Hardik Pandya On India vs Sri Lanka 3rd T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs Sri Lanka T20 Series) ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ (IND vs SL 3rd T30) ରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି । ଏହାସହ ଭାରତୀୟ ଦଳ ଏହି ସିରିଜକୁ ୨-୧ରେ ଜିତିନେଇଛି । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀଲଙ୍କାର ବୋଲରମାନଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ଦମଦାର୍ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଆଗରେ ୨୨୯ ରନର ବିଶାଳ ରନ ସ୍କୋର ଛିଡ଼ା କରିପାରିଥିଲା । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଶତକ ହାସଲ କରିଛନ୍ତି । ଅନ୍ୟପଟେ ଭାରତର ବିଶାଳ ସ୍କୋର ଆଗରେ ଶ୍ରୀଲଙ୍କା ଦଳ ୧୩୭ ରନ୍ ସ୍କୋର କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ୯୧ ରନରେ ଜିତିଛି । ଏହି ବିଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କ’ଣ କହିଛନ୍ତି? ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ଶ୍ରୀଲଙ୍କା ବିପକ୍ଷ ୨୫ତମ ଦ୍ୱିପାକ୍ଷିକ ସିରିଜରେ ଟିମ୍ ଇଣ୍ଡିଆ (Team India) ର ବିଜୟ ସହିତ ଟି-20 ଫର୍ମାଟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ସିରିଜ୍ ବିଜୟ ମଧ୍ୟ ଜାରି ରହିଛି । ଭାରତୀୟ ଦଳର ୯୧ ରନରେ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଖୁସି ମନେ ହେଉଥିଲେ । ଯୁବ ଖେଳାଳିଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ ସେ ରାହୁଲ ତ୍ରିପାଠୀ (Rahul Tripathi) ଓ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ମ୍ୟାଚ୍ ପରେ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ ସ୍ପଷ୍ଟ ଭାବରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ମନେ କରି କହିଛନ୍ତି ଯେ, "ମୁଁ ଅନୁଭବ କରୁଛି ଯେ ସୂର୍ଯ୍ୟ ଏପରି କିଛି କରନ୍ତି ଯେଉଁଥିରୁ ଲାଗେ କି ବ୍ୟାଟିଂ ଅତି ସହଜ । ସେ ଏପରି କିଛି କରନ୍ତି ଯାହା ମୋତେ ବି ସେମାନଙ୍କ ବିପକ୍ଷରେ ବୋଲିଂ କରିବାକୁ ଖରାପ ଲାଗେ । ସେହିଭଳି ରାହୁଲ ତ୍ରିପାଠୀ ଆଜି ମଧ୍ୟ ଦର୍ଶାଇଛନ୍ତି ଯେ ଯେତେବେଳେ ବଲ୍ ସୁଇଙ୍ଗ୍ ହୁଏ, ସେତେବେଳେ ସେ ଭଲ ସଟ୍ ମାରିପାରନ୍ତି ।"


ଟିମ୍ ଇଣ୍ଡିଆର ବିଜୟ ପରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପ୍ରଶ୍ନ ଉପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ମଧ୍ୟ ସୁଯୋଗ ଦିଆଯିବା କଥା ଉପରେ ସହମତ ବ୍ୟକ୍ତ କରି ଅକ୍ସର ପଟେଲ (Axar Patel) ଙ୍କ ବି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, "ଅକ୍ସର ଯେଉଁଭଳି ଖେଳୁଛନ୍ତି, ଏଥିରୁ ଜଣାପଡୁଛି ଯେ ସେ ଦଳ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଆଗକୁ ଯାଇ ସେ ଦଳ ପାଇଁ ବହୁତ ଭଲ କାମ କରିବେ । ଏକ ଗ୍ରୁପ ଭାବରେ ମୁଁ ମୋର ସମସ୍ତ ଖେଳାଳିଙ୍କୁ ସମର୍ଥନ କରିବାକୁ ଚାହୁଁଛି । ସେମାନଙ୍କୁ ଭରସା ଦେଇଥାଉ ।"


ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ପୁରୁଷ ମାନଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି ବାପା ହେବାରୁ ମିଳିବ ୩ ମାସର ଛୁଟି


ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍