Mahendra Singh Dhoni: ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର (Indian premier league) ୧୬ତମ ସଂସ୍କରଣ (IPL 16th Edition) ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ (Tournament) ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର (Tournament) ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (Chennai Super Kings) (CSK) ଓ ଗୁଜୁରାଟ ଜଏଣ୍ଟସ (Gujarat Giants) ପରସ୍ପରକୁ ଭେଟିବେ। ୧୬ତମ ସିଜିନର ଉଦଘାଟନ ତାରିଖ ସାମ୍ନାକୁ ଆସିବା ସହିତ ସିଏସକେ (CSK) ଅଧିନାୟକ (Captain) ମହେନ୍ଦ୍ର ସିଂ ଧୋନିଙ୍କ (Mahendra Singh Dhoni) ଅବସର (Retirement) ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ଆଇପିଏଲରୁ (IPL) ମାହି (Mahendra Singh Dhoni) ଅବସର ନେଇଥିବାର ଗୁଜବ ଗତ ୩ଟି ସଂସ୍କରଣରୁ ହୋଇ ଆସୁଛି। 


COMMERCIAL BREAK
SCROLL TO CONTINUE READING

ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ଆଇପିଏଲ୍ ୨୦୨୩ରେ ଧୋନିଙ୍କ ଶେଷ ମ୍ୟାଚ୍ ହେବ। ତେବେ ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ କହି ରଖୁ କି ଧୋନୀଙ୍କ ବିଦାୟୀ ମ୍ୟାଚ ନେଇ ବଡ଼ ଖବର ଏବେ ସାମ୍ନାକୁ ଆସିବାରେ ଲାଗିଛି। ସାମ୍ନାକୁ ଆସୁଥିବା ଖବର ଅନୁଯାୟୀ ମେ ୧୪ ତାରିଖରେ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ପୂର୍ବରୁ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଗ୍ରହଣ କରିସାରିଛନ୍ତି। ଏବେ କେବଳ ଆଇପିଏଲରେ ନିଜର ଖେଳ ଜାରି ରଖିଛନ୍ତି। ତେବେ ଆସନ୍ତା ମେ ମାସ ୧୪ ତାରିଖରେ ସେ ତାଙ୍କର ଶେଷ ଆଇପିଏଲ ମ୍ୟାଚ ଖେଳିବେ ବୋଲି ଜଣାପଡ଼ିଛି। 


ଇନସାଇଡ଼ ସ୍ପୋସ୍ଟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗସ ଯଦି ପ୍ଲେ ଅଫରେ ଯୋଗ୍ୟତା ହାସଲ କରିପାରୁନାହିଁ ତେବେ ମେ ୧୪ ତାରିଖରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଶେଷ ମ୍ୟାଚ ଖେଳିବେ ବୋଲି ସୂଚନା ରହିଛି। ଇନସାଇଡ଼ର ସ୍ପୋର୍ଟ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ  ଏହା ଆଇପିଏଲର ଖେଳାଳି ଭାବରେ ଧୋନିଙ୍କ ଶେଷ ସିଜନ ହେବାକୁ ଯାଉଛି। ଏହା ହେଉଛି ଆମର ସୂଚନା। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କର ନିଷ୍ପତ୍ତି ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଧୋନି ମ୍ୟାନେଜମେଣ୍ଟକୁ ଏହା ବିଷୟରେ କୌଣସି ଅଫିସିଆଲ୍ ସୂଚନା ପ୍ରଦାନ କରିନାହାନ୍ତି। ଯେତେବେଳେ ସେ ଅବସର ନେବାକୁ ଯାଉଛନ୍ତି। ଆଇପିଏଲ୍ ଚେନ୍ନାଇରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଏହା ସମସ୍ତ CSK ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି କିନ୍ତୁ ଏହା ଧୋନିଙ୍କ ଶେଷ ସିଜିନ ହେବାକୁ ଯାଉଥିବାରୁ ଏହା ମଧ୍ୟ ଟିକେ ଦୁଃଖଦ ମୁହୂର୍ତ୍ତ।


ସୂଚନାଯୋଗ୍ୟ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲର ପ୍ରଥମ ସଂସ୍କରଣରୁ ହିଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦରେ ରହି ଆସିଛନ୍ତି। ତେବେ ଦୁଇ ବର୍ଷ ପାଇଁ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲରୁ ସସପେଣ୍ଡରେ ହେବା କାରଣରୁ ଧୋନୀ ପୁନେ ସୁପର ଜାଏଣ୍ଟସର ନେତୃତ୍ୱ ନେଇଥିଲେ। ଆଇପିଏଲକୁ ସିଏସକେ ଫେରିବା ପରେ ଧୋନୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ସଂସ୍କରଣରେ ମଧ୍ୟ ସେ ନିଜର ଅଧିନାୟକ ଦାୟିତ୍ୱ ରବିନ୍ଦ୍ର ଜାଡ଼େଜାଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଯାହା ଫଳରେ ସେ ପୁନର୍ବାର ଅଧିନାୟକ ଦାୟିତ୍ୱ ନେଇଥିଲେ। 


Also Read: Khel Ratna Award:ବିରାଟ ଓ ରୋହିତଙ୍କ ସମେତ ଏହି ୫ ଖେଳାଳି ପାଇଛନ୍ତି ଖେଳରତ୍ନ, ଜାଣନ୍ତୁ ପ୍ରଥମେ କିଏ ହୋଇଥିଲେ ସମ୍ମାନିତ


Also Read: ୧୦୦ତମ ଟେଷ୍ଟରେ ନିରାଶ ହେଲେ ପୂଜାରା, ଜାଣନ୍ତୁ ଆଉ କେଉଁ ଖେଳାଳି ଶୂନରେ ଆଉଟ ହୋଇଛନ୍ତି