Indian Cricket Team: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ (T-20 World Cup)। ଏଥି ସହିତ ବିଶ୍ବକପ ପୂର୍ବରୁ ବିଶ୍ବର ପ୍ରଥମ ଭାବେ ଭାରତୀୟ ଦଳର ନୂଆ ଜର୍ସି (Indian Team New Jersey) ଜାରି କରାଯାଇଛି। ଏହି ନୂଆ ଜର୍ସି ନୀଳ ରଙ୍ଗର ହୋଇଛି। ଯେଉଁଥିରେ ତିନୋଟି ଷ୍ଟାର ରହିଛି। ଜର୍ସିର ଫଟୋ ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଟିମ୍ ଇଣ୍ଡିଆର ଏହି ନୂଆ ଜର୍ସିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନଜର ଆସୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ଦଳ (Indian Team)କୁ ଆସନ୍ତା ମାସରେ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ (Australia) ଯିବାକୁ ପଡିବ। ଏଥି ସହ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ନୂଆ ଜର୍ସି ଆଜି ଲଞ୍ଚ କରାଯାଇଛି। ଏହି ଟିମର ନୂଆ ଜର୍ସିର ନୂଆ ରୂପ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିନାୟକ ରୋହିତ ଶର୍ମା ଏହି ଜର୍ସିରେ ପୋଜ୍ କରୁଥିବା ନଜର ଆସିଛନ୍ତି। ଆମେ ଆପଣଙ୍କୁ କହିଦେଉଛୁ ଯେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ବିଶ୍ୱକପରେ ଭାରତୀୟ ଦଳକୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାର ଅଛି।


ଭାରତୀୟ ଦଳର ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଲଞ୍ଚ ହୋଇଥିବା ନୂତନ ଜର୍ସିରେ ତିନୋଟି ଷ୍ଟାର ରହିଛି। ବାସ୍ତବରେ ଏହି ୩-ଷ୍ଟାର ଚିହ୍ନ ହେଉଛି ଭାରତୀୟ ଦଳର ତିନିଥର ବିଶ୍ୱକପ୍ ଜିତିବାର ଏକ ଚିହ୍ନ। କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମେ ୧୯୮୩ରେ ବିଶ୍ୱକପ ଜିତିଥିଲା। ଏଥି ସହିତ ଟି-୨୦ ବିଶ୍ୱକପର ପ୍ରଥମ ସିଜନରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା। ଏହି ଦୁଇଟି ବିଶ୍ୱକପ ପରେ ଭାରତୀୟ ଦଳ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୧ ମସିହାରେ ତୃତୀୟ ଥର ପାଇଁ ବିଶ୍ୱକପ ଜିତିଥିଲେ। ଏଥର ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଚତୁର୍ଥ ଥର ବିଶ୍ୱକପ ଜିତିବା ଉଦ୍ଦେଶ୍ୟରେ ଓହ୍ଲାଇବ।