India vs South Africa 1st T20 Match 2023: ଡିସେମ୍ବର ୧୦ ତାରିଖ ରବିବାର ଖେଳାଯିବାକୁ ରହିଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଛି। ବର୍ଷା ସହ ଖରାପ ପାଗ କାରଣରୁ କୌଣସି ଗୋଟିଏ ବଲ୍ ବୋଲିଂ ନ ହୋଇପାରିବା କାରଣରୁ ମ୍ୟାଚ୍ ବାତିଲ ହୋଇଥିଲା। ରବିବାର ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଥମ ଟି୨୦ ମ୍ୟାଚ୍ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ। ହେଲେ ଅପେକ୍ଷା କରିବା ସତ୍ତ୍ୱେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। 


COMMERCIAL BREAK
SCROLL TO CONTINUE READING

ପ୍ରଶଂସକଙ୍କୁ ବର୍ଷା କରିଥିଲା ନିରାଶ 
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୧୦ ତାରିଖ ରବିବାର ଠାରୁ ଆରମ୍ଭ ହୋଇଥାନ୍ତା। ଏହି ମ୍ୟାଚ୍ ଦେଖିବା ପାଇଁ ଦକ୍ଷିଣ ଆଫ୍ରିକା ସ୍ଥିତ ଡର୍ବାନ ଷ୍ଟାଡିୟମ ଠାରେ ପ୍ରଶଂସକ ଉପସ୍ଥିତ ରହିଥିଲେ। ହେଲେ ସେମାନଙ୍କୁ ବର୍ଷା ନିରାଶ କରିଥିଲା। ଏହି ଟି୨୦ ସିରିଜ୍ ମୁକାବିଲାରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି। ସେହିପରି ଘରୋଇ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପ୍ଟେନ ଆଡେନ ମାର୍କ୍ରାମ ଦଳର ନେତୃତ୍ୱ ନେଉଛନ୍ତି।


ମିଳିଲା ନାହିଁ ଆଶ୍ୱସ୍ତି କରିବା ଭଳି ଖବର
ଡିସେମ୍ବର ୧୦ ତାରିଖ ରବିବାର ଖେଳାଯିବାକୁ ରହିଥିବା ପ୍ରଥମ ଟି୨୦ ମ୍ୟାଚ୍ ପାଇଁ ଟସ୍ ଭାରତୀୟ ସମୟ ସନ୍ଧ୍ୟା  ସାତଟାରେ ଅନୁଷ୍ଠିତ ହୋଇଥାନ୍ତି। ହେଲେ ପ୍ରାୟ ଅଢେଇ ଘଣ୍ଟାର ସମୟ ବିତିଯିବା ପରେ ମଧ୍ୟ କିଙ୍ଗସ୍ମିଡ୍ ଷ୍ଟାଡିୟମ୍ ପକ୍ଷର ପ୍ରଶଂସକଙ୍କ ପାଇଁ କୌଣସି  ଆଶ୍ୱସ୍ତି କରିବା ଭଳି ଖବର ଆସିଲା ନାହିଁ। ଏହି ସମୟରେ ଦର୍ଶକ ସେମାନଙ୍କ ଛତା କିମ୍ବା ରେନକୋଟ୍ ସାହାଯ୍ୟରେ ଅପେକ୍ଷା କରି ବସିଥିଲେ। ଅମ୍ପାୟାର ମଧ୍ୟ ଛତା ଧରି ପଡ଼ିଆରେ ବୁଲୁଥିବାର ମଧ୍ୟ ଦେଖାଯାଇଥିଲା। ସେମାନଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ୍ ଟିମ୍ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ପରେ ମ୍ୟାଚ୍ ଅଧିକାରୀ ପ୍ରଥମ ଟି୨୦ ମୁକାବିଲାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।


ମଙ୍ଗଳବାର ଖେଳାଯିବ ଦ୍ୱିତୀୟ ମ୍ୟାଚ୍ 
ବର୍ତ୍ତମାନ କ୍ରିକେଟ୍ ପ୍ରଶଂସକଙ୍କ ଦ୍ୱିତୀୟ ଟି୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ଟି୨୦ ସିରିଜ ମୁକାବିଲାର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଗକେବରହା ଠାରେ ଖେଳାଯିବ। ତୃତୀୟ ଟି୨୦ ମ୍ୟାଚ୍ ଡିସେମ୍ବର ୧୪ ତାରିଖ ଗୁରୁବାର ଜୋହାନ୍ସବର୍ଗ ସ୍ଥି ନ୍ୟୁ ୱାଣ୍ଡର୍ସ ଷ୍ଟାଡିୟମ ଠାରେ ଖେଳାଯିବ। ଏହା ପରେ ଡିସେମ୍ବର ୧୭ ତାରିଖରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ।


ବିଳମ୍ବରେ ଭାରତୀୟ ଦଳ ସହ ଯୋଡ଼ିହେଲେ ଶୁଭମନ ଗିଲ-ରବୀନ୍ଦ୍ର ଜାଡେଜା 
ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସମେତ ଅଧିକାଂଶ ଖେଳାଳି ଏହି ସିରିଜ୍ ପାଇଁ ଡର୍ବାନ ଠାରେ ଆଗୁଆ ପହଞ୍ଚି ସାରିଥିଲେ। ହେଲେ ଶୁଭମାନ ଗିଲ ଏବଂ ଉପ-ଅଧିନାୟକ ରବୀନ୍ଦ୍ର ଜାଡେଜା ଶେଷରେ ପହଞ୍ଚିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ  ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍ ଉଭୟେ ଛୁଟିରେ ବିଦେଶ ଯାତ୍ରା କରିଥିଲେ। ପରେ ଉଭୟେ ସିଧାସଳଖ ଡର୍ବାନ ଠାରେ ପହଞ୍ଚିଥିଲେ। ପହଞ୍ଚିବା ପରେ ଗିଲ ଏବଂ ଜାଡେଜା  ଅଭ୍ୟାସ ଅଧିବେଶନରେ ଭାଗ ନେଇଥିଲେ।