India vs New Zealand 2nd ODI: ବର୍ଷା ଓ ଖରାପ ପାଗ ଯୋଗୁଁ ଆଜି (ରବିବାର) ଅର୍ଥାତ ନଭେମ୍ୱର ୨୭ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ODI (IND vs NZ 2nd ODI)  ବାତିଲ କରିବାକୁ ପଡିଛି । ଏହା ସହିତ ଭାରତ (Indian Cricket Team) ର ଏକ ବଡ଼ ସ୍ୱପ୍ନ ଭାଙ୍ଗିଛି । ଏହି ମ୍ୟାଚରେ କେବଳ ୧୨.୫ ଓଭର ଖେଳ ସମ୍ଭବ ହୋଇପାରିଥିଲା । ବର୍ଷା ଯୋଗୁଁ ମ୍ୟାଚରେ ବାରମ୍ବାର ବାଧା ଉପୁଜିଥିଲା ପରେ ମ୍ୟାଚ୍ ଅଧିକାରୀମାନେ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ନଭେମ୍ବର ୩୦ରେ ସିରିଜର ତୃତୀୟ ତଥା ଅନ୍ତିମ ଏକ ଦିବସୀୟ (ODI) ଖ୍ରୀଷ୍ଟଚର୍ଚର ହେଗଲି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ଟିମ୍ ଇଣ୍ଡିଆ (Team India) ପାଖରେ ୯ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ଟିମ (Team New Zealand) କୁ ତାର ଘରେ ପରାସ୍ତ କରିବାର ସୁଯୋଗ ଥିଲା ।


COMMERCIAL BREAK
SCROLL TO CONTINUE READING

୨୦୧୩ରେ ୫ ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs New Zealand ODI Series) ରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡକୁ ୩–୧ରେ ପରାସ୍ତ କରିଥିଲା । ବର୍ତ୍ତମାନ ଯଦି ନଭେମ୍ବର ୩୦ରେ ଭାରତ ତୃତୀୟ ODI ଜିତେ, ତେବେ ସିରିଜ୍ ୧-୧ରେ ଡ୍ରୋ ହୋଇ ଶେଷ ହେବ । ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ପାଖରେ ସିରିଜ୍ (IND vs NZ ODI Series) ଜିତିବାର ସୁଯୋଗ ରହିଛି । ମ୍ୟାଚ୍ ବାତିଲ ହୋଇଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କ୍ରମରେ ନମ୍ୱର ୩ରେ ଖେଳିବାକୁ ଓହ୍ଲାଇଥିଲେ । ସୂର୍ଯ୍ୟକୁମାର ଯାଦବ ଆସିବା ମାତ୍ରେ ଚୌକା ଓ ଛକା ମାରିଥିଲେ । ସୂର୍ଯ୍ୟକୁମାର ଯାଦବ ୧୩୬ର ଷ୍ଟ୍ରାଇକ୍ ରେଟରେ ଖେଳିଥିଲେ । ଭାରତକୁ ଏକମାତ୍ର ଝଟକା ଅଧିନାୟକ ଶିଖର ଧାୱନଙ୍କ ରୂପରେ ଲାଗିଥିଲା । ଶିଖର ଧାୱନ ୧୦ ବଲରେ ୩ ରନ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ଶୁଭମାନ ଗିଲ ୪୨ ବଲରେ ୪୫ ରନର ଅପରାଜିତ ଇନିଂସରେ ଖେଳିଛନ୍ତି । ସେ ତାଙ୍କ ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।


ଭାରତ ଓ ନ୍ୟୁଜିଲ୍ୟାଣ୍ଡ ODI ସିରିଜର ପୂରା କାର୍ଯ୍ୟସୂଚୀ 


ପ୍ରଥମ ODI ନଭେମ୍ବର ୨୫
ଦ୍ୱିତୀୟ ODI ନଭେମ୍ବର ୨୭
ତୃତୀୟ ODI ନଭେମ୍ବର ୩୦


ଏହା ବି ପଢ଼ନ୍ତୁ:-'ବୋକା ବନାଇବା ପାଇଁ ରାମ ମନ୍ଦିର ନିର୍ମାଣ କରିଛି BJP'


ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଦଳ 


ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।