Asia Cup News In Odia: ନୂଆଦିଲ୍ଲୀ: ଯେତେବେଳେ କୌଣସି ଖେଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଥାଏ, ସେତେବେଳେ କ୍ରିକେଟପ୍ରେମୀଙ୍କ ଉତ୍ସାହ ଶିଖରରେ ରହିଥାଏ। ବିଶେଷକରି ଯଦି କ୍ରିକେଟ୍ ଗ୍ରାଉଣ୍ଡ ଅଛି, ତେବେ ଏହି ରୋମାଞ୍ଚ ଅଧିକ ବଢିଥାଏ। ଏହି ଦୁଇ ପଡୋଶୀ ଦେଶ ମଧ୍ୟରେ ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଷ୍ଟାଡିୟମରେ ପହଞ୍ଚିଥାନ୍ତି। ତେବେ ଗତ ଦୁଇ ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ହୋଇନାହିଁ। ଏବେ ଏକ ବଡ ଖବର ଆସୁଛି।


COMMERCIAL BREAK
SCROLL TO CONTINUE READING

୧୭ ବର୍ଷ ଧରି ଖେଳାଯାଇନାହିଁ କୌଣସି ଦ୍ୱିପାକ୍ଷିକ ମ୍ୟାଚ
ଭାରତ ଓ ପାକିସ୍ତାନ ମଧ୍ୟରେ ଯଦିଓ ଦୁଇ ପଡ଼ୋଶୀ ରାଷ୍ଟ୍ର। କିନ୍ତୁ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସବୁବେଳେ ତିକ୍ତତାପୂର୍ଣ୍ଣ ରହି ଆସିଛି। ଏହାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ୁଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘଦିନର ବ୍ୟବଧାନ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯାଇନାହିଁ। ଫଳରେ ଦୀର୍ଘ ଦଶନ୍ଧି ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯିବ ବୋଲି ସୂଚନା ରହିଛି। ୧୭ ବର୍ଷ ପୂର୍ବରୁ ପାକିସ୍ତାନ ଗସ୍ତରେ ଯାଇଥିବା ଭାରତ। ଏହା ପରେ ଏବେ ଏସିଆ କପରେ ଉଭୟ ପାକିସ୍ତାନ ଓ ଭାରତ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ଏହାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। 


ସେପ୍ଟେମ୍ବର ମାସରେ ଏସିଆ କପ ଖେଳାଯିବାକୁ ନେଇ ଭାରତ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ତିକ୍ତତାରେ ସୁଧାର ଆସିବାରେ ଲାଗିଛି। କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ ଏସିଆ କପର ଆୟୋଜନ ପାକିସ୍ତାନକୁ ମିଳିଛି। ଯଦିଓ ସିଡ୍ୟୁଲକୁ ନେଇ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ନେଇ ଏହି ପରିବର୍ତ୍ତନ କରାଯିବ ବୋଲି ସୂଚନା ରହିଛି। 


ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ୩ଟି ମ୍ୟାଚ!
ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା  ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ। ଏହି ଦୁଇଟି ଟିମକୁ ୬ଟି ରାଷ୍ଟ୍ର ସହିତ ଏସିଆ କପର ଟୁର୍ଣ୍ଣାମେଣ୍ଟର କ୍ୱାଲିଫାୟାର ଟିମ ସହିତ ଗୋଟିଏ ଗ୍ରୁପରେ ରଖାଯାଇଛି। ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ଅନ୍ୟ ଏକ ଗ୍ରୁପରେ ରଖାଯାଇଛି। ଏସିଆ କପରେ ୧୩ ଦିନ ମଧ୍ୟରେ ଫାଇନାଲ ମ୍ୟାଚ ସହିତ ମୋଟ ୧୩ଟି ମ୍ୟାଚ ଖେଳାଯିବ। ୨୦୨୨ ଏସିଆ କପ ଫର୍ମାଟରେ ପ୍ରତି ଗ୍ରୁପର ଶୀର୍ଷ ଦୁଇଟି ଦଳ ସୁପର ୪ ରାଉଣ୍ଡକୁ ଯିବେ। ଏହା ପରେ ଶୀର୍ଷ ଦୁଇଟି ଦଳ ଫାଇନାଲ ମ୍ୟାଚ ଖେଳିବେ। 


Also Read: ପାନପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦେଖନ୍ତୁ ଭିଡ଼ିଓ...


Also Read: BCCI Annual Contract: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ BCCI ଦେଲା ସବୁଠାରୁ ବଡ଼ ପ୍ରମୋସନ୍, ମିଳିବ କୋଟି କୋଟି ଟଙ୍କାର ଲାଭ!