Ind vs SL 2ND T20: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଠାରେ ଖେଳାଯିବ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ T20 ମ୍ୟାଚ। ପ୍ରଥମ T20 ମୁକାବିଲାରେ ଭାରତୀୟ ଦଳ ରୋମାଞ୍ଚକ ଭାବେ ୨ ରନ ବ୍ୟବଧାନରେ ବିଜୟୀ ହୋଇଛି ୧-୦  ସିରିଜ ଅଗ୍ରଣୀ ରହିଛି। ପୁଣେସ୍ଥିତ ଏମସିଏ ଷ୍ଟାଡିୟମ ଇତିହାସ କ'ଣ ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ T-20 ମ୍ୟାଚ ଆକଳନ କିପରି ହୋଇଛି? କେଉଁ ଖେଳାଳିଙ୍କ ବ୍ୟାଟ୍ ଏଠାରେ ବହୁତ ରନ୍ ସ୍କୋର କରିଛି ଏବଂ କେଉଁ ବୋଲର ଏଠାରେ ଅଧିକ ୱିକେଟ ନେଇଛନ୍ତି ତାହାର ସମସ୍ତ ବିବରଣୀ ଏଠାରେ ଜାଣନ୍ତୁ।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ (Maharashtra Cricket Association Stadium) ପୁଣେ (Pune) ଠାରେ  ଅବସ୍ଥିତ। ଯାହା ପୁନେ ଏମସିଏ ଗ୍ରାଉଣ୍ଡ (Pune MCA Ground) ନାମରେ ଜଣାଶୁଣା। ଏମସିଏ ଷ୍ଟାଡିୟମ (MCA Stadium) ପିଚ୍ କଳା ମାଟିରେ ନିର୍ମିତ। ପାରମ୍ପାରିକ ଭାବରେ ଏହି ଷ୍ଟାଡିୟମ୍ ସ୍ପିନ୍ ବୋଲିଂ ସପକ୍ଷରେ ରହିଛି। ଏଠାରେ ସ୍ପିନର ଚମତ୍କାରିତା ଦେଖାଇଥାନ୍ତି। ଉଭୟ ଭାରତ-ଶ୍ରୀଲଙ୍କା ଦଳ ପା୍ଖରେ ଭଲ ସ୍ପିନର ଅଛନ୍ତି। ଏମସିଏ ୱିକେଟ୍ ସାଧାରଣତଃ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବ୍ୟାଟ୍ସମ୍ୟାନ୍ ସପକ୍ଷରେ ରହିଥାଏ। ହେଲେ କିଛି ଓଭର ପରେ ଏମସିଏ ଗ୍ରାଉଣ୍ଡ ପିଚ୍ ସ୍ପିନ୍ ବୋଲିଂ ପାଇଁ ଅନୁକୂଳ ହୋଇଯାଏ।


ଯଦି ଏହି ଷ୍ଟାଡିୟମ୍ ଠାରେ ଖେଳା ଯାଇଥିବା  T-20 ଏବଂ ଆଇପିଏଲ୍ ମ୍ୟାଚ୍  ରେକର୍ଡ ଉପରେ ନଜର ପକାଯାଏ, ତାହେଲେ ଚେଜ୍ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ ରହିଛି। ଆସନ୍ତା ୫ ଗୁରୁବାର ପୁଣେସ୍ଥିତ ଏମସିଏ ଗ୍ରାଉଣ୍ଡ ଠାରେ ଖେଳାଯିବ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ T20 ମ୍ୟାଚ। ସେହି ଦିନ ବର୍ଷା ହେବାର ସମ୍ପୂର୍ଣ୍ଣ ସମ୍ଭାବନା ନାହିଁ। ଏଠାରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ରହିଥାଏ।


ଏମସିଏ ଷ୍ଟାଡିୟମ T20 ମ୍ୟାଚ ରେକର୍ଡ 
ପୁନେ ଏମସିଏ ଷ୍ଟାଡିୟମ ଠାରେ ମୋଟ ତିନୋଟି ମ୍ୟାଚ ଖେଳାଯାଇଛି। ଏହା ମଧ୍ୟରୁ ଭାରତୀୟ ଦଳ ଦୁଇଟି ମ୍ୟାଚ ଜିତିଥିବା ବେଳେ ଭ୍ରମଣକାରୀ ଦଳ ଗୋଟିଏ ମ୍ୟାଚ ଜିତିଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ଏଠାରେ ଗୋଟିଏ ମ୍ୟାଚ ଜିତିଛି। ଅନ୍ୟପଟେ ପ୍ରଥମେ ବୋଲିଂ କରିଥିବା ଦଳ ଦୁଇଟି ମ୍ୟାଚ ଜିତିଛି। ହାରାହାରି ପ୍ରଥମ ଇନିଂସ ସ୍କୋର ୧୫୩ ରନ ରହିଥିବା ହାରାହାରି ଦ୍ୱିତୀୟ ଇନିଂସ ସ୍କୋର ୧୨୯ ରହିଛି।