India vs New Zealand 2nd T20: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚରେ ଭାରତୀୟ ଦଳ (Indian Cricket Team) ୬ ୱିକେଟରେ ଜିତିଛି । ଏହା ସହ ୩ ମ୍ୟାଚ୍ ବିଶିଷ୍ଟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ (India vs New Zealand T20 Serie) ରେ  ଟିମ୍ ଇଣ୍ଡିଆ (Team India) ୧-୧ରେ ବରାବର କରିନେଇଛି । ଟିମ୍ ଇଣ୍ଡିଆ ତରଫରୁ ବୋଲରମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଭାରତୀୟ ବୋଲରଙ୍କ କାରଣରୁ ନ୍ୟୁଜିଲ୍ୟାଣ୍ଡ ଦଳ ମ୍ୟାଚରେ ମାତ୍ର ୯୯ ରନ୍ କରିପାରିଥିଲା । ଏହି ମ୍ୟାଚ୍‌ରେ ସ୍ପିନରଙ୍କ ଦ୍ୱାରା ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା । କିୱି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଦମଦାର୍ ବୋଲିଂ ଆଗରେ ଠିଆ ହୋଇପାରିନଥିଲେ ଓ ପୂରା ୨୦ ଓଭର ଖେଳିବା ପରେ ୮ ୱିକେଟ୍ ହରାଇ ଦଳ ମାତ୍ର ୯୯ ରନ୍ ସ୍କୋର କରିପାରିଥିଲା । ଲକ୍ଷ୍ନୌର ଇକାନା ଷ୍ଟାଡିୟମର ପିଚ୍ ସ୍ପିନରମାନଙ୍କୁ ସମର୍ଥନ କରୁଛି । ଏଭଳି ପରିସ୍ଥିତିରେ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦ୍ୱାରା ଭାରତୀୟ ସ୍ପିନରଙ୍କୁ ୧୩ ଓଭର ବୋଲିଂ କରାଯାଇଥିଲା ।


କୁଲଦୀପ ଯାଦବ (Kuldeep Yadav) ଓ ଦୀପକ ହୁଡା (Deepak Hooda) ୪-୪ ଓଭର କରିଥିଲେ । ଏଥିସହିତ ୟୁଜବେନ୍ଦ୍ର ଚହଲ (Yuzvendra Chahal) ୨ ଓଭର ବୋଲିଂ କରିଥିବାବେଳେ ୱାଶିଂଟନ୍ ସୁନ୍ଦର ମୋଟ ୩ ଓଭର ବୋଲିଂ କରିଥିଲେ । ଏହିପରି ଭାରତୀୟ ସ୍ପିନରମାନେ ମ୍ୟାଚରେ ମୋଟ ୧୩ ଓଭର ବୋଲିଂ କରି ୪ ୱିକେଟ୍ ନେଇଥିଲେ । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଠାରୁ ଗୋଟିଏ ପାଦ ଆଗରେ ଥିଲେ । 


ନ୍ୟୁଜିଲ୍ୟାଣ୍ଡର ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ମୋଟ ୧୭ ଓଭର ନିଜର ସ୍ପିନରମାନଙ୍କୁ ବୋଲିଂ କରାଇଥିଲେ । ଶେଷ ଓଭରରେ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୬ ରନ୍ ଆବଶ୍ୟକ ରହିଥିଲା । ତା’ପରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ । ଦ୍ୱିତୀୟ ଟି -20 ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ସ୍ପିନରମାନେ ମୋଟ ୩୦ ଓଭର ବୋଲିଂ କରିଥିଲେ, ଯାହା ଟି-20 କ୍ରିକେଟରେ ରେକର୍ଡ ଅଟେ । 


ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦଳକୁ ଫେରିବା ଅସମ୍ଭବ


ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହାକୁ କଲେ ଦାୟୀ


ଅଧିକ ପଢ଼ନ୍ତୁ:-ନବ ଦାସଙ୍କ ସମ୍ମାନରେ ରାଜ୍ୟ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି


 


ଏହାପୂର୍ବରୁ ସ୍ପିନରମାନେ କୌଣସି ଟି -20 ମ୍ୟାଚରେ ୩୦ ଓଭର ବୋଲିଂ କରିନଥିଲେ । ଏହି ମ୍ୟାଚରେ ସ୍ପିନରମାନେ ୧୭୯ ବଲ ବୋଲିଂ କରିଥିଲେ, ଯାହାକି ବିଶ୍ୱ ରେକର୍ଡ ଅଟେ । ଏହାପୂର୍ବରୁ ଏକ ଟି-20 ମ୍ୟାଚରେ ୧୬୮ ବଲ ସ୍ପିନରଙ୍କ ଦ୍ୱାରା ବୋଲିଂ କରାଯାଇଥିଲା । ଏହି ମ୍ୟାଚ୍ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ।