Sunil Gavaskar India vs Pakistan Match: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ମହାମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ (India vs Pakistan Match) କୁ ସମସ୍ତେ ନିଜ ନିଜ ଅନ୍ଦାଜରେ ପାଳନ କରିଛନ୍ତି । ଭାରତର ଏହି ବିଜୟ ଉତ୍ସବ ପାଳନ ପାଇଁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ କିଛି ପୂର୍ବତନ ଭାରତୀୟ ଦିଗଜ କ୍ରିକେଟର ଉପସ୍ଥିତ ଥିଲେ । ଇରଫାନ ପଠାନ (Irfan Pathan), ସୁନୀଲ ଗାଭାସ୍କର (Sunil Gavaskar) ଏବଂ କୃଷ୍ଣମାଚରି ଶ୍ରୀକାନ୍ତ (Krishnamachari Srikkanth) ଙ୍କ ପରି ଦିଗଜ ଭାରତର ବିଜୟ ଉପରେ ଆନନ୍ଦରେ ଡେଇଁ ପଡ଼ିଥିଲେ ଓ ସେମାନେ ଏହି ମୁହୂର୍ତ୍ତକୁ ଉତ୍ସାହର ସହ ସେଲିବ୍ରେସନ୍ କରିଛନ୍ତି । ଏହି ସମସ୍ତ ପୂର୍ବତନ କ୍ରିକେଟର ଟୁର୍ଣ୍ଣାମେଣ୍ଟରେ କମେଣ୍ଟ୍ରି କରିବାକୁ ଅଷ୍ଟ୍ରେଲିଆ ଯାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗାଭାସ୍କର ଏହି ସମସ୍ତ ଦିଗଜମାନଙ୍କ ମଧ୍ୟରୁ ବଡ଼ ଥିଲେ । କିନ୍ତୁ ସେ ପିଲା ପରି ଡେଇଁ ନାଚୁଥିଲେ । ତାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ପ୍ରଶଂସକମାନେ କହିଛନ୍ତି ଯେ ଭାରତର ବିଜୟ ପରେ ଏହା ସମସ୍ତଙ୍କ ଅବସ୍ଥା ଥିଲା । ଏଥିସହିତ କିଛି ପ୍ରଶଂସକ କହିଛନ୍ତି ଯେ, ଗାଭାସ୍କରଙ୍କ ଡ୍ୟାନ୍ସ ଭାରତର ବିଜୟର ମହତ୍ତ୍ୱକୁ ଦର୍ଶାଉଛି ।


ଭାରତର ଏହି ବିଜୟ ପରେ ସମସ୍ତ ଭେଟେରାନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-20 ବିଶ୍ୱକପରେ ଚାମ୍ପିଅନ୍ ହୋଇଥିବା ଭାରତୀୟ ଦଳର ଅଧିକାଂଶ ଖେଳାଳି ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି । ବିରେନ୍ଦର ସେହୱାଗ, ଇରଫାନ ପଠାନ, ଯୁବରାଜ ସିଂ, ରବିନ୍ ଉଥାପ୍ପା ଏବଂ ହରଭଜନ ସିଂଙ୍କ ପରି ଭେଟେରାନମାନେ ସୋସିଆଲ ମିଡିଆରେ ଏହି ବିଜୟକୁ ଜୋରଦାର ପାଳନ କରିଛନ୍ତି ।



ଅଧିକ ପଢ଼ନ୍ତୁ:-ସାରା ରାଜ୍ୟ ଧୂମଧାମରେ ପାଳୁଛି ଦୀପାବଳୀ, ଜାଣନ୍ତୁ ଦୀପ ପ୍ରଜ୍ୱଳିତ କରିବାର ଶୁଭ ମୁହୂର୍ତ୍ତ


ଅଧିକ ପଢ଼ନ୍ତୁ:-ହିମାଚଳ ପ୍ରଦେଶରେ ବିଜେପିରେ ବଢୁଛି ଅସନ୍ତୋଷ, ଚିନ୍ତାରେ ଦଳୀୟ ନେତୃତ୍ୱ!


ଅଧିକ ପଢ଼ନ୍ତୁ:-ଦୀପାବଳୀ ପରେ ଏସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ପହଞ୍ଚାଇବ ବୁଧ, ଚମକି ଯିବ ଭାଗ୍ୟ


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି । ବର୍ତ୍ତମାନ ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।