U-17 Women's World Cup, ଭୁବନେଶ୍ୱର: ଫିଫା ଅଣ୍ଡର-17 ମହିଳା ବିଶ୍ୱକପରେ ଭାରତୀୟ ଟିମ୍ ନିରାଶ ହୋଇଛି। ବିନା ବିଜୟରେ ଦଳର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି। ସୋମବାର ଅନ୍ତିମ ମ୍ୟାଚରେ ବ୍ରାଜିଲ ଠାରୁ ଭାରତ ୫-୦ରେ ପରାସ୍ତ ହୋଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ପ୍ରଥମ ମ୍ୟାଚରେ ଭାରତ, ଆମେରିକା ଠାରୁ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟରେ ମରକ୍କୋ ଏବଂ ତୃତୀୟରେ ବ୍ରାଜିଲ ଠାରୁ ହାରିଛି। ଟୁର୍ଣ୍ଣାମେଣ୍ଟରେ ବିଜୟ ତ ଦୂରର କଥା ଟିମ୍ ଗୋଟିଏ ବି ଗୋଲ୍ କରିବାରେ ସକ୍ଷମ ହୋଇନି, ଯାହା କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। 


COMMERCIAL BREAK
SCROLL TO CONTINUE READING

ସୋମବାର U-17 Women's World Cupରେ ଭାରତ ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହୋଇଥିଲା। ଅନ୍ତିମ ଲିଗ୍ ମ୍ୟାଚରେ ବ୍ରାଜିଲ ଦମଦାର ପ୍ରଦର୍ଶନ ସହ ଏକତରଫା ବିଜୟୀ ହୋଇଥିଲା। ଭାରତୀୟ ଖେଳାଳି ବ୍ରାଜିଲ ଆଗରେ ଫେଲ୍ ମାରିଥିଲେ। ଶେଷରେ ପରାସ୍ତ ହୋଇ ଲିଗ୍ ପର୍ଯ୍ୟାୟରେ ହିଁ ଭାରତୀୟ ଫୁଟବଲ୍ ଟିମ୍ ବିଶ୍ୱକପ୍ ଅଭିଯାନ ଶେଷ କରିଛି। ବ୍ରାଜିଲ ୫-୦ରେ ଦ୍ୱିତୀୟ ମ୍ୟାଚ ଜିତିବା ସହ ଗ୍ରୁପ ଏ-ର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ତେବେ ବିଡମ୍ବନାର ବିଷୟ ଭାରତ ତାହାର ତୃତୀୟ ମ୍ୟାଚରେ ମଧ୍ୟ ଗୋଟିଏ ହେଲେ ଗୋଲ କରିବାରେ ସଫଳ ହୋଇନାହିଁ। ଗତ ତିନୋଟି ମ୍ୟାଚରେ ଭାରତକୁ ୧୬ଟି ଗୋଲ ଦିଆଯାଇଛି। 


Also Read: U-23 World Championship: ୨୧ ଭାରତୀୟ Wrestler ଓ ଦୁଇ କୋଚଙ୍କୁ ଭିସା ଦେଲାନି ସ୍ପେନ୍, ଜାଣନ୍ତ


କଳିଙ୍ଗ ଷ୍ଟାଡିୟମରେ ଭାରତ ତାର ସମସ୍ତ ତିନୋଟି ମ୍ୟାଚ ଖେଳିଛି। ଗତ ୧୧ ତାରିଖରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ୦-୮ ଗୋଲରେ ପରାସ୍ତ ହୋଇଥିଲା। ଏହା ପରେ ୧୪ ତାରିଖରେ ମରୋକ୍କୋ ୩-୦ ଗୋଲରେ ଭାରତରୁ ହରାଇଲା। ଆଉ ୧୭ ତାରିଖରେ ବ୍ରାଜିଲ ଦଳ ୫-୦ରେ ବାଜି ମାରିନେଇଛି। ତେବେ U-17 Women's World Cupରେ ବର୍ତ୍ତମାନ ସୁଦ୍ଧା ଭାରତ ବିପକ୍ଷରେ ହିଁ ସର୍ବାଧିକ ଗୋଲ ହୋଇଛି। ଭାରତ ପଛରେ ଜର୍ମାନୀର ନାମ ରହିଛି। ଅକ୍ଟୋବର ୧୪ରେ ଚିଲି ୬-୦ ଗୋଲରେ ଜର୍ମାନୀକୁ ପରାସ୍ତ କରିଥିଲା। ସୋମବାରର ପରାଜୟ ପରେ ଭାରତ U-17 Women's World Cupରୁ ବାହାର ହୋଇଯାଇଛି।


ଭାରତ ବିଦା ହୋଇଥିବା ଗ୍ରୁପ-ଏର ଟପରେ ଆମେରିକା ରହିଛି। ତାପରେ ବ୍ରାଜିଲ ଓ ତୃତୀୟରେ ମରୋକ୍କୋ ଅଛି। ମୋଟ ତିନୋଟି ମ୍ୟାଚରୁ ଆମେରିକା ଓ ବ୍ରାଜିଲ୍ ଦୁଇଟି ଲେଖାଏଁ ଜିତି ଥିବା ବେଳେ ଗୋଟିଏ ଗୋଟିଏ ଡ୍ର ରହିଛି। ତେବେ ମରୋକ୍କୋ ଗୋଟିଏ ଜିତିଛି। ଶୁକ୍ରବାର ଠାରୁ Women's World Cupର କ୍ୱାଟର ଫାଇନାଲ ଆରମ୍ଭ ହେଉଛି। ପ୍ରଥମ କ୍ୱାଟର ଫାଇନାଲ ଆମେରିକା ଓ ନାଇଜେରିଆ ମଧ୍ୟରେ ଖେଳାଯିବ। ଜର୍ମାନୀ ଓ ବ୍ରାଜିଲ ମଧ୍ୟ କ୍ୱାଟର ଫାଇନାଲ ଯୋଗ୍ୟତା ହାସଲ କରିଛନ୍ତି। ଅକ୍ଟୋବର ୨୬ରୁ ସେମିଫାଇନାଲ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ୩୦ ଅକ୍ଟୋବରରେ ଫାଇନାଲ ଅନୁଷ୍ଠିତ ହେବ।


Also Read: U-17 Women's World Cup 2022: ଆଜିଠୁ ରାଜଧାନୀରେ ଫୁଟବଲ୍ ଫିଭର୍, ଜାଣନ୍ତୁ ବିଶ୍ୱକପର ଡିଟେଲସ୍


ଜିରୋ ପଏଣ୍ଟରେ ଭାରତ, Women's World Cupରୁ ବାହାର ହେବାପରେ କୋଚ Thomas Dennerby କହିଛନ୍ତି ଯେ, ଭାରତୀୟ ମହିଳା ଫୁଟବଲ ଦଳ ବହୁତ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଦଳ ଭଲ ଡିଫେଣ୍ଡିଂ କରିଛି। କିନ୍ତୁ କିଛି ତ୍ରୁଟି ଥିବାରୁ ଦଳକୁ ପରାଜୟର ସାମନା କରିବାକୁ ପଡିଛି। ପିଲାଙ୍କୁ ଅଧିକ ସମୟ ଟ୍ରେନିଂ ଦିଆଗଲେ ସେମାନେ ଆହୁରି ଭଲ ଖେଳିବେ। ମାସେ କି ଦୁଇ ମାସ ବଦଳରେ All India Football Federation ଏକ ୧୧ ମାସିଆ ରୋଡ ମ୍ୟାପ ତିଆରି କରିବା ଆବଶ୍ୟକ ରହିଛି। କାରଣ ଦୁଇ କି ତିନି ମାସରେ ଟ୍ରେନିଂ ଫୁଟବଲ ପାଇଁ କିଛି ନୁହେଁ। ଆଉ ଫିଫା ଦ୍ୱାରା ନିଲମ୍ବିତ ହୋଇଥିବାରୁ ଭାରତ ଅନ୍ୟ କୌଣସି ଫେଡେରେସନ ସହ ଏଗ୍ରିମେଣ୍ଟ ମଧ୍ୟ କରିପାରିଲା ନାହିଁ। ଯେଉଁଥିପାଇଁ ଟିମ କିଛି ମାତ୍ରାରେ ଦୁର୍ବଳ ପ୍ରଦର୍ଶନ କରିଛି।