India vs Pakistan T20 World Cup 2022: ଚଳିତ ବର୍ଷ ଅଷ୍ଟ୍ରେଲିଆ ଟି-20 ବିଶ୍ୱକପ ୨୦୨୨ର ଆୟୋଜନ କରିଛି । ବର୍ତ୍ତମାନ ଟି-20 ବିଶ୍ୱକପ ଜାରି ରହିଛି । ଭାରତ ଆଜି ଅର୍ଥାତ ଅକ୍ଟୋବର ୨୩ରୁ ପାକିସ୍ତାନ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଉଭୟ ଭାରତ ଓ ପାକିସ୍ଥାନ ପଡୋଶୀ ଦେଶ । ଉଭୟ ଦେଶରେ କ୍ରିକେଟ୍ ଅତ୍ୟନ୍ତ ଲୋକପ୍ରିୟ ଖେଳ ମଧ୍ୟରୁ ଅନ୍ୟତମ । ତେଣୁ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୁଏ, ସେତେବେଳେ ଦର୍ଶକମାନେ ବହୁତ ଉତ୍ସାହିତ ହୁଅନ୍ତି । ଅକ୍ଟୋବର ୨୩ରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଟି-20 ବିଶ୍ୱକପ ୨୦୨୨ ଖେଳାଯିବ । ଆସନ୍ତୁ ଜାଣିବା ଏହାର ସମ୍ଭାବ୍ୟ ଏକାଦଶ ଓ ପାଣିପାଗ ବିଷୟରେ...


COMMERCIAL BREAK
SCROLL TO CONTINUE READING

କେଉଁଠି ଦେଖିବେ ମ୍ୟାଚ୍


ଟି-20 ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ସୁପର ୧୨ ମ୍ୟାଚ୍ ଭାରତୀୟ ସମୟ ୧:୩୦ରେ ଆରମ୍ଭ ହେବ । ଏହି ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ପ୍ରସାରିତ ହେବ । ଏହା ସହ ମ୍ୟାଚ୍ ଡିସ୍ନି + ହଟଷ୍ଟାର ( Disney+ Hotstar) ରେ ସିଧା ପ୍ରସାରଣ କରାଯିବ ।


କିପରି ରହିବ ପାଗ


ଗତ କିଛି ଦିନ ହେବ ମେଲବୋର୍ଣ୍ଣରେ ଲଗାତାର ବର୍ଷା ହେଉଛି । Weather.com ଅନୁଯାୟୀ ରବିବାର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯଦିଓ ଏହି ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ୧.୩୦ରେ ଆରମ୍ଭ ହେବ, କିନ୍ତୁ ସେହି ସମୟରେ ମେଲବୋର୍ଣ୍ଣରେ ସନ୍ଧ୍ୟା ୭ଟା ହେବ । ରାତିରେ ମେଲବୋର୍ଣ୍ଣରେ ବର୍ଷା ହେବାର ସମ୍ଭାବନା ଅଛି, କିନ୍ତୁ ଦିନରେ ଆକାଶ ସଫା ରହିବ ।


କେଉଁ ଦଳର ପଲା ଭାରି


ଟି -20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତୀୟ ଦଳ ୫ଟି ମ୍ୟାଚ୍ ଜିତିଛି । ଏଥି ସହିତ ପାକିସ୍ତାନୀ ଦଳ କେବଳ ଗୋଟିଏ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି । ଏଥର ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପାଇଁ ଭାରତ ଏକ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ବୋଲି ମନେ କରାଯାଉଛି । ଟିମ୍ ଇଣ୍ଡିଆରେ ଏପରି ଅନେକ ତାରକା ଖେଳାଳି ଅଛନ୍ତି, ଯେଉଁମାନେ ଦଳକୁ ଜିତାଇ ପାରିବେ ।


ଏହି ଖେଳାଳୀମାନଙ୍କୁ ନେଇ ସଂଶୟ


ଭାରତୀୟ ଦଳରେ ୪ ଜଣ ଦ୍ରୁତ ବୋଲର ଅଛନ୍ତି । ଏଥିମଧ୍ୟରେ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମି ଅଛନ୍ତି । ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ଏମାନଙ୍କ ମଧ୍ୟରୁ କାହାକୁ ସୁଯୋଗ ଦିଅନ୍ତି, ତାହା ଦେଖିବାକୁ ରହିଲା । ଆସନ୍ତୁ ଜାଣିବା, ଭାରତ ଓ ପାକିସ୍ତାନର ସମ୍ଭାବ୍ୟ ଏକାଦଶ କିପରି ହୋଇପାରେ ।


ଭାରତୀୟ ଦଳ


ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି ।


ପାକିସ୍ତାନୀ ଦଳ


ବାବର ଆଜମ (କ୍ୟାପଟେନ), ଶାଦବ ଖାନ, ଆସିଫ ଅଲି, ହରିସ ରାଉଫ, ଇଫ୍ତିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ନାସିମ ଶାହା, ଶାହିନ ଶାହ ଆଫ୍ରିଦି, ଶାନ ମାସୁଦ ।


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।