South Africa Lowest Test Total In Test Against India: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ଭଲ ଆରମ୍ଭ କରିଛି। ଭାରତୀୟ ବୋଲରମାନେ ମ୍ୟାଚର ପ୍ରଥମ ଘଣ୍ଟାରେ ୪ ୱିକେଟ୍ ନେଇ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଚକିତ କରିଥିଲେ। ପାନୀୟ ବିରତି ପରେ ଖେଳ ଆରମ୍ଭ ହେବା ମାତ୍ରେ ଦଳ ଆଉ ୨ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହାର ଅଳ୍ପ ସମୟ ମଧ୍ୟରେ ସମଗ୍ର ଦକ୍ଷିଣ ଆଫ୍ରିକା ଦଳ ୫୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ। ଦକ୍ଷିଣ ଆଫ୍ରିକାକୁ ଶସ୍ତାରେ ଆଉଟ୍ କରିବାରେ ମହମ୍ମଦ ସିରାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜସପ୍ରୀତ ବୁମରା ମଧ୍ୟ ସିରାଜଙ୍କୁ ଭଲ ଭାବରେ ସମର୍ଥନ କରିଥିଲେ। କହିରଖୁଛୁ ଯେ ଭାରତୀୟ ଦଳ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯାଇଥିଲା। ଏଭଳି ପରିସ୍ଥିତିରେ କେପଟାଉନରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ ଦଳ ପାଇଁ ଏକ ଡୁ କିମ୍ବା ଡେ ମ୍ୟାଚ୍ ରହିଛି।


COMMERCIAL BREAK
SCROLL TO CONTINUE READING

୩ ଜାନୁଆରୀ ବୁଧବାର ଦିନ ଠାରୁ କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହମ୍ମଦ ସିରାଜ ଡିନ୍ ଏଲଗାର ଓ ଦକ୍ଷିଣ ଆଫ୍ରିକାର ନିଷ୍ପତିକୁ ଭୁଲ୍ ପ୍ରମାଣିତ କରି ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ୫ ରନ୍ ସ୍କୋରରେ ନିଜର ପ୍ରଥମ ୱିକେଟ୍ ହରାଇଲା। ଏହା ପରେ ୱିକେଟ୍ ଲାଇନ୍ ଲାଗିଥିଲା ଓ ସମଗ୍ର ଦଳ ୫୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇ ଥିଲା।



ସିରାଜ ଭାଙ୍ଗିଲେ ନିଜ ରେକର୍ଡ
କେପଟାଉନ୍ ଟେଷ୍ଟରେ ମହମ୍ମଦ ସିରାଜ ୬ଟି ୱିକେଟ୍ ନେଇଛନ୍ତି। ସମଗ୍ର ଦକ୍ଷିଣ ଆଫ୍ରିକା ଦଳ ସିରାଜଙ୍କ ବୋଲିଂ ଆଗରେ ଅସହାୟ ନଜର ଆସିଥିଲା। ସିରାଜଙ୍କୁ କାହିଁକି ଦୁନିଆର ସବୁଠାରୁ ମାରାତ୍ମକ ବୋଲର କୁହାଯାଏ ତାହା ଆଜି ସେ ଦର୍ଶାଇଛନ୍ତି। ମହମ୍ମଦ ସିରାଜ ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି। ଏହାପୂର୍ବରୁ ଟେଷ୍ଟ କ୍ରିକେଟରେ ସିରାଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୦ ରନ୍ ଦେଇ ୫ ୱିକେଟ୍ ଥିଲା, ବର୍ତ୍ତମାନ ସିରାଜ ୬ ଟି ୱିକେଟ୍ ନେଇ ନିଜର ରେକର୍ଡ ଭାଙ୍ଗିଛନ୍ତି।


କେବଳ ଦୁଇ ଅଙ୍କ ଛୁଇଁଥିଲେ ୨ ଜଣ ବ୍ୟାଟ୍ସମ୍ୟାନ୍ 
ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ କେତେ ଖରାପ ତାହା ଏଥିରୁ ଜାଣିହେବ ଯେ ଏହି ଦଳର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଅ ଅଙ୍କ ଛୁଇଁ ପାରି ନଥିଲେ। କେବଳ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାଇଲ୍ ୱାରେନ୍ ଏବଂ ଡେଭିଡ ବେଡିଙ୍ଗହମ୍ ୧୦ ସ୍କୋର ଅତିକ୍ରମ କରିପାରିଥିଲେ। କାଇଲ୍ ୱାରେନ୍ ୧୫ ରନ୍ ଓ ବେଡିଙ୍ଗହମ୍ ୧୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ।