India vs England 2nd T20 International: ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ଭାରତର ଯୁବ ଦଳ ଟିମ୍ ମେନେଜମେଣ୍ଟର ଅସୁବିଧା ବଢ଼ାଇଛି । କାରଣ ଦ୍ୱିତୀୟ ମ୍ୟାଚ୍‌ରେ ବିରାଟ କୋହଲି (Virat Kohli) ଓ ଜସପ୍ରୀତ ବୁମ୍ରାଙ୍କ (Jasprit Bumrah) ପରି ଅନେକ ବରିଷ୍ଠ ଖେଳାଳି ଚୟନ ପାଇଁ ଉପଲବ୍ଧ ହେବେ, ଯେଉଁ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ଓ ଏହା ପୂର୍ବରୁ ମ୍ୟାଚଗୁଡିକରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ବାହାରେ ବସିବଉ ପଡିପାରେ । କିନ୍ତୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ (Zaheer Khan) ଅନୁଭବ କରିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ରେ କୌଣସି ପରିବର୍ତ୍ତନ ବିନା ଭାରତୀୟ ଦଳ ପଡିଆକୁ ଓହ୍ଲାଇବ।


COMMERCIAL BREAK
SCROLL TO CONTINUE READING

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଜଡିତ ଅଧିକାଂଶ ଖେଳାଳି ପ୍ରଥମ ଟି-୨୦ରେ ନିଜର ପୂର୍ଣ୍ଣ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି । ଯଦିଓ କୋହଲି, ପନ୍ତ, ବୁମ୍ରା ଓ ଜାଡେଜାଙ୍କ ଭଳି ଶ୍ରେଷ୍ଠ ଖେଳାଳି ଚୟନ ପାଇଁ ଉପଲବ୍ଧ, ଜାହିର ଭାବନ୍ତି ନାହିଁ ଯେ ଅଧିନାୟକ ରୋହିତ ଶର୍ମା ପ୍ଲେଇଂ ଏକାଦଶରେ କୌଣସି ପରିବର୍ତ୍ତନ କରିବେ ।


ଜହିର ଖାନ କ୍ରିକବଜ୍ ପ୍ଲାଟଫର୍ମରେ କହିଛନ୍ତି, “ଚୟନ ଦୃଷ୍ଟିରୁ ସେ କେଉଁ ଦିଗକୁ ଯିବେ ତାହା ଜାଣିବା କଷ୍ଟକର । ଆପଣ ଦେଖିଥିବେ ଭାରତ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି ଓ ତା’ପରେ ବାକି ସିରିଜ୍ ପାଇଁ କୌଣସି ପରିବର୍ତ୍ତନ କରିବ ନାହିଁ । ମୁଁ ଭାବୁନାହିଁ ସେମାନେ କୌଣସି ପରିବର୍ତ୍ତନ କରିବେ । ଯଦି ବି କୌଣସି ପରିବର୍ତ୍ତନ ହୁଏ, ତେବେ ଆମକୁ ଅପେକ୍ଷା କରିବାକୁ ପଡ଼ିବ ଓ ଏହା କ’ଣ ହେବ ତାହା ଦେଖିବାକୁ ପଡ଼ିବ ।”


ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ପରିବର୍ତ୍ତନ ହେବାର ସମ୍ଭାବନା ଦେଖୁ ନାହିଁ ଓ ଆପଣ ଲୟ ହରାଇବାକୁ ଚାହାଁନ୍ତି ନାହିଁ । ଅର୍ଶଦୀପ ସିଂ ଦ୍ୱିତୀୟ ଟି-୨୦ ର ଅଂଶ ନୁହଁନ୍ତି, ତେଣୁ ଜସପ୍ରୀତ ବୁମ୍ରା ତାଙ୍କ ବଦଳରେ ଖେଳିବେ ।"


ଦ୍ୱିତୀୟ ଓ ତୃତୀୟ ଟି-୨୦ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ (wk), ଋଷଭ ପନ୍ତ (wk), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ଆବେଶ ଖାନ, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ । 


ଏହା ବି ପଢ଼ନ୍ତୁ: କାଶ୍ମୀର ପ୍ରିମିୟର ଲିଗ୍ ବାହାନାରେ BCCI କୁ ଚେତାବନୀ ବାର୍ତ୍ତା ଦେଲେ ସହିଦ ଆଫ୍ରିଦି