B. Sai Praneeth Retirement: ସନ୍ନ୍ୟାସ ନେଲେ ପୂର୍ବତନ ବିଶ୍ବ ଚାମ୍ପଅନସିପ୍ ପଦକ ବିଜେତା ତଥା ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ବି. ସାଇ ପ୍ରଣୀତ (B. Sai Praneeth) । ଖେଳାଳି ସୋମବାର ନିଜର ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି । ତେବେ ୩୧ ବର୍ଷ ବୟସରେ ସେ ହଠାତ୍ ଅବସର ଘୋଷଣା କରି ସେ ପ୍ରଶଂସକଙ୍କୁ ଚକିତ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମରେ ପ୍ରିଣତ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ ଲେଖି ନିଜ ସନ୍ନ୍ୟାସ ସଂପର୍କରେ ସୂଚନା ଦେଇଥିଲେ । ଏନେଇ ସେ ଲେଖିଛନ୍ତି, ‘ଜୀବନରେ ଉତଥାନ ଓ ପତନ ରହିଛି । କିନ୍ତୁ କ୍ୟାରିୟରରେ ଯାହା କିଛି ପାଇଛି ସେନେଇ ବହୁତ ଖୁସି । ବିଭିନ୍ନ ପ୍ରତିଯୋଗିତାରେ ଏକାଧିକ ପଦକ ଜିତିଛି କିନ୍ତୁ ଅଲମ୍ପିକ୍ସ ପଦକ ଜିତି ନପାରିବା ଜୀବନର ବଡ଼ ଅବସୋସ । ଗତ ୧ ବର୍ଷ ହେବ ମୁଁ ସେମିତି ଭଲ ପ୍ରଦର୍ଶନ କରିପାରିନାହିଁ ।  ମୋର ମାନ୍ୟତାରେ ଅବନତି ଘଟିଛି । ଆହତ ମଧ୍ଯ ହୋଇଛି । ତେଣୁ ଏହାକୁ ଅବସରର ଉପଯୁକ୍ତ ସମୟ ବୋଲି ମନେ କଲି’ । ତାଙ୍କର ୨୪ ବର୍ଷର ବ୍ୟାଡ଼ମିଣ୍ଟନ ଯାତ୍ରାକୁ ସଫଳ କରିଥିବାରୁ ସେ ଭାରତୀୟ ବ୍ୟାଡ଼ମିଣ୍ଟନ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଟପ୍ସ, ତେଲେଙ୍ଗାନା କ୍ରୀଡ଼ା ପ୍ରାଧିକରଣ, ୟୋନେକ୍ସ, ଓଏନଜିସି, ଗୋସ୍ପୋର୍ଟ୍ସ, ଓଜିକ୍ୟୁ, ଏପିଏସିଏସ୍, ହ୍ବାଟ ଇନ ଦ ଗେମ୍ , ପିବିଏଲକୁ କୃତଜ୍ଞତା ଜଣାଇଛନ୍ତି ।


 



ପ୍ରଣିତଙ୍କ କ୍ୟାରିୟରରେ ସବୁଠୁ ବଡ଼ ସଫଳତା ଥିଲା ବିଶ୍ବ ଚାମ୍ପଅନସିପରେ ବ୍ରୋଞ୍ଚ ପଦକ ହାସଲ କରିବା । ଦୀର୍ଘ ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୧୯ରେ ସେ ଦେଶକୁ ପଦକ ଭେଟି ଦେଇଥିଲେ । କ୍ୟାରିୟର ଭିତରେ ସେ ଗୋଟିଏ ସୁପର ସିରିଜ ଟାଇଟେଲ ଜିତିଛନ୍ତି । ସେହିପରି ୨୦୧୭ର କେ. ଶ୍ରୀକାନ୍ତଙ୍କୁ ହରାଇ ସିଙ୍ଗାପୁର ଓପନରେ ଚାମ୍ପଅନ୍ ହୋଇଥିଲେ । ୨୦୧୬ କାନାଡ଼ା ଓପନ ଓ ୨୦୧୬ରେ ସୟଦ ମୋଦି ଇଣ୍ଟରନ୍ୟାସନାଲ ଓ ଥାଇଲାଣ୍ତ ଓପନରେ ସ୍ବର୍ଣ୍ଣ ଲାଭ କରିଥିଲେ ।