Stump Mic Controversy: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ ରେ ପରାସ୍ତ ହୋଇଛି । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଭାରତ ୭ ୱିକେଟରେ ପରାଜୟ ହୋଇଥିଲା । ତୃତୀୟ ଟେଷ୍ଟରେ ଅନେକ ବିବାଦୀୟ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ।​ ବିଶେଷକରି ଯେତେବେଳେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗରଙ୍କୁ DRS ରିଭ୍ୟୁରେ ନଟ ଆଉଟ ଦିଆଯାଇଥିଲା, ସେତେବେଳେ ଭାରତୀୟ ଦଳର କିଛି ଖେଳାଳି ଅନେକ ହଙ୍ଗାମା କରିଥିଲା ​​। ଯାହା ପରେ ଟିମ୍ ଇଣ୍ଡିଆକୁ ଦଣ୍ଡ ଦେବା ବିଷୟରେ ନିରନ୍ତର ଆଲୋଚନା ହେଉଥିଲା । ତେବେ ଏହି ବିବାଦ ଉପରେ ଦଳ ଦଣ୍ଡ ପାଇବାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଦଣ୍ଡ ପାଇବାକି ଟିମ୍ ଇଣ୍ଡିଆ?
ତୃତୀୟ ଟେଷ୍ଟରେ ଯେତେବେଳେ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଡିନ୍ ଏଲଗରଙ୍କୁ ଆଉଟ ଦିଆଯାଇନଥିଲା, ସେତେବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରୋଧିତ ହୋଇ ପଡ଼ିଆରେ ନିଜ କ୍ଷୋଭ ପ୍ରକାଶ କରିଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଷ୍ଟମ୍ପ ମାଇକରେ ରାଗିଯାଇ କିଛି କହିଥିଲେ । ଏହା ବ୍ୟତୀତ କେଏଲ ରାହୁଲ ଏହା ମଧ୍ୟ କହିଥିଲେ ଯେ ସମଗ୍ର ଦେଶ ୧୧ ଖେଳାଳିଙ୍କ ବିପକ୍ଷରେ ଖେଳୁଛି । ଏହାପରେ ରବିଚନ୍ଦ୍ରନ ଅଶ୍ୱିନ୍ ମଧ୍ୟ ଅମ୍ପାୟାରଙ୍କୁ ଏହି ବିଷୟରେ କିଛି କହିଥିଲେ ।


ସାମ୍ନାକୁ ଆସିଲା ବଡ ଅପଡେଟ୍ 
ESPN Cricinfo ଅନୁଯାୟୀ, ଆଇସିସିର ମ୍ୟାଚ୍ ଅଧିକାରୀମାନେ ଦଳ ବିରୋଧରେ କୌଣସି ଆକ୍ସନ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍ ପରେ ଉଭୟ ଦଳର ଅଧିକାରୀ ମଧ୍ୟ ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ ଏବଂ ଅଧିନାୟକ ବିରାଟ କୋହଲି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ବିରୋଧରେ କେହି ଅଭିଯୋଗ କରିନାହାଁନ୍ତି । ଯେଉଁଥିପାଇଁ ଆଇସିସି ଦ୍ୱାରା ଭାରତୀୟ ଦଳକୁ କୌଣସି ଦଣ୍ଡ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।


ଭାରତର ୨୧୨ ରନକୁ ପିଛାକରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ​​। କିଗାନ୍ ପିଟରସନ ଏକ ଚମତ୍କାର ୮୧ ସ୍କୋର କରିଥିବାବେଳେ, ରସି ୱାନ୍ ଡେର୍ ଡୁସେନ୍ ୪୧ ଏବଂ ଟେମ୍ବା ବାଭୁମା ୩୨ ରନ୍ ସଂଗ୍ରହ କରି ନିଜ ଦଳକୁ ସ୍ମରଣୀୟ 7 ୱିକେଟ୍ ବିଜୟ ପ୍ରଦାନ କରିଥିଲେ । ସେଞ୍ଚୁରିଅନରେ ୧୧୩ ରନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଚମତ୍କାର କରିଥିଲା, କିନ୍ତୁ ଜୋହାନ୍ସବର୍ଗ ଏବଂ କେପଟାଉନରେ ଉଭୟ ଟେଷ୍ଟରେ ହାରି ସିରିଜରେ ୧-୨ ରେ ପରାସ୍ତ ହୋଇଥିଲା । କହି ରଖୁଛୁ ଯେ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଗୋଟିଏ ବି ଟେଷ୍ଟ ସିରିଜ୍ ଜିତି ନାହିଁ ।


ଏହା ବି ପଢ଼ନ୍ତୁ: ପ୍ରତିଦିନ ୧୪ ଟଙ୍କା ନିବେଶ କରି ସବୁ ମାସରେ ପାଆନ୍ତୁ ୫୦୦୦ ଟଙ୍କାର ଲାଭ, ଜାଣନ୍ତୁ କିପରି


ଏହା ବି ପଢ଼ନ୍ତୁ: Army Day କାହିଁକି ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ କ’ଣ? ଜାଣନ୍ତୁ ଡିଟେଲ୍ସ