକ ହାସଲ କରିବାରେ ବିଫଳ ହୋଇଛନ୍ତି। ଯାହା ଏହି ଭେଟେରାନ ଖେଳାଳିଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରୁ ବିରାଟ କୋହଲି ବାଦ ପଡିଛନ୍ତି। ଯାହାପରେ ପୂର୍ବତନ ଭାରତୀୟ ଖେଳାଳି କପିଲ ଦେବ, ବିରାଟ କୋହଲିଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି।


Also Read: 


ଗଣମାଧ୍ୟମକୁ କପିଲ ଦେବ କହିଛନ୍ତି ଯେ, ଯଦି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇ ପାରିବ, ତେବେ ଟି-୨୦ରେ ବିରାଟ କୋହଲିଙ୍କୁ କାହିଁକି ନୁହେଁ? ପରିସ୍ଥିତି ଏପରି ଅଛି ଯେ, ବିରାଟ କୋହଲିଙ୍କୁ ଟି-୨୦ ଦଳରୁ ଓହରିଯିବା ବାଧ୍ୟତାମୂଳକ ହୋଇଛି। ଯଦି ଟେଷ୍ଟ କ୍ରିକେଟରେ ନମ୍ବର ଦୁଇ ବୋଲର ଅଶ୍ୱିନଙ୍କୁ ବିଶ୍ରାମ ଦିଆଯାଇପାରେ, ତେବେ ଟି-୨୦ରେ ବିରାଟ କୋହଲିଙ୍କ ସହିତ ଏପରି କରିବାର କୌଣସି କ୍ଷତି ହେବନାହିଁ। ୧୯୮୩ ବିଶ୍ୱକପ ବିଜେତା କହିଛନ୍ତି ଯେ, ବିରାଟ କୋହଲି କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି, ଏଭଳି ପରିସ୍ଥିତିରେ ତାଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ୍। 


ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ  ପୂର୍ବତନ ଇଣ୍ଡିଆ ପେସର ଜାହିର ଖାନ କହିଛନ୍ତି, ' ଚୟନ ଦୃଷ୍ଟିରୁ ଟିମ ଇଣ୍ଡିଆ କେଉଁ ଦିଗକୁ ଯିବ ତାହା ଜାଣିବା କଷ୍ଟକର।  ଭାରତ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି ଏବଂ ତା’ପରେ ବାକି ସିରିଜ୍ ପାଇଁ କୌଣସି ପରିବର୍ତ୍ତନ କରିବ ନାହିଁ। ମୁଁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ଦେଖୁ ନାହିଁ। ଦ୍ୱିତୀୟ ଟି-୨୦ ପାଇଁ ଅର୍ଶଦୀପ ସିଂ ନ ଥିବାରୁ ଜସପ୍ରୀତ ବୁମ୍ରା ତାଙ୍କ ସ୍ଥାନ ନେବେ।'


Also Read: Ind vs Eng 2nd T20I : ଟିମ୍ ଇଣ୍ଡିଆରୁ ବାଦ ପଡିବେ ଚାରି ଷ୍ଟାର୍ ଖେଳାଳି!


୨ୟ ଟି-୨୦ ପାଇଁ ଭାରତ ଦଳ: 


ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ଆକ୍ସାର ପଟେଲ, ରବି ବିଷ୍ଣୁ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ଆଭେଶ ଖାନ, ହର୍ଷଲ ପଟେଲ, ଉମରନ ମଲିକ।