IPL 2023 Playoffs Scenario: ଚଳିତ ଆଇପିଏଲ୍ ସଂସ୍କରଣରେ ସମସ୍ତ ଦଳ ୧୧-୧୧ ଲେଖାଁଏ ମ୍ୟାଚ୍ ଖେଳି ସାରିଛନ୍ତି। ବର୍ତ୍ତମାନ ସମସ୍ତ ଟିମ୍ ପ୍ଲେ ଅଫ୍ ଯିବାକୁ କଠିନ ପ୍ରୟାସ କରୁଛନ୍ତି। ୨୦୨୩ ଆଇପିଏଲ୍ ମୁକାବିଲାରେ ୫୪ ତମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୬ ୱିକେଟ୍ ବ୍ୟବଧାନରେ ପରାସ୍ତ ହୋଇଛି। ଏହି ବିଜୟ ସହିତ ମୁମ୍ବାଇ ଦଳ ପଏଣ୍ଟ ଟେବୁଲ ତାଲିକାରେ ଅଷ୍ଟମ ସ୍ଥାରୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି। ହେଲେ ମୁମ୍ବାଇ ପାଖରୁ ପରାଜୟ ବରଣ କରିବା ସତ୍ତ୍ୱେ ବାଙ୍ଗାଲୋର ପାଇଁ ପ୍ଲେ ଅଫ୍ ଯିବାର ଆଶା ଜୀବନ୍ତ ରହିଛି। ହେଲେ ପ୍ଲେ ଅଫ୍ ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଦଳକୁ ଏକ ବଡ କରିସ୍ମା ଦେଖାଇବାକୁ ହେବ। 


COMMERCIAL BREAK
SCROLL TO CONTINUE READING

କ'ଣ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ଥିତି?
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପଏଣ୍ଟ ଟେବୁଲ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିଲା। ହେଲେ ପରାଜୟ ଦଳକୁ ଗୋଟିଏ ସ୍ଥାନ ହରାଇବାକୁ ପଡ଼ିଥିଲା। ଆରସିବି ଦଳ ୨୦୨୩ ଆଇପିଏଲ୍ ମୁକାବିଲାରେ ଏପର୍ଯ୍ୟନ୍ତ ୧୧ ମ୍ୟାଚ୍ ଖେଳି ୫ ମ୍ୟାଚ ଜିତିବା ସହ ୬ ମ୍ୟାଚ୍ ହାରିଛି। ଦଳ ରେଟ୍ ରନ୍ ରେଟ୍  ହେଉଛି ମାଇନସ୍ ୦.୩୪୫। ପଏଣ୍ଟ ଟେବୁଲ ତାଲିକାରେ ଦଳ ସପ୍ତମ ସ୍ଥାନରେ ରହିଛି।


ଆରସିବି ପାଇଁ ଖୋଲା ରହିଛି ପ୍ଲେ ଅଫ୍ ରାସ୍ତା 
ବର୍ତ୍ତମାନ ବାଙ୍ଗାଲୋର ଦଳକୁ ୨୦୨୩ ଆଇପିଏଲ୍ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ହେବ। ପ୍ଲେ ଅଫ୍ ଠାରେ ପହଞ୍ଚିବା ପାଇଁ ଆରସିବି ଦଳକୁ ଏହି ତିନୋଟି ମୁକାବିଲାରେ ବଡ଼ ବିଜୟ ପଞ୍ଜିକରଣ କରିବାକୁ ହେବ। ଏହା ବ୍ୟତୀତ ଅନ୍ୟ ଦଳର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ହେବ। ଏଥି ସହିତ ଦଳ ଗୋଟିଏ ମ୍ୟାଚ୍ ହାରିଲେ  ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିଯିବ।


ଏହି ଦଳର ଅବସ୍ଥା ବାଙ୍ଗାଲୋର ସହିତ ସମାନ
ରାଜସ୍ଥାନ ରୟାଲ୍ସ,, ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ ରାଇଡର୍ସ ଅବସ୍ଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ହୋଇଛି। ଏହି ସମସ୍ତ ଦଳ ୧୧ ମ୍ୟାଚ ଖେଳି ମାତ୍ର ୧୦ ପଏଣ୍ଟ ପାଇଛନ୍ତି। ରାଜସ୍ଥାନ ପଞ୍ଚମ, କୋଲକାତା ଷଷ୍ଠ ଏବଂ ପଞ୍ଜାବ କିଙ୍ଗ୍ସ ସପ୍ତମ ସ୍ଥାନରେ ରହିଛି। ଯଦି ଏହି ଦଳ ମଧ୍ୟ ସେମାନଙ୍କର ଅବଶିଷ୍ଟ ତିନୋଟି ମ୍ୟାଚ୍ ଜିତନ୍ତି, ତାହେଲେ ସେମାନେ ସର୍ବାଧିକ ୧୬ ପଏଣ୍ଟ ପର୍ଯ୍ୟନ୍ତ ଯାଇପାରିବେ। ହେଲେ ପରାଜୟ ସମୟରେ ଏହି ଦଳ ପାଇଁ ଅସୁବିଧା ଉପୁଜିପାରେ।


ଶେଷ ସ୍ଥାନରେ ରହିଛି ଏହି ଦଳ 
୨୦୨୩ ଆଇପିଏଲ ସଂସ୍କରଣର ପଏଣ୍ଟ ଟେବୁଲ ତାଲିକାରେ ଗୁଜୁରାଟ ଟାଇଟାନ୍ସ ପ୍ରଥମ ସ୍ଥାନରେ ରହିଛି। ଦଳ ୧୧ ମ୍ୟାଚ ଖେଳି ୮ ମ୍ୟାଚ ଜିତିଛି। ଦଳର ରେଟ୍ ରନ୍ ରେଟ୍ ୦.୯୫୧ ରହିଛି। ଏହା ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱିତୀୟ, ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୮ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି।