India vs England Highlights 1st Test Day 2: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଏଠାରେ ଚାଲିଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନ ଭାରତ ନାମରେ ରହିଛି। ପ୍ରଥମ ଦିନରେ ଭାରତର ବୋଲରମାନେ ଇଂଲଣ୍ଡକୁ ୨୪୬ ରନରେ ଅଲ୍ ଆଉଟ୍ କରିଥିଲେ। ଏହାପରେ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି। ଏହା ସମ ଭାରତ ୧୭୫ ରନର ଅଗ୍ରଣି ହାସଲ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ରବିନ୍ଦ୍ର ଜାଡେଜା ୮୧ ରନ୍ ଓ ଅକ୍ଷର ପଟେଲ ୩୫ ରନ୍ କରି କ୍ରିଜରେ ଅପରାଜିତ ଅଛନ୍ତି। ଇଂଲଣ୍ଡ ପାଇଁ ଟମ ହାର୍ଟଲି ଓ ଜୋ ରୁଟ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।


COMMERCIAL BREAK
SCROLL TO CONTINUE READING

ସକାଳେ ୧୧୯/୧ ରନରୁ ଖେଳ ଆରମ୍ଭ କରିଥିବା ଭାରତୀୟ ଦଳ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଅଧିବେଶନରେ ପ୍ରତ୍ୟେକ ଦୁଇଟି ଲେଖାଁଁଏ ୱିକେଟ୍ ହରାଇଥିଲା। ଭାରତ ପାଇଁ ଦିନର ଆରମ୍ଭ ଭଲ ହୋଇନଥିଲା। ଦଳ ଦିନର ପ୍ରଥମ ଓଭରରେ ଓପନର୍ ଯଶାସୀ ଜୈସୱାଲଙ୍କ (୮୦ ରନ୍) ୱିକେଟ୍ ହରାଇଥିଲା। ଶୁବମନ ଗିଲ (୨୩ ରନ) ମଧ୍ୟ ନିଜ ଇନିଂସ ଆଗକୁ ବଢ଼ାଇ ପାରିନଥିଲେ ଏବଂ ଟମ ହାର୍ଟଲିଙ୍କ ବଲ ଖେଳିବାକୁ ଚେଷ୍ଟା କରି ସେ ମିଡ ୱିକେଟରେ ଠିଆ ହୋଇଥିବା ବେନ ଡକେଟଙ୍କୁ କ୍ୟାଚ୍ ଦେଇ ଦେଇଥିଲେ।


ଶ୍ରେୟସ୍ ଆୟର୍ (୩୫ ରନ୍) କରିବାରେ ସଫଳ ହୋଇଥିଲେ। ସେ ନିଜ ଇନିଂସରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଆୟର୍ ଅହମ୍ମଦଙ୍କଠାରୁ ଏକ ସ୍ଲୋଗ୍ ସୁଇପ୍ ଖେଳିବାକୁ ଯାଇ ହାର୍ଟଲିଙ୍କୁ ଏକ ସରଳ କ୍ୟାଚ୍ ଦେଇ ଆଉଟଥିଲେ। ସ୍ପିନର ଟମ ହାର୍ଟଲିଙ୍କ 'ହାଫ୍ ଟ୍ରାକର'କୁ ବଲକୁ ମାରିବାକୁ ଯାଇ କେଏଲ ରାହୁଲ (୮୬) କ୍ୟାଚ୍ ଆଉଟ୍ ହୋଇଥିଲେ। ତୃତୀୟ ଅଧିବେଶନରେ କେ.ଏସ୍ ଭରତ ୪୧ ରନ୍ ସ୍କୋର କରିବା ପରେ ଓ ଅଶ୍ୱିନ ଗୋଟିଏ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।


 



ଜାଡେଜା ୧୫୫ ବଲରେ ୮୧* ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ସମର୍ଥନ କରୁଥିବା ଅକ୍ଷର ପଟେଲ ୬୨ ବଲରେ ୩୫* ରନ୍ ସ୍କୋର କରି ଅପାରଜିତ ଅଛନ୍ତି। ଅଷ୍ଟମ ୱିକେଟ୍ ପାଇଁ ଉଭୟ ୬୩* ରନ୍ ପାର୍ଟନରସିପ କରିଛନ୍ତି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୪୨୧/୭ ରନ୍ ସଂଗ୍ରହ କରିଛି। ଯେଉଁଥିରେ ଭାରତ ୧୭୫ ରନ୍ ଅଗ୍ରଣୀ ହାସଲ କରିଛି।