IPL 2023: ଆଉ ମାତ୍ର ୫୦ ଦିନର ଅପେକ୍ଷା ଓ ତା’ପରେ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ରୋମାଞ୍ଚକର ଟି-20 କ୍ରିକେଟ୍ ଲିଗ୍ ଆଇପିଏଲ୍ (Indian Premier League) ଆରମ୍ଭ ହେବ । ରିପୋର୍ଟ ଅନୁଯାୟୀ, ଆଇପିଏଲ୍ (IPL 2023) ୧ ଏପ୍ରିଲ୍ ୨୦୨୩ରୁ ଆରମ୍ଭ ହୋଇପାରେ । ଆଇପିଏଲ ୨୦୨୩ ସିଜନର ଫାଇନାଲ ମ୍ୟାଚ୍ ରବିବାର, ମଇ ୨୮ରେ ଖେଳାଯାଇପାରେ । ନିକଟ ଅତୀତରେ ବିସିସିଆଇ (BCCI) ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏପରି ଜଣେ ଖତରନାକ୍ କ୍ରିକେଟର ଅଛନ୍ତି, ଯିଏ ସର୍ବଦା ଆଇପିଏଲ ଓ ଟଙ୍କା ଆଗରେ ନିଜ ଦେଶକୁ ବାଛିନ୍ତି । ଏହି ଡ୍ୟାସିଂ କ୍ରିକେଟର ୮ ବର୍ଷରୁ ଗୋଟିଏ ବି ଆଇପିଏଲ୍ ମ୍ୟାଚ୍ ଖେଳି ନାହାଁନ୍ତି । ଆସନ୍ତୁ ଏହି ଖେଳାଳିଙ୍କ ବିଷୟରେ ଜାଣିବା....


COMMERCIAL BREAK
SCROLL TO CONTINUE READING

ଆଇପିଏଲ୍ (IPL) ସାରା ବିଶ୍ୱରେ କ୍ରିକେଟରଙ୍କୁ ମଧ୍ୟ ରାତାରାତି କୋଟିପତି ଓ ବିଲିୟନେୟାର କରିଛି । କିନ୍ତୁ ଜଣେ କ୍ରିକେଟର ମଧ୍ୟ ଅଛନ୍ତି ଯିଏ ନିଜକୁ ଗତ ୮ ବର୍ଷ ଧରି ଆଇପିଏଲରୁ ଦୂରେଇ ରଖିଛନ୍ତି, ଟଙ୍କାକୁ ଖାତିର କରିନାହାଁନ୍ତି । ଏହି ଷ୍ଟାର ପ୍ଲେୟାର ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ (Mitchell Starc) ବ୍ୟତୀତ ଅନ୍ୟ କେହି ନୁହଁନ୍ତି, ଦୁନିଆର ସବୁଠାରୁ ଘାତକ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ । ଏଠାରେ କହି ରଖୁଛୁ ଯେ, ମିଚେଲ ଷ୍ଟାର୍କ ୨୦୧୫ ଠାରୁ କେବେବି IPL ରେ ଅଂଶଗ୍ରହଣ କରିନାହାଁନ୍ତି । ଏଥର ମଧ୍ୟ ମିଚେଲ ଷ୍ଟାର୍କ ନିଜକୁ ଆଇପିଏଲ ୨୦୨୩ ଠାରୁ ଦୂରରେ ରଖିଛନ୍ତି । ମିଚେଲ ଷ୍ଟାର୍କ ସର୍ବଦା ଆଇପିଏଲ ଓ ଟଙ୍କା ଅପେକ୍ଷା ନିଜ ଦେଶକୁ ବାଛିଛନ୍ତି ।


ଅଷ୍ଟ୍ରେଲିଆର ବିପଜ୍ଜନକ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (Mitchell Starc) ଗତ ୮ ବର୍ଷ ଧରି କ୍ରମାଗତ ଭାବରେ ଆଇପିଏଲକୁ ଅଣଦେଖା କରୁଛନ୍ତି । ମିଚେଲ ଷ୍ଟାର୍କ ଗତ ବର୍ଷ ଆଇପିଏଲ୍ ୨୦୨୨ରେ ଫେରିବାର ସଂକେତ ଦେଇଥିଲେ, କିନ୍ତୁ ଆଇପିଏଲ୍ ୨୦୨୨ ମେଗା ନିଲାମ ପୂର୍ବରୁ ନିଜ ପାଦକୁ ପଛକୁ ଘୁଞ୍ଚାଇ ନେଇଥିଲେ । ଏଥର ମଧ୍ୟ ମିଚେଲ ଷ୍ଟାର୍କ ନିଜକୁ ଆଇପିଏଲ ୨୦୨୩ ଠାରୁ ଦୂରରେ ରଖିଛନ୍ତି । ମିଚେଲ ଷ୍ଟାର୍କ (Mitchell Starc) ଆଇପିଏଲରେ ଖେଳିବା ପରିବର୍ତ୍ତେ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ପସନ୍ଦ କରନ୍ତି ।


ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (Mitchell Starc) ଶେଷ ଥର ପାଇଁ ଆଇପିଏଲ୍ ୨୦୧୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ପାଇଁ କ୍ରିକେଟ୍ ଖେଳିଥିଲେ । ସେତେବେଳେ ବିରାଟ କୋହଲି (Virat Kohli) ଦଳର ଅଧିନାୟକ ଥିଲେ । ମିଚେଲ ଷ୍ଟାର୍କଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୨୦୧୪ ଆଇପିଏଲ୍ ନିଲାମରେ ୮,୮୮,୦୦୦ ଡଲାରରେ କିଣିଥିଲେ । ମିଚେଲ ଷ୍ଟାର୍କ ୨୦୧୪ ଓ ୨୦୧୫ ମସିହାରେ RCB ପାଇଁ ଆଇପିଏଲରେ ଖେଳିଥିଲେ । ଏହା ପରେ ସେ ଆହତ କାରଣରୁ ୨୦୧୬ ଆଇପିଏଲ୍ ସିଜନରେ ଖେଳି ନଥିଲେ । ଏହା ପରେ ଆରସିବି ମିଚେଲ ଷ୍ଟାର୍କଙ୍କୁ ରିଲିଜ କରିଥିଲା ।


ଅଧିକ ପଢ଼ନ୍ତୁ:-ଏହି ଗାଁର ସମସ୍ତଙ୍କର ପାଖରେ ଅଛି ନିଜସ୍ୱ ବିମାନ, ସେଥିରେ ବସି ଖାଇବାକୁ ଯାଆନ୍ତି ଜଳଖିଆ


ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ମ୍ୟାଚରୁ ହେବେ ବାହାର! ସାଥୀ ଖେଳାଳୀ ବଢ଼ାଇଲେ ଟେନସନ, ଜାଣନ୍ତୁ ପୂରା ଘଟଣା


ଅଧିକ ପଢ଼ନ୍ତୁ:-ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!


 


୨୦୧୮ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୧.୮ ମିଲିୟନ୍ ଡଲାରରେ କିଣିଥିଲେ । କିନ୍ତୁ ପରେ ଷ୍ଟାର୍କ ଆଇପିଏଲରେ ଖେଳିବାକୁ ମନା କରିଦେଇଥିଲେ । ୨୦୧୯ ମସିହାରେ ମଧ୍ୟ ମିଚେଲ ଷ୍ଟାର୍କ ଆହତ କାରଣରୁ ଆଇପିଏଲ ଛାଡିଥିଲେ । ୨୦୨୦ ମସିହାରେ ମଧ୍ୟ ଅନେକ ଆଇପିଏଲ୍ ଦଳ ମିଚେଲ ଷ୍ଟାର୍କ ପ୍ରତି ଆଗ୍ରହ ଦେଖାଇଥିଲେ, ତଥାପି ମିଚେଲ ଷ୍ଟାର୍କ ଆଇପିଏଲ ଛାଡିଥିଲେ । ୨୦୧୫ ମସିହାରୁ ମିଚେଲ ଷ୍ଟାର୍କ ଆଇପିଏଲକୁ ଫେରିବାରେ ସକ୍ଷମ ହୋଇନାହାଁନ୍ତି । ଆଇପିଏଲର ୨୭ଟି ମ୍ୟାଚରେ ମିଚେଲ ଷ୍ଟାର୍କ ୩୪ ୱିକେଟ୍ ନେଇଛନ୍ତି । ମିଚେଲ ଷ୍ଟାର୍କ ବର୍ତ୍ତମାନ ଭାରତ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିୟ ଦଳର ଏକ ଅଂଶ । ଫେବୃଆରୀ ୯ରୁ ନାଗପୁରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ମିଚେଲ ଷ୍ଟାର୍କଙ୍କୁ ବାଦ ଦିଆଯାଇଥାଇପାରେ । କିନ୍ତୁ ଫେବୃଆରୀ ୧୭ରେ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ସେ ଫିଟ୍ ହେବେ ବୋଲି ଆଶା କରାଯାଉଛି ।